ଖୁବ୍‌ଶୀଘ୍ର ଭାରତରେ ଲଞ୍ଚ୍‌ ହେବ 5G ସ୍ମାର୍ଟଫୋନ୍‌ !

ନୂଆଦିଲ୍ଲୀ: ଚାଇନିଜ୍‌ ସ୍ମାର୍ଟଫୋନ୍‌ ନିର୍ମାତା Vivo ଏହାର ନୂଆ ବ୍ରାଣ୍ଡ୍‌ର ସ୍ମାର୍ଟଫୋନ୍‌ ଖୁବ୍‌ ଶୀଘ୍ର ଭାରତରେ ଲଞ୍ଚ୍‌ କରିବାକୁ ଯାଉଛି। ଲଞ୍ଚ୍‌ ହେବାକୁ ଥିବା Vivoର ଏହି ନୂଆ ବ୍ରାଣ୍ଡ୍‌ର ସ୍ମାର୍ଟଫୋନ୍‌ iQOOରେ ଲାଟେଷ୍ଟ୍‌ ପ୍ରୋସେସର୍‌ snapdragon 865 ରହିଛି।

ସୂଚନା ଅନୁସାରେ, ଭାରତରେ Vivo  ଏହାର ୨ ଟି ସ୍ମାର୍ଟଫୋନ୍‌ ଲଞ୍ଚ୍‌ କରିବାକୁ ଯୋଜନା କରିଛି। ଏଥିମଧ୍ୟରୁ ଗୋଟିଏ 5G କନେକ୍ଟିଭିଟି ଓ ଅନ୍ୟ ଏକ 4G। ୨ଟି ଯାକ ସ୍ମାର୍ଟଫୋନ୍‌ରେ ଗୋଟିଏ ପ୍ରକାରର Hardware ଲଗାଯାଇଛି।

ଯଦିଓ ଏହାର ମୂଲ୍ୟ କେତେ ଜଣାପଡ଼ିନାହିଁ ତେବେ ଏହି ଫୋନ୍‌ର କିଛି ଫିଚର୍ସ ସାମ୍ନାକୁ ଆସିଛି। ଶୁଣିବାକୁ ମିଳୁଛି, ଏହି ଫୋନ୍‌ରେ ଥିବା ଫିଚର୍ସ ଅନ୍ୟ ଫୋନ୍‌ର ଫିଚର୍ସଠୁ ଅଲଗା। ଖାଲି ଫିଚର୍ସ ନୁହେଁ, ପାୱାରଫୁଲ୍‌ ବ୍ୟାଟେରୀ, ଲାଟେଷ୍ଟ୍‌ ପ୍ରୋସେସର୍‌ ମଧ୍ୟ ରହିଛି ଏହି ଫୋନ୍‌ରେ।

ପୂର୍ବରୁ ଶୁଣିବାକୁ ମିଳିଥିଲା, iQOOର 5G ସ୍ମାର୍ଟଫୋନ୍‌ ଅନ୍ୟ 5G ସ୍ମାର୍ଟଫୋନ୍‌ ଅପେକ୍ଷା ଟିକେ ଶସ୍ତା ରହିବ। ତେବେ ଲଞ୍ଚ୍‌ ହେବାପରେ ଫୋନ୍‌ର ପ୍ରକୃତ ମୂଲ୍ୟ ସମ୍ପର୍କରେ ଜଣାପଡ଼ିବ।

You might also like