କମିଲା ସ୍ୱଳ୍ପ ସଞ୍ଚୟ ଉପରେ ସୁଧହାର

ନୂଆଦିଲ୍ଲୀ: କମିଲା Public Provident Fund(PPF) ସୁଧହାର। ସ୍ୱଳ୍ପ ସଞ୍ଚୟ ଉପରେ ସୁଧହାର କମାଇଛନ୍ତି କେନ୍ଦ୍ର ସରକାର। ଏହା ଆଜିଠାରୁ ଲାଗୁ ହେବ। କେନ୍ଦ୍ର ସରକାରଙ୍କ ଘୋଷଣା ଅନୁଯାୟୀ, ୨୦୨୧ ଆର୍ଥିକ ବର୍ଷର ପ୍ରଥମ କ୍ୱାର୍ଟର ପାଇଁ ଏହା ଲାଗୁ ହେବ। PPF ସୁଧହାର ବାର୍ଷିକ ୭.୧%ରୁ ୬.୪%କୁ କମାଯାଇଛି।

NSC ସୁଧହାର ୬.୮%ରୁ ୫.୯%କୁ ହ୍ରାସ କରିଛନ୍ତି ସରକାର। ସୁକନ୍ୟା ସମୃଦ୍ଧି ଯୋଜନା ସୁଧହାର ବି କମାଇଛନ୍ତି ସରକାର। ପୂର୍ବରୁ ଏହା ୭. ୫% ଥିବା ବେଳେ ଏବେ ୬.୯% କୁ ହ୍ରାସ ପାଇଛି। ସେହିପରି ସେଭିଙ୍ଗ ଡିପୋଜିଟ୍ ଉପରେ ସୁଧହାର ୪%ରୁ ୩.୫%କୁ ହ୍ରାସ କରାଯାଇଛି ଏବଂ ବରିଷ୍ଠ ନାଗରିକଙ୍କ ପାଇଁ ସୁଧ ହାର ୭.୪%ରୁ ୬.୫%କୁ କମାଇଛନ୍ତି ସରକାର।

You might also like