ରାମ ମନ୍ଦିର ପାଇଁ ଭୂମି ପୂଜନ ଉତ୍ସବକୁ ସବୁ ନେତାଙ୍କୁ ଡକାଯିବା ଦରକାର: ସଲମାନ ଖୁର୍ସିଦ୍

ନୂଆଦିଲ୍ଲୀ: ରାମ ମନ୍ଦିର ନିର୍ମାଣ ପାଇଁ ହେବାକୁ ଥିବା ଭୂମି ପୂଜନକୁ ସବୁ ବଡ଼ ବଡ଼ ଦଳର ନେତାଙ୍କୁ ଡକାଯିବା ଦରକାର। ସମସ୍ତେ ଭୂମି ପୂଜନରେ ସାମିଲ୍ ହେବା କଥା ବୋଲି କହିଛନ୍ତି କଂଗ୍ରେସ ନେତା ସଲମାନ ଖୁର୍ସିଦ୍।

ଏହାର ଠିକ୍ ପରେ ସଲ୍‌ମାନଙ୍କର ମନ୍ତବ୍ୟରେ ପ୍ରତିକ୍ରିୟା ରଖିଛନ୍ତି AMIM ମୁଖ୍ୟ ଅସଦୁଦ୍ଦିନ ଓୱେସୀ। ସେ ଟ୍ୱିଟ୍ କରି ଲେଖିଛନ୍ତି “ ଏହି ଘଟଣାରେ ପ୍ରକୃତରେ ଯାହାଙ୍କୁ କ୍ରେଡିଟ୍ ଦେବା କଥା ତାଙ୍କୁ କ୍ରେଡିଟ୍ ଦିଆଯାଉ। ତାଲା‌ ପଡ଼ିଥିବା ବାବ୍ରୀ ମସ୍‌ଜିଦ୍‌କୁ ରାଜୀବ ଗାନ୍ଧି ଖୋଲିଥିଲେ। ଏହା ପରେ ପ୍ରଧାନମନ୍ତ୍ରୀ ହିସାବରେ ପିଭି ନରସିହ୍ମା ରାଓ ଏହାର ଧ୍ୱଂସାବଶେଷ ତଦାରଖ କରିଥିଲେ। ବାବ୍ରୀ ମସ୍‌ଜିଦ୍ ଭଙ୍ଗା ଘଟଣାରେ ସଂଘ ପରିବାର ସହ କଂଗ୍ରେସ ବି ହାତ ମିଳାଇଥିଲା।”

ରାମ ମନ୍ଦିର ନିର୍ମାଣ ପାଇଁ ଅଗଷ୍ଟ ୫ ତାରିଖରେ ଭୂମି ପୂଜନ ଆରମ୍ଭ ହେବ। ଏହି ଉତ୍ସବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ବିଜେପିର ଭେଟେରାନ୍‌ ନେତା ଏଲ୍‌ କେ ଆଡ୍‌ଭାନୀ ଏବଂ ମୂରଲୀ ମନୋହର ଯୋଶୀ ଓ ବହୁ ବିଶିଷ୍ଟ ନେତା ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି।

ଭୂମି ପୂଜନାରେ ପ୍ରଧାନମନ୍ତ୍ରୀ ଯୋଗ ଦେବା ନେଇ ଗତକାଲି ବିରୋଧ କରିଥିଲେ AMIM ମୁଖ୍ୟ ଅସଦୁଦ୍ଦିନ ଓୱେସୀ। ପ୍ରଧାନମନ୍ତ୍ରୀ ଏହି ଉତ୍ସବରେ ଯୋଗ ଦେଲେ ଏହା ପ୍ରଧାନମନ୍ତ୍ରୀ ନେଇଥିବା ଶପଥର ଉଲ୍ଲଙ୍ଘନ ହେବ ବୋଲି ଓୱେସୀ କହିଥିଲେ। ଆଜି ଏହାର କଡ଼ା ଯବାବ ରଖିଛନ୍ତି ତେଲେଙ୍ଗାନା ବିଜେପି ନେତା କ୍ରିଷ୍ଣା ସାଗର ରାଓ। ସେ କହିଛନ୍ତି, ଓୱେସୀ ବରଂ ଭୂମି ପୂଜନ ଉତ୍ସବରେ ସାମିଲ୍ ହୋଇ ନିଜର ସହିଷ୍ଣୁତା, ଭାତ୍ରୁପଣିଆ ଓ ଧର୍ମନିରପେକ୍ଷତା ପ୍ରମାଣ କରିବା ଦରକାର।

ପ୍ରକାଶ ଥାଉକି, ଆଡ‌ଭାନୀ ଓ ମୂରଲୀ ମନୋହର ଯୋଶୀ ୧୯୯୦ରେ ହୋଇଥିବା ରାମ ଜନ୍ମଭୂମି ଆନ୍ଦୋଳନରେ ଆଗଧାଡ଼ିରେ ଥିଲେ। ଏଥିପାଇଁ ଅନେକ ସମୟରେ ଏହି ନେତାମାନଙ୍କୁ ଅଇନଗତ କାର୍ଯ୍ୟାନୁଷ୍ଠାନର ସାମ୍ନା କରିବାକୁ ପଡ଼ୁଛି। ସେହିଭଳି ଉମାଭାରତୀ ଓ ବିନୟ କଟିୟାରଙ୍କୁ ମଧ୍ୟ ଉତ୍ସବକୁ ଡକାଯାଇପାରେ ବୋଲି ଶୁଣିବାକୁ ମିଳୁଛି। ତାଙ୍କ ସହିତ ଗୃହମନ୍ତ୍ରୀ ଅମିତ ଶାହ, ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂହ, ଆର୍‌ଏସ୍‌ଏସ୍ ମୁଖ୍ୟ ମୋହନ ଭାଗବତ, ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେ ଓ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ମଧ୍ୟ ଉତ୍ସବକୁ ଆମନ୍ତ୍ରିତ ହୋଇପାରନ୍ତି ବୋଲି ଖବର ଶୁଣିବାକୁ ମିଳୁଛି।

ଆହୁରି ପଢ଼ନ୍ତୁ

ଜେପି ନଡ୍ଡାଙ୍କୁ ଭେଟିଲେ ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା

ପତ୍ନୀଙ୍କୁ ନିର୍ଦ୍ଦୟ ଭାବେ ପିଟିଲେ ପୋଲିସ ଡିଜି, ଭିଡିଓ ଭାଇରାଲ

EPFO Recruitment 2020: ଖାଲି ପଡ଼ିଥିବା ଏହି ପଦବୀ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି

ବଡ ଧରଣର ବିସ୍ଫୋରଣରୁ ଯବାନଙ୍କ ଜୀବନ ବଞ୍ଚାଇଲା ‘ସୋଫିଆ’

ଆକାଶରେ ଉଡୁଥିବାବେଳେ ହଠାତ୍‌ ବିମାନର ଇଞ୍ଜିନ୍‌ ବନ୍ଦ ହୋଇଗଲା; ରତନ ଟାଟା ବଞ୍ଚାଇଲେ ସମସ୍ତଙ୍କ ଜୀବନ

କୃଷି ବିଲକୁ ବିରୋଧ ଜାରି, ଇଣ୍ଡିଆ ଗେଟ୍ ସମ୍ମୁଖରେ ଟ୍ରାକ୍ଟର ପୋଡ଼ିଦେଲେ ଆନ୍ଦୋଳନକାରୀ

କୃଷି ବିଲ୍‌କୁ ରାଷ୍ଟ୍ରପତିଙ୍କ ମଞ୍ଜୁରୀ

ରବି କିଶନଙ୍କୁ ମିଳୁଛି କି ହତ୍ୟା ଧମକ ?

ଜେଡିୟୁରେ ମିଶିଲେ ବିହାରର ପୂର୍ବତନ ଡିଜିପି

ଆଜି ଦିନକରେ ଯେତିକି ଆକ୍ରାନ୍ତ ଚିହ୍ନଟ ହେଲେ ତା’ଠୁ ଅଧିକ ସୁସ୍ଥ ହେଲେ

ନୀତୀଶଙ୍କ ଦଳରେ ମିଶିବେ ପୂର୍ବତନ ବିହାର ଡିଜିପି ଗୁପ୍ତେଶ୍ୱର ପାଣ୍ଡେ

କରୋନାର ଭୟଙ୍କର ପ୍ରଭାବ ବିଷୟରେ କ’ଣ କହିଲେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ?

You might also like