ନବମ ଏବଂ ଏକାଦଶ ଶ୍ରେଣୀରେ ଫେଲ୍ ଛାତ୍ରଛାତ୍ରୀଙ୍କୁ ମିଳିବ ସୁଯୋଗ

ଭୁବନେଶ୍ୱର: ନବମ ଏବଂ ଏକାଦଶ ଶ୍ରେଣୀରେ ଫେଲ୍ ଛାତ୍ରଛାତ୍ରୀଙ୍କୁ ମିଳିବ ସୁଯୋଗ। ସେମାନଙ୍କ ପ୍ରମୋସନ ପାଇଁ ବ୍ୟବସ୍ଥା କରିବାକୁ CBSE ନିର୍ଦ୍ଦେଶ ଦେଇଛି। ଅନଲାଇନ/ଅଫଲାଇନ/ଇନୋଭେଟିଭ ପଦ୍ଧତିରେ ଟେଷ୍ଟ ପାଇଁ ନିର୍ଦ୍ଦେଶ ଦେଇଛି CBSE।

ପୂର୍ବରୁ ସୁଯୋଗ ଦିଆଯାଇଥିଲେ ବି ପୁଣି ଥରେ ସୁଯୋଗ ଦେବାକୁ ନିର୍ଦ୍ଦେଶ ଦେଇଛି CBSE। ପୁଣି ଥରେ ଟେଷ୍ଟ ପାଇଁ ଛାତ୍ରଛାତ୍ରୀଙ୍କୁ ପର୍ଯ୍ୟାପ୍ତ ସମୟ ପାଇଁ ପରାମର୍ଶ ଦେବା ସହ କରୋନା ଯୋଗୁଁ ଏହି ସୁଯୋଗ କେବଳ ଏ ବର୍ଷ ପାଇଁ। ଆଗକୁ କିନ୍ତୁ ଏଭଳି କୌଣସି ସୁଯୋଗ ଦିଆଯିବ ନାହିଁ ବୋଲି CBSE ସ୍ପଷ୍ଟ କରିଛି।

ସେପଟେ ସିବିଏସ୍ଇ ଦଶମ ଓ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଖାତା ଦେଖା ନୂଆ ଢାଞ୍ଚାରେ ଆରମ୍ଭ ହୋଇଛି। ମୂଲ୍ୟାୟନକାରୀମାନେ ନିଜ ଘରେ ରହି ପରୀକ୍ଷା ଖାତା ଦେଖିବେ ବୋଲି କେନ୍ଦ୍ର ମାନବ ସଂବଳ ବିକାଶ ମନ୍ତ୍ରୀ ରମେଶ ପୋଖରିୟାଲ କହିଥିଲେ।

ମୂଲ୍ୟାୟନ କେନ୍ଦ୍ର ଭାବେ ଚୟନ କରାଯାଇଥିବା ୩ ହଜାରଟି ସ୍କୁଲରୁ ପରୀକ୍ଷା ଖାତା ଶିକ୍ଷକମାନଙ୍କ ଘରକୁ ଯିବ ଏବଂ ସେମାନେ ଖାତା ଦେଖିବା ପରେ ସେଗୁଡ଼ିକ ପୁଣି କେନ୍ଦ୍ରକୁ ଫେରିବ। ଏଥିପାଇଁ ସ୍ୱତନ୍ତ୍ର ଭାବେ ଅନୁମତି ଦେଇଛି କେନ୍ଦ୍ର ଗୃହ ମନ୍ତ୍ରାଳୟ। ଖାତା ଦେଖା ୫୦ ଦିନ ଭିତରେ ସାରିବାକୁ ଲକ୍ଷ୍ୟ ରଖାଯାଇଛି।

ସିବିଏସ୍ଇ ଦଶମର ୧୮ ଲକ୍ଷ ଓ ଦ୍ୱାଦଶର ୧୨ ଲକ୍ଷ ଛାତ୍ରଛାତ୍ରୀ ପରୀକ୍ଷାଫଳ ଅପେକ୍ଷାରେ ଥିବା ବେଳେ ମୂଲ୍ୟାୟନକାରୀ ମାନେ ଘରେ ରହି ୫୦ଦିନ ଭିତରେ ପ୍ରାୟ ଦେଢ଼କୋଟି ପରୀକ୍ଷା ଖାତା ଦେଖିବେ।

ଆହୁରି ପଢ଼ନ୍ତୁ

କମିଲା ସୁନା ଓ ରୂପା ଦର

ଅଭିନେତ୍ରୀ ପାୟଲ ଘୋଷଙ୍କ ଟ୍ୱିଟ୍‌କୁ ନେଇ ଚର୍ଚ୍ଚା, କହିଲେ- ଯଦି ଝୁଲନ୍ତା ଅବସ୍ଥାରେ ମୋ ମୃତଦେହ ମିଳେ…

ଶିବାଙ୍ଗୀ ସିଂ ହେବେ ଲଢୁଆ ବିମାନ ରାଫେଲ୍‌ର ପ୍ରଥମ ମହିଳା ପାଇଲଟ୍‌

ଓଡ଼ିଶାରୁ ସୁରତକୁ ଟ୍ରକ୍‌ରେ ଏମିତି ଚାଲାଣ ହେଉଥିଲା ଲକ୍ଷାଧିକ ଟଙ୍କାର ଗଞ୍ଜେଇ

ଓ୍ୱାର୍କିଂ ଜର୍ଣ୍ଣାଲିଷ୍ଟ ସଂଜ୍ଞାରେ ଡିଜିଟାଲ ଏବଂ ଇଲେକ୍ଟ୍ରୋନିକ୍‌ ମିଡିଆ ସାମ୍ବାଦିକ ସାମିଲ

ବିସ୍ଫୋରଣ ପରେ ONGC ପ୍ଲାଣ୍ଟରେ ଅଗ୍ନିକାଣ୍ଡ

ପରଲୋକରେ ରେଳ ରାଷ୍ଟ୍ରମନ୍ତ୍ରୀ

ଫେଲ୍ ମାରିଲା ପାକିସ୍ତାନର ହୀନ ଉଦ୍ୟମ

ସ୍ୱାମୀଙ୍କୁ ହତ୍ୟା କରି ବେଡ୍‌ ତଳେ ମୃତଦେହ ଲୁଚାଇଥିଲେ ପତ୍ନୀ, ଗନ୍ଧ ବାହାରିବାରୁ…

‘ନେତା କୈସା ହୋ.. ବାଇଡେନ ଜୈସା ହୋ’-ଏମିତି ଚାଲିଛି ଆମେରିକାରେ ନିର୍ବାଚନ ପ୍ରଚାର

ନେପାଳ ପର୍ବତାରୋହୀଙ୍କ ପରଲୋକ; ୧୦ ଥର ମାଉଣ୍ଟ ଏଭରେଷ୍ଟ ଚଢି ରେକର୍ଡ କରିଥିଲେ

ଭଲ୍ୟୁଣ୍ଟାରୀ ରିଟାୟାରମେଣ୍ଟ ନେଲେ ବିହାର ଡିଜିପି ଗୁପ୍ତେଶ୍ୱର ପାଣ୍ଡେ, ନିର୍ବାଚନ ଲଢ଼ିବା ନେଇ ଚର୍ଚ୍ଚା

You might also like