ପାଟନା ଏସ୍‌ପିଙ୍କୁ କ୍ୱାରେଣ୍ଟିନ୍‌ ରଖିବା ନେଇ ମୁମ୍ବାଇ ପୁଲିସ୍ ଉପରେ ବର୍ଷିଲେ ବିହାର ଡିଜିପି

ମୁମ୍ବାଇ: ସୁଶାନ୍ତ ସିଂଙ୍କ ମୃତ୍ୟୁ ମାମଲାରେ ତଦନ୍ତ ପାଇଁ ମୁମ୍ବାଇ ଯାଇଥିବା ପାଟନା ଏସ୍‌ପିଙ୍କୁ କ୍ୱାରେଣ୍ଟିନ୍‌ ରଖିବା ଘଟଣାରେ ମୁମ୍ବାଇ ପୁଲିସ୍ ଉପରେ ବର୍ଷିଛନ୍ତି ବିହାର ଡିଜିପି ଗୁପ୍ତେଶ୍ୱର ପାଣ୍ଡେ। ବାଧ୍ୟବାଧକତା କ୍ୱାରେଣ୍ଟିନ୍ ନୁହଁ, ମୁମ୍ବାଇ ପୁଲିସ୍ ପାଟନା ଏସ୍‌ପିଙ୍କୁ ଗୃହବନ୍ଦୀ କରି ରଖିଛି  ବୋଲି କହିଛନ୍ତି ଗୁପ୍ତେଶ୍ୱର। ସୁଶାନ୍ତ ସିଂ ମୃତ୍ୟୁ ମାମଲାରେ ତାଙ୍କ ବାପା କେକେ ସିଂଙ୍କ ଅଭିଯୋଗ ଆଧାରରେ ବିହାର ପୋଲିସର ଏକ ଟିମ୍ ମୁମ୍ବାଇ ଯାଇଥିଲା। ଏନେଇ ଆଗୁଆ ସୂଚନା ଦିଆଯିବା ସହ ଅଧିକାରୀଙ୍କ ପାଇଁ ଆବଶ୍ୟକତା ସୁବିଧା ସୁଯୋଗ ପ୍ରଦାନ କରିବାକୁ କୁହାଯାଇଥିଲା। କିନ୍ତୁ ପାଟନା ଏସ୍‌ପିଙ୍କୁ ବିଏମ୍ସି ଅଧିକାରୀମାନେ କ୍ୱାରେଣ୍ଟିନ୍‌ରେ ରଖିଛନ୍ତି, ଯାହା ଅଣପେସାଦାର ମନବୃତ୍ତିର ପରିଚୟ ବୋଲି କହି ସମାଲୋଚନା କରିଛନ୍ତି ବିହାର ଡିଜିପି ଗୁପ୍ତେଶ୍ୱର ପାଣ୍ଡେ।

ଦେଶର ସର୍ବୋଚ୍ଚ ନ୍ୟାୟାଳୟ ମଧ୍ୟ ମୁମ୍ବାଇ ପୋଲିସର ଏହି ଘଟଣାକୁ ନିନ୍ଦା କରିବା ସତ୍ତ୍ୱେ ଏ ପର୍ଯ୍ୟନ୍ତ ପାଟନା ଏସ୍ପିଙ୍କୁ ମୁକ୍ତ କରାଯାଇନି। ବିଏମ୍ସି ପକ୍ଷରୁ ଏସ୍ପି ବିନୟ ତିଓ୍ୱାରୀଙ୍କୁ କ୍ୱାରେଣ୍ଟିନ୍ ରଖିବା ନେଇ ବିହାର ପୋଲିସକୁ ଯେଉଁ ଉତ୍ତର ଦିଆଯାଇଛି ତାହା ସ୍ପଷ୍ଟ ପ୍ରମାଣିତ କରୁଛି ଯେ, ସେମାନ ତାଙ୍କୁ ଛାଡ଼ିବାକୁ ଅମଙ୍ଗ ହୋଇଛନ୍ତି ବୋଲି ବିହାର ଡିଜିପି କହିଛନ୍ତି ।

ସେପଟେ ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲା ନେଇ ସିବିଆଇ ରିୟା ଚକ୍ରବର୍ତ୍ତିଙ୍କ ସମେତ ଅନ୍ୟ ୫ ଜଣଙ୍କ ନାଁରେ ମାମଲା ରୁଜୁ କରିଛି। ସୁଶାନ୍ତଙ୍କ ବାପା ପାଟନାରେ ରୁଜୁ କରିଥିବା ମାମଲା ଆଧାରରେ ସିବିଆଇ ମାମଲା ରୁଜୁ କରିଛି।

ବିହାର ସରକାର ସିବିଆଇ ତଦନ୍ତ ପାଇଁ ସୁପାରିଶ କରିବା ପରେ କେନ୍ଦ୍ର ସରକାର ସିବିଆଇ ତଦନ୍ତର ସୁପାରିଶକୁ ଅନୁମୋଦନ କରିସାରିଛନ୍ତି। ଏହା ମାମଲାରେ ତଦନ୍ତ କରିବାକୁ ସିବିଆଇକୁ କେନ୍ଦ୍ର ସରକାରଙ୍କଠାରୁ ଆଦେଶ ମିଳିଛି। ଆସନ୍ତା ଦୁଇ ଦିନ ମଧ୍ୟରେ ସିବିଆଇ ଏଫ୍ଆଇଆର୍ ଦାଖଲ କରିବ। ମୁମ୍ବାଇ ଏବଂ ଦିଲ୍ଲୀର ମିଳିତ ସିବିଆଇ ଟିମ୍ ରାଜପୁତଙ୍କ ଆତ୍ମହତ୍ୟା ଘଟଣାର ତଦନ୍ତ  କରିବ ବୋଲି ଜଣାପଡ଼ିଛି।

ଆହୁରି ପଢ଼ନ୍ତୁ

ଅକ୍ଟୋବରରେ ହେବ ଭାରତ ପ୍ରସ୍ତୁତ ’କୋଭାକ୍ସିନ’ର ତୃତୀୟ ପର୍ଯ୍ୟାୟ ପରୀକ୍ଷଣ

ଦକ୍ଷିଣ କୋରିଆ ଅଧିକାରୀଙ୍କୁ ଗୁଳି କରି ହତ୍ୟା କରିବା ପରେ ଜାଳିଦେଲେ

ସାଇକେଲ ଧରି ମନ ଖୁସିରେ ଖେଳୁଥିଲେ ପିଲା, ଏପଟେ ଛକି ବସିଥିଲା ମାଉଣ୍ଟେନ ଲାୟନ

ଭାରତରେ Harley-Davidsonର ପ୍ରଡକ୍ଟ ଓ ସେଲ୍ ବନ୍ଦ

ଗଲୱାନ ସଂଘର୍ଷରେ କେତେ ସୈନିକଙ୍କୁ ହରାଇଛି, ହିସାବ ଦେଲା ଚୀନ

୧୨ ବର୍ଷର ନାବାଳକଙ୍କ ସମେତ ୩ ଜଣଙ୍କ ଉପରେ ଚଢ଼ିଗଲା ବସ୍‌

କୃଷି ବିଲ୍‌ ବିରୋଧରେ ଚାଷୀଙ୍କ ‘ଭାରତ ବନ୍ଦ’ ଡାକରା ଆଜି

କମିଲା ସୁନା ଓ ରୂପା ଦର

ଅଭିନେତ୍ରୀ ପାୟଲ ଘୋଷଙ୍କ ଟ୍ୱିଟ୍‌କୁ ନେଇ ଚର୍ଚ୍ଚା, କହିଲେ- ଯଦି ଝୁଲନ୍ତା ଅବସ୍ଥାରେ ମୋ ମୃତଦେହ ମିଳେ…

ଶିବାଙ୍ଗୀ ସିଂ ହେବେ ଲଢୁଆ ବିମାନ ରାଫେଲ୍‌ର ପ୍ରଥମ ମହିଳା ପାଇଲଟ୍‌

ଓଡ଼ିଶାରୁ ସୁରତକୁ ଟ୍ରକ୍‌ରେ ଏମିତି ଚାଲାଣ ହେଉଥିଲା ଲକ୍ଷାଧିକ ଟଙ୍କାର ଗଞ୍ଜେଇ

ଓ୍ୱାର୍କିଂ ଜର୍ଣ୍ଣାଲିଷ୍ଟ ସଂଜ୍ଞାରେ ଡିଜିଟାଲ ଏବଂ ଇଲେକ୍ଟ୍ରୋନିକ୍‌ ମିଡିଆ ସାମ୍ବାଦିକ ସାମିଲ

You might also like