LICର ଏହି ବୀମା କଲେ ମାସିକ ପେନସନ୍ ମିଳିବ ୩୬ ହଜାର ଟଙ୍କା !

ଦେଶର ସବୁଠୁ ବଡ ଓ ବିଶ୍ଵସ୍ତ ବୀମା କମ୍ପାନୀ ଭାରତୀୟ ଜୀବନ ବୀମା ନିଗମର ଏମିତି ଏକ ପଲିସି ରହିଛି ଯେଉଁଥିରେ ପଲିସିଧାରୀ ଥରେ କିସ୍ତି ଦେଇ ଜୀବନସାରା ପେନସନ୍ ପାଇ ପାରିବେ। ତେବେ କ’ଣ ଏହି  ପଲିସି ଏବଂ  ଏଥିପାଇଁ ଆପଣଙ୍କୁ କ’ଣ କରିବାକୁ ପଡ଼ିବ ଆସନ୍ତୁ ଜାଣିବା ।

ଏହି ପଲିସିରେ ଥରେ ବିନିଯୋଗ କରନ୍ତୁ ମାତ୍ର ଏତିକି ଟଙ୍କା। ମାସକୁ ମିଳିବ ୩୬ ହଜାର। ବିଶ୍ୱାସ ହେଉନଥିଲେ ବି ଏହା ସତ। ଏହି ଯୋଜନାର ନାଁ ହେଉଛି ଜୀବନ ଅକ୍ଷୟ। କିଛି ଦିନ ପାଇଁ ଏଲଆଇସି ଏହାକୁ ବନ୍ଦ କରି ଦେଇଥିବା ବେଳେ ଏବେ ପୁଣି ଏହି ପଲିସିକୁ ଆରମ୍ଭ କରିଛି। ଏଲଆଇସି ଜୀବନ ଅକ୍ଷୟ ପଲିସି ଏମିତି ଏକ ପଲିସି ଯେଉଁଥିରେ ପଲିସିଧାରୀ କେବଳ ଥରେ କିସ୍ତି ଦେଇ ସାରା ଜୀବନ ପେନସନ ପାଇବାର ଲାଭ ଉଠାଇ ପାରିବେ।

ଜୀବନ ଅକ୍ଷୟ ପଲିସୀ ହେଉଛି ସିଙ୍ଗଲ ପ୍ରିମିୟମ । ନନ-ଲିଙ୍କ୍ଡ ନନ-ପାର୍ଟିସିପେଟିଙ୍ଗ ଓ ପର୍ସନାଲ ଏନ୍ୟୁଟି ପ୍ଲାନ। ଏଥିରେ ଅତିକମରେ ଏକ ଲକ୍ଷ ଟଙ୍କା ବିନିଯୋଗ କରି ପଲିସୀ ଆରମ୍ଭ କରି ହେବ। ଏହା ସହ ଏଥିରେ ବିନିଯୋଗ ପାଇଁ ଏପର୍ଯ୍ୟନ୍ତ କୌଣସି ଲିମିଟ ଧାର୍ଯ୍ୟ ହୋଇନାହିଁ।

ଏବେ ଜାଣିବା ଏଲଆଇସିର ଜୀବନ ଅକ୍ଷୟ ପଲିସି ବିଷୟରେ ବିଶେଷ କଥା। ଜୀବନ ଅକ୍ଷୟ ପଲିସି କରିବାକୁ ଚାହୁଁଥିଲେ ଆପଣଙ୍କ ବୟସ ୩୫ ବର୍ଷରୁ ୮୫ ବର୍ଷ ବୟସ୍କ ମଧ୍ୟରେ ହୋଇଥିବା ଆବଶ୍ୟକ। ଏହି ବୟସର ବ୍ୟକ୍ତି ଏହି ପଲିସିରେ ବିନିଯୋଗ କରି ଲାଭ ଉଠାଇ ପାରିବେ। ଦିବ୍ୟାଙ୍ଗ ବ୍ୟକ୍ତି ମଧ୍ୟ ଏହି ପଲିସୀର ଲାଭ ପାଇ ପାରିବେ।

ଜୀବନ ଅକ୍ଷୟରେ ଯଦି ଜଣେ ବ୍ୟକ୍ତି ଏକ ଲକ୍ଷ ଟଙ୍କା ବିନିଯୋଗ କରନ୍ତି ତାହେଲେ ତାଙ୍କୁ ବାର୍ଷିକ ୧୨ ହଜାର ଟଙ୍କା ପେନସନ ମିଳିବା ନିଶ୍ଚିତ। ଅର୍ଥାତ ଥରେ ଆପଣ ଏକ ଲକ୍ଷ ଟଙ୍କା ବିନିଯୋଗ କରି ଦେଲେ ବାର୍ଷିକ ୧୨ ହଜାର ଟଙ୍କା ପେନସନ ପାଇବାକୁ ହକଦାର ହୋଇ ପାରିବେ। ସର୍ବାଧିକ ନିବେଶ ପାଇଁ କୌଣସି ସୀମା ନ ଥିବାରୁ ପଲିସୀଧାରକ ନିଜ ଇଚ୍ଛା ଅନୁସାରେ ଟଙ୍କା ବିନିଯୋଗ କରି ପାରିବେ। ଆଉ ପେନସନ ରାଶି ବିନିଯୋଗ ରାଶି ଉପରେ ହିଁ ମିଳିଥାଏ ବୋଲି କୁହାଯାଉଛି।

ଜୀବନ ଅକ୍ଷୟ ପଲିସିରେ ଯଦି ଜଣେ ୪୫ ବର୍ଷର ବ୍ୟକ୍ତି ୭୦ ଲକ୍ଷ ଟଙ୍କା ସୁନିଶ୍ଚିତ ବିକଳ୍ପ ଚୟନ କରନ୍ତି, ତା’ହେଲେ ତାଙ୍କୁ ୭୧ ଲକ୍ଷ ୨୬ ହଜାର ଟଙ୍କା ପ୍ରିମିୟମ ଦେବାକୁ ପଡିବ। ଏହି ନିବେଶ ପରେ ତାଙ୍କୁ ମାସିକ ୩୬ ହଜାର ୪୨୯ ଟଙ୍କା ପେନସନ ମିଳିବ।

ଜୀବନ ଅକ୍ଷୟ ପଲିସିର ଆଉ ଏକ ଏକ ଖାସ କଥା ହେଲା, ପେନସନ ରାଶି ପାଇବା ପାଇଁ ୧୦ଟି ବିକଳ୍ପ ରହିଛି। ଆଉ ପଲିସି ଧାରକଙ୍କ ମୃତ୍ୟୁ ପରେ ପେନସନ ବନ୍ଦ ହୋଇ ଯାଇଥାଏ। ଏ ବିଷୟରେ ଅଧିକ ଜାଣିବା ପାଇଁ ନିକଟସ୍ଥ ଏଲଆଇସି ଶାଖା କାର୍ଯ୍ୟାଳୟ ଓ ଏଜେଣ୍ଟଙ୍କ ସହ ଯୋଗଯୋଗ କରି ପାରିବେ। ଜୀବନ ଅକ୍ଷୟ ଭଳି ଏଲଆଇସିର ଅନେକ ପ୍ଲାନ ରହିଛି ଯେଉଁଥିରେ ମିଳୁଛି ଲାଭ ହିଁ ଲାଭ।

ଆହୁରି ପଢ଼ନ୍ତୁ

ଜୀବନକୁ ବାଜି ଲଗାଇ ଚାରି ଜଣଙ୍କୁ ବଞ୍ଚାଇଲା ଗର୍ଭବତୀ କୁକୁର

ହଠାତ୍‌ ଲାଲ୍‌ ହୋଇଗଲା ନଦୀର ପାଣି, ଦୋଷୀକୁ ଧରାଇ ଦେଲେ ମିଳିବ ପୁରସ୍କାର

ଗୁଳିଠାରୁ ଅଧିକ ବେଗରେ ମାଡ଼ି ଆସୁଛି ଉଲ୍‌କାପିଣ୍ଡ; ପଡ଼ିବ କି ପୃଥିବୀ ପୃଷ୍ଠରେ ? ନାସା କହିଲା…

ସୋନୁ ସୁଦ୍‌ଙ୍କର ଅଜବ୍‌ ଫ୍ୟାନ୍‌, ଦେଖା କରିବାକୁ ସାଇକେଲ୍‌ରେ ବିହାରରୁ ମୁମ୍ୱାଇ ଯାତ୍ରା କରିବେ

ସିନ୍ଧୁ ନଦୀରୁ ଉଦ୍ଧାର ହେଲା ମାଂସ ଖିଆ ମାଛ

ମାସ୍କ ନପିନ୍ଧିବାରୁ ଦୋକାନି ଖାଇଲେ ମାଡ

ଟ୍ରେନ୍‌ ତଳୁ ବଞ୍ଚିଗଲେ ମହିଳା

ଭୂମିରେ ଶୋଇଥିଲେ ଶହଶହ ମହିଳା, ତାଙ୍କ ଉପରେ ଚାଲି ଚାଲି ଯାଉଥିଲେ ପୂଜକ….

ସୋମବାର ବର୍ଷର ଶେଷ ଚନ୍ଦ୍ର ଗ୍ରହଣ; କ’ଣ ରହିଛି ବିଶେଷତ୍ୱ, ଜାଣନ୍ତୁ…

ଜମି ଖୋଳୁ ଖୋଳୁ ବାହାରିଲା ୧୨୨ଟି ଘାତକ ବୋମା

ବନବାସ ବେଳେ ଓଡ଼ିଶା ଆସିଥିଲେ କି ପଞ୍ଚୁପାଣ୍ଡବ?

କେବୁଲ ବେଳାଭୂମିରେ ସାର୍କ ଆକ୍ରମଣ

You might also like