ସିବିଆଇ ହେପାଜତରେ ରହିବାକୁ ଚାହୁଁଛନ୍ତି ଚିଦାମ୍ବରମ୍

ନୂଆଦିଲ୍ଲୀ: ଆଇଏନ୍ଏକ୍ସ ମିଡିଆ ଦୁର୍ନୀତି ମାମଲାରେ ସିବିଆଇ ହେପାଜତରେ ସେପ୍ଟେମ୍ବର ୨ ଯାଏ ରହିବାକୁ ସୁପ୍ରିମ୍କୋର୍ଟରେ ଆବେଦନ କରିଛନ୍ତି ପୂର୍ବତନ କେନ୍ଦ୍ର ମନ୍ତ୍ରୀ ପି ଚିଦାମ୍ବରମ୍। ଗତ ଅଗଷ୍ଟ ୨୧ ତାରିଖରେ ସିବିଆଇ ଗିରଫ କରିଥିବା ଚିଦାମ୍ବରମ୍‌ଙ୍କର ଆସନ୍ତାକାଲି ସିବିଆଇ ରିମାଣ୍ଡ ସରୁଥିବାରୁ ସେ ଆସନ୍ତାକାଲି ସ୍ୱତନ୍ତ୍ର ସିବିଆଇ କୋର୍ଟରେ ହାଜର ହେବେ।

କୋର୍ଟ ଚିଦାମ୍ବରମ୍‌ଙ୍କ ଏହି ଆବେଦନ ବାବଦରେ କିଛି ମତ ରଖି ନାହାନ୍ତି। କିନ୍ତୁ କୋର୍ଟ କହିଛନ୍ତି ମନି ଲଣ୍ଡରିଂ ମାମଲାରେ ଚିଦାମ୍ବରମ୍‌ଙ୍କ ଅନ୍ତରୀଣ ଜାମିନ୍ ମନା କରି ଦିଲ୍ଲୀ ହାଇକୋର୍ଟ ଗତ ଅଗଷ୍ଟ ୨୦ ତାରିଖରେ ଦେଇଥିବା ରାୟ ବିରୋଧରେ ହୋଇଥିବା ଆବେଦନ ନେଇ ସେପ୍ଟେମ୍ବର ୫ ତାରିଖରେ ଶୁଣାଣି ହେବ।

ଚିଦାମ୍ବରମ୍‌ଙ୍କ ପକ୍ଷରୁ ଲଢ଼ୁଥିବା ୨ ବରିଷ୍ଠ ଓକିଲ କପିଲ ଶିବଲ ଏବଂ ଅଭିଷେକ ମନୁ ସିଂଘଭୀ କହିଛନ୍ତି, ରିମାଣ୍ଡ ବିରୋଧରେ ହୋଇଥିବା ଆବେଦନର ଶୁଣାଣି ସେପ୍ଟେମ୍ବର ୨ ତାରିଖରେ ହେବାର ଅଛି। ତେଣୁ ଚିଦାମ୍ବରମ୍ ସେହି ତାରିଖ ଯାଏ ସିବିଆଇ ହେପାଜତରେ ରହିବାକୁ ଚାହୁଁଛନ୍ତି।

କିନ୍ତୁ ସଲିସିଟର ଜେନେରାଲ ତୁଷାର ମେହେଟା ଏହାର ବିରୋଧ କରି କହିଥିଲେ, ରିମାଣ୍ଡର ଅବଧି ବଢ଼ାଇବା ଟ୍ରାଏଲ କୋର୍ଟର ନିଷ୍ପତ୍ତି ହେବ, କାରଣ ସେଠାରେ ବର୍ତ୍ତମାନ ମାମଲା ଚାଲିଛି। ଆସନ୍ତାକାଲି ଟ୍ରାଏଲ କୋର୍ଟରେ ଏହି ଆବେଦନ ହେଲେ ଆମକୁ କିଛି କହିବାର ନାହିଁ। କୋଡ୍ ଅଫ୍ କ୍ରିମିନିଲ ପ୍ରସିଜିଓର ଅନୁଯାୟୀ, ଅଭିଯୁକ୍ତକୁ ହେପାଜତରେ ରଖି ତଦନ୍ତକାରୀ ସଂସ୍ଥା ପଚରାଉଚରା କରିବା ପରେ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଏ।

ସର୍ବୋଚ୍ଚ ନ୍ୟାୟାଳୟ ଇଡିକୁ କହିଥିଲେ, ଏହି ତଦନ୍ତକାରୀ ସଂସ୍ଥା କୋର୍ଟକୁ ଦେବାକୁ ଚାହୁଁଥିବା ମ୍ୟାଟେରିଆଲ ଏକ ଅଫିସିଆଲ ସିଲ୍ ହୋଇଥିବା ଲଫାପାରେ ଦେବେ। ଏହାପରେ ଖଣ୍ଡପୀଠ ଏହି ଡକ୍ୟୁମେଣ୍ଟ ବାବଦରେ ନିଷ୍ପତ୍ତି ନେବେ।

ଆଜି ସଲିସିଟର ତୁଷାର ମେହେଟା କହିଥିଲେ, ମନି ଲଣ୍ଡରିଂ ସମାଜ ଏବଂ ରାଷ୍ଟ୍ର ବିରୋଧୀ। ତେଣୁ ତାଙ୍କୁ ଅନ୍ତରୀଣ ଜାମିନ୍ ବିନା ପଚରାଉଚରା କରିବାକୁ ହେବ। ଏହାପରେ ଶିବଲ କହିଥିଲେ, ଇଡି ପାଖରେ ଯଦି ଚିଦାମ୍ବରମ୍ ଘୋଷଣା କରିନଥିବା କୌଣସି ବ୍ୟାଙ୍କ ଆକାଉଣ୍ଟ ବା ସମ୍ପତ୍ତି ଥାଏ ତାହାର ପ୍ରମାଣ ଦିଅନ୍ତୁ। ଶିବଲ ଏହାପରେ ମୌଳିକ ଅଧିକାର ଏବଂ ସ୍ୱାଧୀନତାର ପ୍ରଶ୍ନ ଉଠାଇଥିଲେ। ସେ ଆହୁରି ମଧ୍ୟ ପ୍ରଶ୍ନ କରିଥିଲେ, ୨୦୧୪ ପରେ ଏମିତି କ’ଣ ହେଲା ଯେ ଚିଦାମ୍ବର ଚିଦାମ୍ବରମ୍‌ଙ୍କୁ ଗିରଫ କରିବାକୁ ଇଡି ଆଗଭର ହେଲା, ଯଦିଓ ଏହା ୨୦୦୭-୦୮ ବର୍ଷର ମାମଲା।

ଆହୁରି ପଢ଼ନ୍ତୁ

ସିଏଏକୁ ନେଇ ମୋହନ ଭାଗବତଙ୍କ ମନ୍ତବ୍ୟରେ କଡ଼ା ପ୍ରତିକ୍ରିୟା ରଖିଲେ ଅସଦୁଦ୍ଦିନ ଓୱେସୀ

ବାଃ କୋଭିଡ୍‌ ଯୋଦ୍ଧା, ଅସୁସ୍ଥ କରୋନା ରୋଗୀଙ୍କୁ ଅଧକିଲୋମିଟର ପିଠିରେ ବୋହି ଆମ୍ବୁଲାନ୍ସରେ ବସାଇଲେ

ହାଥରସ୍ ଗଣଦୁଷ୍କର୍ମ ଓ ହତ୍ୟା ମାମଲାର ତଦନ୍ତକାରୀ ଅଧିକାରୀ ପତ୍ନୀଙ୍କ ଆତ୍ମହତ୍ୟା

ବିହାର ଲୋକେ ନୀତୀଶଙ୍କ ଉପରେ କେବଳ ରାଗୁ ନାହାନ୍ତି, ତାଙ୍କୁ ଘୃଣା ବି କରୁଛନ୍ତି; ତେଜସ୍ୱୀ ଯାଦବ

ରେଳବାଇର କୋଭିଡ୍‌ କେୟାର କୋଚ୍‌ରେ ମହାରାଷ୍ଟ୍ରର ଜଣେ ବି ରୋଗୀ ଆଡ୍‌ମିଶନ ହୋଇ ନାହାନ୍ତି

ଏପଟେ ପୂଜା ସେପଟେ ପତ୍ନୀଙ୍କୁ ହତ୍ୟା ! ପୂଜା ଘର ଭିତରୁ ମିଳିଲା ମୃତଦେହ

ଜେଡିଆର୍‌ ପାର୍ଟି ନେତାଙ୍କୁ ଗୁଳି କରି ହତ୍ୟା ଘଟଣାରେ ବଡ଼ ଖୁଲାସା

‘ଭାରତର କଡ଼ା ଜବାବରେ ଭୟଭୀତ ଚାଇନା’

ସହିଦ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ରାଜନାଥ ସିଂ

ମନ କି ବାତ୍‌: ଯବାନଙ୍କ ପାଇଁ ଦୀପ ଜାଳିବାକୁ କହିଲେ ପ୍ରଧାନମନ୍ତ୍ରୀ

ପରଲୋକରେ ସାମ୍‌ସଙ୍ଗ୍‌ ଇଲେକ୍ଟ୍ରୋନିକ୍ସ ଚେୟାରମ୍ୟାନ୍

ପଞ୍ଜାବ ଦୁଷ୍କର୍ମ ଘଟଣାରେ ବିଜେପିକୁ ରାହୁଲଙ୍କ ଜବାବ

You might also like