ଇଣ୍ଡୋନେସିଆ ବିମାନ ନିଖୋଜ

ଜାକର୍ତ୍ତା : ଇଣ୍ଡୋନେସିଆ ପୁଣି ନିଖୋଜ ହୋଇଗଲା ବିମାନ। ମିଳିଥିବା ସୂଚନା ଅନୁସାରେ ଇଣ୍ଡୋନେସିଆରେ ଏକ ବିମାନ ସହ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଛି।

ତେବେ ଜାକର୍ତ୍ତାରୁ ଯାତ୍ରା କରିବାର ୪ ମିନିଟ ପରେ ବିମାନ ସହ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଛି। ତେବେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଯେ, ବିମାନରେ ୫୦ରୁ ଊର୍ଦ୍ଧ୍ୱ ଯାତ୍ରୀ ଥିଲେ। ତେବେ କେଉଁ ପରିସ୍ଥିତିରେ ଏପରି ଘଟଣା ଘଟିଲା ତାହା ଜଣାପଡିନାହିଁ। ତେବେ ଯାତ୍ରୀମାନଙ୍କ ମଧ୍ୟରେ ୬ ଜଣ ଶିଶୁ ଥିବା ମଧ୍ୟ ଜଣାପଡିଛି। ଜାକର୍ତ୍ତାର କୋଞ୍ଜିଆନ ଅଭିମୁଖେ ଯାତ୍ରା କରୁଥିବା ସମୟରେ ଏହି ବିମାନ ନିଖୋଜ ହୋଇଯାଇଛି। ଏ ପର୍ଯ୍ୟନ୍ତ ବିମାନ ସହ କୌଣସି ଯୋଗାଯୋଗ ହୋଇପାରିନାହିଁ।

You might also like