ଜିଓ ପ୍ଲାଟ୍‌ଫର୍ମ‌ରେ ୧୮୯୪.୫୦ କୋଟି ଟଙ୍କା ପୁଞ୍ଜିନିବେଶ କରିବ ଇଣ୍ଟେଲ୍

ଭୁବନେଶ୍ୱର: ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍ (ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌) ଓ ଭାରତର ଅଗ୍ରଣୀ ଡିଜିଟାଲ୍ ସେବା ପ୍ଲାଟଫର୍ମ ଜିଓ ପ୍ଲାଟଫର୍ମସ୍ ଲିମିଟେଡ୍ (ଜିଓ ପ୍ଲାଟଫର୍ମସ୍‌) ପକ୍ଷରୁ ଆଜି ଏକ ବଡ  ଘୋଷଣା କରାଯାଇଛି । ଇଣ୍ଟେଲ୍ କର୍ପୋରେସନର ନିବେଶ ସଂସ୍ଥା ଇଣ୍ଟେଲ୍ କ୍ୟାପିଟାଲ୍ ପକ୍ଷରୁ ଜିଓ ପ୍ଲାଟଫର୍ମସ୍‌ରେ ୧୮୯୪.୫୦ କୋଟି ଟଙ୍କା ପୁଞ୍ଜିନିବେଶ କରାଯିବ । ଜିଓ ପ୍ଲାଟ୍‌ଫର୍ମସ୍‌ର ମୋଟ ଇକ୍ୱିଟି ମୂଲ୍ୟ ୪.୯୧ ଲକ୍ଷ କୋଟି ଟଙ୍କା ଏବଂ ଏଣ୍ଟରପ୍ରାଇଜ୍‌ ମୂଲ୍ୟ ୫.୧୬ ଲକ୍ଷ କୋଟି ଟଙ୍କା ଆକଳନ ହିସାବରେ ଏହି ପୁଞ୍ଜିନିବେଶ କରାଯାଇଛି ।

ଇଣ୍ଟେଲ୍ କ୍ୟାପିଟାଲ୍‌ର ଏହି ନିବେଶ ଜିଓ ପ୍ଲାଟଫର୍ମସ୍‌ରେ ପୂର୍ଣ୍ଣ ବିଘଟିତ ହୋଇପାରୁଥିବା ୦.୩୯% ପ୍ରତିଶତ ଇକ୍ୱିଟି ଅଂଶଧନରେ ରୂପାନ୍ତରିତ ହେବ । ଜିଓ ପ୍ଲାଟଫର୍ମସ୍‌ରେ ନିକଟରେ ପୁଞ୍ଜିନିବେଶ କରିଥିବା ବିଶ୍ୱର ବିଶିଷ୍ଟ ନିବେଶକମାନଙ୍କ ତାଲିକାରେ ଏବେ ଇଣ୍ଟେଲ୍ ସାମିଲ୍ ହୋଇଛି । ଏହି ନିବେଶକମାନେ ଜିଓ ପ୍ଲାଟଫର୍ମସରେ ମୋଟ ୧,୧୭,୫୮୮.୪୫ କୋଟି ଟଙ୍କାର ପୁଞ୍ଜିନିବେଶ କରିଛନ୍ତି ।

ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ର ସମ୍ପୂର୍ଣ୍ଣ ଅଧିକୃତ ସହଯୋଗୀ କମ୍ପାନୀ ଭାବେ ଜିଓ ପ୍ଲାଟଫର୍ମସ୍ ହେଉଛି ଏକ ପରବର୍ତ୍ତୀ ପିଢ଼ିର ଟେକ୍ନୋଲୋଜି ପ୍ଲାଟଫର୍ମ ଯାହାକି ୩୮୮ ନିୟୁତରୁ ଅଧିକ ଗ୍ରାହକଙ୍କୁ ସମଗ୍ର ଭାରତରେ ଉଚ୍ଚମାନର ତଥା ସୁଲଭ ମୂଲ୍ୟରେ ଡିଜିଟାଲ୍ ସେବା ଯୋଗାଇବା ଉପରେ ଗୁରୁତ୍ୱ ଦେଉଛି । ଜିଓ ପ୍ଲାଟଫର୍ମ ଏହାର ଡିଜିଟାଲ ଇକୋସିଷ୍ଟମ ମଧ୍ୟରେ ବ୍ରଡ୍‌ବ୍ୟାଣ୍ଡ ସଂଯୋଗୀକରଣ, ସ୍ମାର୍ଟ ଡିଭାଇସ୍‌, କ୍ଲାଉଡ୍ ଏବଂ ଏଜ୍ କମ୍ପ୍ୟୁଟିଂ, ବୃହତ ଡାଟା ଆନାଲିଟିକ୍ସ, କୃତ୍ରିମ ବୁଦ୍ଧିମତା (ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ), ଇଂଟରନେଟ୍ ଅଫ୍ ଥିଙ୍ଗସ୍‌ ଆଦି ଅଗ୍ରଣୀ ଟେକ୍ନୋଲୋଜିକୁ ଆଧାର କରି ବ୍ୟାପକ ବିନିଯୋଗ କରିଛି ।

ଜିଓର ଲକ୍ଷ୍ୟ ହେଉଛି ସାରା ଦେଶର ୧୩୦ କୋଟି ଲୋକ ଏବଂ ବ୍ୟବସାୟଗୁଡିକ ପାଇଁ ଏକ ଡିଜିଟାଲ୍ ଇଣ୍ଡିଆକୁ ସକ୍ଷମ କରିବା ଯାହା ସାରାଦେଶର ବ୍ୟବସାୟ ସମୂହ, ଛୋଟ ବ୍ୟବସାୟୀ, କ୍ଷୁଦ୍ର ବ୍ୟବସାୟ ଏବଂ କୃଷକମାନଙ୍କୁ ସାମୂହିକ ଅଭିବୃଦ୍ଧିର ଫଳ ପ୍ରଦାନ କରିପାରିବ ।

ଏ ନେଇ ମୁକେଶ ଅମ୍ବାନୀ କହିଛନ୍ତି,  ଇଣ୍ଟେଲ୍ ହେଉଛି ଶିଳ୍ପ କ୍ଷେତ୍ରର ଏକ ବାସ୍ତବିକ ଅଗ୍ରଣୀ ସଂସ୍ଥା ଓ ଏହା ବିଶ୍ୱ ସ୍ତରରେ ପରିବର୍ତ୍ତନ ସୃଷ୍ଟି କରୁଥିବା ପ୍ରଯୁକ୍ତି କ୍ଷେତ୍ରରେ କାର୍ଯ୍ୟ କରୁଛି । ବିଶ୍ୱସ୍ତରରେ ଅଗ୍ରଣୀ ପ୍ରଯୁକ୍ତି କଂପାନିଗୁଡ଼ିକର ଏକ ମୂଲ୍ୟବାନ ସହଯୋଗୀ ହେବାରେ ଇଣ୍ଟେଲ୍ କ୍ୟାପିଟାଲ୍‌ର ଉଲ୍ଲେଖନୀୟ ରେକର୍ଡ ରହିଛି । ନୂତନ ପ୍ରଯୁକ୍ତିରେ ଭାରତର ଦକ୍ଷତାକୁ ବଢ଼ାଇବାରେ ଇଣ୍ଟେଲ୍ ସହିତ କାର୍ଯ୍ୟ କରିବାକୁ ଆମେ ଉତ୍ସାହିତ।  ଏହା ଆମ ଅର୍ଥନୀତିର ସବୁ କ୍ଷେତ୍ରକୁ ସଶକ୍ତ କରିବ ଏବଂ ୧୩୦ କୋଟି ଭାରତୀୟଙ୍କ ଜୀବନରେ ଗୁଣାତ୍ମକ ଉନ୍ନତି ଆଣିବ ।

ଶ୍ରୀଯୁକ୍ତ ୱେଣ୍ଡେଲ୍ ବ୍ରୁକସ୍‌, ଇଣ୍ଟେଲ୍ କ୍ୟାପିଟାଲ୍‌ର ସଭାପତି କହିଛନ୍ତି ଯେ, “ନିଜର ଉଲ୍ଲେଖନୀୟ ଇଞ୍ଜିନିୟରିଂ ଦକ୍ଷତାକୁ ଉପଯୋଗ କରି ଭାରତ ପାଇଁ ସୁଲଭ ମୂଲ୍ୟର ଡିଜିଟାଲ୍ ସେବାର ଶକ୍ତି ଆଣିବା ଉପରେ ଜିଓ ପ୍ଲାଟଫର୍ମ ଗୁରୁତ୍ୱ ଦେଉଛି ଯାହା ଜନଜୀବନକୁ ସମୃଦ୍ଧ କରିବା ଲାଗି ବୈପ୍ଳବିକ ପ୍ରଯୁକ୍ତି ପ୍ରଦାନ କରିବା ପାଇଁ ଇଣ୍ଟେଲ୍ ରଖିଥିବା ଲକ୍ଷ୍ୟ ସହ ମେଳ ଖାଉଛି ।’

ଆହୁରି ପଢ଼ନ୍ତୁ

ପାକିସ୍ତାନ ଅନୁପ୍ରବେଶକାରୀକୁ ଧରିଲା ସେନା; ୫ ହଜାର ପାକିସ୍ତାନୀ ଟଙ୍କା ଜବତ

‘ପାପ, ଭୁଲ ଓ ବେମାରୀକୁ ଛୋଟ ଭାବିବା ଉଚିତ ନୁହେଁ’

ଗୋଆ ଉପମୁଖ୍ୟମନ୍ତ୍ରୀଙ୍କ ମୋବାଇଲ୍‌ରୁ କେମିତି ଶେୟାର୍ ହେଲା ପର୍ଣ୍ଣୋଗ୍ରାଫିକ୍ ଭିଡିଓ ?‌

୨ ଆତଙ୍କବାଦୀଙ୍କୁ ଏନ୍‌କାଉଣ୍ଟର କଲା ସେନା; ଦୁଇ ଦିନରେ ୪ ମୃତ

ଡ୍ରଗ୍ସ କାରବାର ମାମଲାରେ ବିଚାର କରୁଥିବା NDPSର ସ୍ୱତନ୍ତ୍ର ବିଚାରପତିଙ୍କୁ ବୋମାମାଡ଼ ଧମକ: ଦୁଇ ଅଟକ

ଗୋଆ ଉପମୁଖ୍ୟମନ୍ତ୍ରୀଙ୍କ ମୋବାଇଲ୍‌ ହ୍ୟାକ୍

ଚୀନ୍‌ର କରୋନା ଭ୍ୟାକ୍ସିନ ସମ୍ପୂର୍ଣ୍ଣ ସୁରକ୍ଷିତ: ବ୍ରାଜିଲ୍‌

ସନ୍ଧ୍ୟା ୬ରେ ଦେଶବାସୀଙ୍କୁ ସମ୍ବୋଧନ କରିବେ ପ୍ରଧାନମନ୍ତ୍ରୀ

୮୩ ଦିନ ପରେ ଆଶ୍ୱସ୍ତି; ଦିନକରେ ଚିହ୍ନଟ ହେଲେ ୫୦ ହଜାରରୁ କମ କରୋନା ଆକ୍ରାନ୍ତ

ଫେବ୍ରୁଆରି ସୁଦ୍ଧା ଦେଶର ଅଧା ଲୋକ କରୋନା ଆକ୍ରାନ୍ତ ହୋଇ ପାରନ୍ତି !

କଥା ଦେଇ କଥା ରଖିଲେ ରାହୁଲ, ଦୁଇ ଭଉଣୀଙ୍କୁ ଉପହାର ଦେଲେ ଘରର ଚାବି

କରୋନା ଆକ୍ରନ୍ତଙ୍କ ଖୁସି ପାଇଁ ନାଚିଲେ ଡାକ୍ତର, ଭିଡିଓ ଭାଇରାଲ

You might also like