ବିବାହ ମଣ୍ଡପ ବଦଳରେ ହାଜତକୁ ଯିବାକୁ ହେଲା

ଭୋପାଲ : କରୋନା ଜନତା କର୍ଫ୍ୟୁ ତଥା ଲକଡାଉନ୍ ବର୍ତ୍ତମାନ ମଧ୍ୟପ୍ରଦେଶର ଜବଲପୁର ସମେତ ସାରା ମଧ୍ୟପ୍ରଦେଶରେ ଲାଗୁ ହୋଇଛି। କିନ୍ତୁ କିଛି ଲୋକ ସେମାନଙ୍କ ପାଗଳାମିରୁ ନିବୃତ୍ତ ହେବାକୁ ଚାହୁଁ ନ ଥିବା ଦେଖିବାକୁ ମିଳୁଛି। ବିବାହ ଉତ୍ସବ ବା ବରଯାତ୍ରୀ ପାଇଁ ଏକ ନିର୍ଦ୍ଦିଷ୍ଟ ସଂଖ୍ୟାର ଲୋକଗହଳି ନେଇ ନିୟମ ହୋଇଥିବା ବେଳେ କେତେକ ଏହାକୁ ଅଣଦେଖା କରୁଥିବା ଦେଖାଯାଉଛି। ପୋଲିସ୍ ଆଖିରେ ଧୂଳିଦେଇ ଏକ ବରଯାତ୍ରୀ ଏହି ନିୟମକୁ ଅଣଦେଖା କରୁଥିବା ବେଳେ ଧରାପଡିଛି।

ଏହି ଏକ ଦୃଶ୍ୟ ଜବଲପୁରର ମଢୋଟାଲ ପୋଲିସ ଷ୍ଟେସନ ଅଧୀନରେ ଦେଖିବାକୁ ମିଳିଛି, ଯେଉଁଠି ଏକ ବରଯାତ୍ରୀ ଦଳ ବିବାହ ଉତ୍ସବରେ ଯୋଗଦେବା ପାଇଁ ଏକ ସ୍କୁଲ ବସ୍‌ରେ ଯାଉଥିଲେ। ପୋଲିସ୍ ଚେକିଙ୍ଗ୍ ସମୟରେ ଧରାପଡିଥିଲେ। କାଟଙ୍ଗୀ ବାଇପାସରେ, ଯେତେବେଳେ ଏହି ବସ୍ ବରଯାତ୍ରୀ ଭରି ଆଗକୁ ଯାଉଥିଲା, ଯେତେବେଳେ ପୋଲିସ ଯାଞ୍ଚ ନାମରେ ବସ୍ କୁ ଅଟକାଇଥିଲା। ସେତେବେଳେ ସାଙ୍ଗେ ସାଙ୍ଗେ ସେଠାରେ ବରଯାତ୍ରୀମାନଙ୍କର ଭିଡ଼ ଜମିଯାଇଥିଲା।

ଘଟଣାସ୍ଥଳରେ ପୋଲିସ ବସ୍ ସହିତ ବରଯାତ୍ରୀଙ୍କୁ ଧରି ପୋଲିସ ଷ୍ଟେସନକୁ ଆଣିଥିଲା। ପରେ ବରଯାତ୍ରୀଙ୍କୁ ଅସ୍ଥାୟୀ ଜେଲକୁ ପଠାଯାଇଥିବାବେଳେ ବସ୍କୁ ଜବତ କରାଯାଇଥିଲା। ପୋଲିସ ଏହି ମାମଲାରେ ଧାରା 188 ସମେତ ବିପର୍ଯ୍ୟୟ ପରିଚାଳନାର ବିଭିନ୍ନ ଧାରା ଅଧୀନରେ ଏକ ମାମଲା ରୁଜୁ କରିଛି। ସୂଚନାନୁସାରେ, ଏହି ଶୋଭାଯାତ୍ରା ଜବଲପୁରର ଘମାପୁର କୁମ୍ହାରୀ ମୋହଲ୍ଲା ଯାଉଥିଲା। ବରଯାତ୍ରୀ ଦଳ ଧମକଡୀ ବେଲଖଡୁ ଗାଁରୁ ଆସୁଥିଲେ। ତେବେ ଉଦାରତା ଦେଖାଇ ପୋଲିସ ବର-କନ୍ୟାକୁ ଛାଡି ଦେଇଥିଲା।

You might also like