ନୌସେନାର ଶକ୍ତି ବଢାଇବ ଆଇଏନ୍ଏସ୍ କବରତ୍ତି

ନୂଆଦିଲ୍ଲୀ: ନୌସେନାରେ ସାମିଲ ହେଲା ବୁଡାଜାହାଜ ବିଧ୍ୱଂସୀ ଯୁଦ୍ଧ ଜାହାଜ ଆଇଏନ୍ଏସ୍ କବରତ୍ତି । ଆଜି ବିଶାଖାପାଟଣା ସ୍ଥିତ ନାଭାଲ୍ ଡକୟାର୍ଡରେ ଏହି ଯୁଦ୍ଧଜାହାଜକୁ ସାମିଲ କରିଛନ୍ତି ସ୍ଥଳସେନା ମୁଖ୍ୟ ଜେନେରାଲ ମନୋଜ ମୁକୁନ୍ଦ ନରଓ୍ୱଣେ। ଆଇଏନ୍ଏସ କବର୍ତ୍ତି ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ଚତୁର୍ଥ ଆଣ୍ଟି ସବ୍‌ମେରାଇନ୍ ଯୁଦ୍ଧଜାହାଜ।

ଏହାପୂର୍ବରୁ ଆଉ ୩ଟି ବୁଡାଜାହାଜ ବିଧ୍ୱଂସୀ ଯୁଦ୍ଧଜାହାଜ ନୌସେନାରେ ସାମିଲ ହୋଇସାରିଛି । ଆଇଏନ୍ଏସ୍ କବରତ୍ତିର ବିଶେଷତ୍ୱ ହେଲା ଏହା ରାଡାରରେ ସହଜରେ ଦେଖାଯାଏ ନାହିଁ । ଏହାର ନିର୍ମାଣରେ ୯୦ ପ୍ରତିଶତ ସ୍ୱଦେଶୀ ଜ୍ଞାନକୌଶଳ ବ୍ୟବହାର କରାଯାଇଛି ।

୧୧୦ ମିଟର ଲମ୍ବ ଏବଂ ୧୪ ମିଟର ଚଉଡା ତଥା ୩୫୦୦ ଟନ୍ ଓଜନର କ୍ଷମତା ଥିବା ଆଇଏନ୍ଏସ୍ କବର୍ତ୍ତିରେ ଆଣ୍ଟି ସବ୍‌ମେରିନ୍ ରକେଟ୍ ଏବଂ ଟର୍ପେଡୋ ଲଗାଯାଇଛି । ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ରରେ ସଜ୍ଜିତ ଏହି ଯୁଦ୍ଧଜାହାଜ ପରମାଣୁ, ରାସାୟନିକ ତଥା ଜୈବିକ ଯୁଦ୍ଧ ସ୍ଥିତିରେ କାର୍ଯ୍ୟ କରିପାରିବ ।

 

 

You might also like