ଅମରନାଥ ଯାତ୍ରାରେ ଆତଙ୍କବାଦୀ ଆକ୍ରମଣ ଆଶଙ୍କା

ଶ୍ରୀନଗର: ଜୁଲାଇ ୨୧ରୁ ଆରମ୍ଭ ହେବାକୁ ଥିବା ଅମରନାଥ ଯାତ୍ରାରେ ଆତଙ୍କବାଦୀ ଆକ୍ରମଣ ଆଶଙ୍କା ଲାଗି ରହିଛି। ଏଭଳି ସ୍ଥିତିରେ ଯାତ୍ରୀଙ୍କୁ ସୁରକ୍ଷାର ଆଶ୍ୱାସନା ଦେଇଛି ସେନା। ଏହି ଯାତ୍ରା ପାଇଁ ଶାନ୍ତିପୂର୍ଣ୍ଣ ଭାବେ ସମସ୍ତ ପ୍ରକାରର ପ୍ରସ୍ତୁତି କରାଯାଇଛି ବୋଲି ସେନା ପକ୍ଷରୁ କୁହାଯାଇଛି। ଶ୍ରଦ୍ଧାଳୁମାନେ ଯେପରି କୌଣସି ସମସ୍ୟାର ସମ୍ମୁଖୀନ ନହେବେ ସେଥିପ୍ରତି ବିଶେଷ ଧ୍ୟାନ ଦିଆଯାଇଛି। ବିନା ଭୟରେ ଶ୍ରଦ୍ଧାଳୁମାନେ ଯେପରି ଯାତ୍ରା ସଂପନ୍ନ କରିବେ ସେଥିପ୍ରତି ସେନା ସଜାଗ ରହିଛି ବୋଲି କୁହାଯାଇଛି।

ଏ ନେଇ ଜାମ୍ମୁ ଭଗବତୀ ନଗର ବେସ୍ କ୍ୟାମ୍ପରେ ସେନା ପକ୍ଷରୁ ମକ୍‌ଡ୍ରିଲ୍ କରାଯାଇଛି। ଶୁକ୍ରବାର ସୁରକ୍ଷାବଳ ଓ ଆତଙ୍କବାଦୀଙ୍କ ମଧ୍ୟରେ ହୋଇଥିବା ସଂଘର୍ଷ ଏହି ଷଡ଼ଯନ୍ତ୍ରର ଅଂଶ ଥିଲା, ଯାହାକୁ ସୁରକ୍ଷା ବାହିନୀ ପଣ୍ଡ କରିଦେଇଥିଲେ। ସଂଘର୍ଷରେ ଜୌଶ-ଏ-ମହମ୍ମଦର କମାଣ୍ଡର ସମେତ ୩ ଆତଙ୍କବାଦୀ ନିହତ ହୋଇଥିଲେ।

ଅନ୍ୟପଟେ ସୀମା ପରିଦର୍ଶନରେ ଯାଇଥିବା ପ୍ରତିରକ୍ଷାମନ୍ତ୍ରୀ ଲଦାଖ ଭ୍ରମଣ ସାରି ଶନିବାର ଜାମ୍ମୁ-କାଶ୍ମୀର ସ୍ଥିତ କୁପୱାରାର ଏଲ୍‌ଓସି ପରିଦର୍ଶନ କରିଛନ୍ତି।  ସେଠାରେ ଯବାନଙ୍କ ଶିବିର ପରିଦର୍ଶନ କରିବା ସହିତ ସେମାନଙ୍କ ସହିତ ଆଲୋଚନା ମଧ୍ୟ କହିଛନ୍ତି। ଏହା ପୂର୍ବରୁ ରଜନାଥ ପ୍ରଥମେ ଅମରନାଥ ଯାଇଥିଲେ। ସେଠାରେ ପୂଜାର୍ଚ୍ଚନା କରିବା ପରେ ସେନା ଯବାନଙ୍କ ସହିତ ସ୍ଥିତି ସମ୍ପର୍କରେ ଆଲୋଚନା କରିଥିଲେ।

You might also like