ଦୁଇ ପ୍ରେମିକାଙ୍କୁ ଗୋଟିଏ ମଣ୍ଡପରେ ବିବାହ କଲେ ଯୁବକ

ନୂଆଦିଲ୍ଲୀ: ଏକାବେଳେ ଏକାଧିକ ଝିଅଙ୍କ ସହ ପ୍ରେମ ସମ୍ପର୍କରେ ରହିବା ତ ଆଜିକାଲିକା ସମୟରେ ଏକସାଧାରଣ କଥା ହୋଇଗଲାଣି। ହେଲେ କେବେ ଶୁଣିଛନ୍ତି ଜଣେ ବ୍ୟକ୍ତି ଦୁଇଜଣ ପ୍ରେମିକାଙ୍କୁ ବିବାହ କରିବା? ସେ ପୁଣି ପରସ୍ପରର ସହମତିରେ ଏବଂ ଗୋଟିଏ ମଣ୍ଡପରେ ?

ଇଣ୍ଡୋନେସିଆରେ ଏଭଳି ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଏଠାକାର ଜଣେ ବ୍ୟକ୍ତି ନିଜର ଦୁଇଜଣ ପ୍ରେମିକାଙ୍କୁ ଏକା ସାଙ୍ଗରେ ବିବାହ କରିଛନ୍ତି। ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଦେଇଛି। ଦେଖିବାକୁ ଗଲେ ହିନ୍ଦୁଧର୍ମ ବ୍ୟତୀତ ଅନ୍ୟ ସବୁଧର୍ମରେ ଏକାଧିକ ବିବାହର ଅନୁମତି ରହିଛି। ଇଣ୍ଡୋନେସିଆର ନିୟମ ଅନୁଯାୟୀ ଯଦି ଜଣେ ବ୍ୟକ୍ତି ଏକାଧିକ ପତ୍ନୀଙ୍କର ଦାୟିତ୍ୱ ବହନ କରିବାରେ ସକ୍ଷମ ତେବେ ସେ ପ୍ରଥମ ପତ୍ନୀଙ୍କର ସହମତିରେ ଏହି ବିବାହ କରିପାରିବେ। ତେଣୁ ଇଣ୍ଡୋନେସିଆରେ ଏକାଧିକ ବିବାହ କିଛି ବଡ଼ କଥାନୁହେଁ। ହେଲେ ଏହି ବ୍ୟକ୍ତି ଜଣକ ଗୋଟିଏ ମଣ୍ଡପରେ ଦୁଇଜଣ ଝିଅଙ୍କୁ ବିବାହ କରିଛନ୍ତି। ତାହା ପୁଣି ପ୍ରେମ ବିବାହ। ଯାହାକି ପୂର୍ବରୁ କେବେ ହୋଇନାହିଁ।

ସୂଚନା ଅନୁଯାୟୀ, ଏହି ବ୍ୟକ୍ତିଙ୍କୁ ଦୁଇଜଣ ମହିଳା ଏକାବେଳେ ଭଲପାଉଥିଲେ। ବ୍ୟକ୍ତି ଜଣଙ୍କୁ ମଧ୍ୟ ଦୁଇଜଣ ପସନ୍ଦ ଥିଲେ। ଏଣୁ ତାଙ୍କ କହିବା ଅନୁଯାୟୀ ସେ ଦୁଇଜଣଙ୍କ ମଧ୍ୟରୁ କାହାର ବି ହୃଦୟ ଭାଙ୍ଗିବାକୁ ଚାହୁଁ ନଥିଲେ। ତେଣୁ ସେ ଏକାବେଳେ ଗୋଟିଏ ମଣ୍ଡପରେ ଦୁଇଜଣଙ୍କୁ ବିବାହ କରିବାକୁ ନିଷ୍ପତ୍ତି ନେଲେ।

ଇଣ୍ଡୋନେସିଆରେ ବିବାହ ସମୟରେ ଯୌତୁକ ଦେବାର ଏକ ପରମ୍ପରା ରହିଛି। କନ୍ୟା ପକ୍ଷ ବର ପକ୍ଷକୁ ଯୌତୁକ ଦିଅନ୍ତି ଓ ତା’ ବଦଳରେ ବର ପୁଣି କନ୍ୟାର ପରିବାରକୁ ଯୌତୁକ ଦେଇ ଏହା ପ୍ରମାଣ କରେ ଯେ ସେ ତାଙ୍କ ଝିଅକୁ ଭଲରେ ରଖିପାରିବେ। ଏଠି ମଧ୍ୟ ବ୍ୟକ୍ତି ଜଣକ ମଣ୍ଡପରେ ଉଭୟ କନ୍ୟାଙ୍କ ପରିବାରକୁ ୫ ହଜାର ଟଙ୍କା ଲେଖାଏଁ ଦେଲେ ଓ ସମସ୍ତ ପରମ୍ପରା ଓ ରୀତିନୀତି ଅନୁଯାୟୀ ବାହାଘର ସମ୍ପନ୍ନ ହୋଇଥିଲା।

ସୋଶାଲ୍‌ ମଡିଆରେ ଏହି ବାହାଘରର ଫଟୋ ଓ ଭିଡିଓ ଭାଇରାଲ୍‌ ହେଉଛି। ଏହି ବାହାଘରଟି ଅଗଷ୍ଟମାସ ୧୭ ତାରିଖରେ ହୋଇଥିଲା।

ଆହୁରି ପଢ଼ନ୍ତୁ

‘ଭାରତ ଉପରେ ଆଖି ପକାଇଲେ ଉଚିତ୍ ଜବାବ ଦେବୁ’

କ୍ଷଣିକ ଭିତରେ ହୋଇଗଲା ଛାରଖାର…ମାଟିରେ ମିଶିଗଲା ସବୁକିଛି

ରାସ୍ତା ଉପରେ ଆଇଟିବିପି ସେନାଙ୍କୁ ସାଲ୍ୟୁଟ୍‌ ମାରୁଥିବା ପିଲାକୁ ଅଢେଇ ଲକ୍ଷ ଟଙ୍କା ଦେଲେ ବିଜେପି ସାଂସଦ

ଭୂମିକମ୍ପ ଓ ସୁନାମିରେ ୧୭ ମୃତ, ୭୦୦ରୁ ଅଧିକ ଆହତ

୧୦ ଜଣଙ୍କୁ ହତ୍ୟା କରିଥିବା ହତ୍ୟାକାରୀକୁ ଫାଶୀ

ଗ୍ରୀସ୍ ଓ ତୁର୍କୀରେ ଭୟଙ୍କର ଭୂମିକମ୍ପ, ମାଡ଼ିଆସିଲା ସୁନାମି !

ଅଭିନନ୍ଦନଙ୍କୁ ଛାଡ଼ିବା ପାଇଁ କୌଣସି ଚାପ ପଡ଼ି ନ ଥିଲା-ସଫେଇ ଦେଲେ ଇମ୍ରାନ

ଆରୋଗ୍ୟ ସେତୁ ଆପ୍ସର ତଥ୍ୟ ଖିଲାପ କରିଥିବା ଅଧିକାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ

ବାପାଙ୍କୁ ହତ୍ୟା କରିବା ପରେ କ୍ରାଇମ୍‌ ଶୋ’ରୁ ଆଇଡିଆ ନେଇ ପ୍ରମାଣ ନଷ୍ଟ କଲା ପୁଅ

ବିଜେପି ନେତାଙ୍କୁ ହତ୍ୟା ଘଟଣାରେ ବର୍ଷିଲେ ପ୍ରଧାନମନ୍ତ୍ରୀ

ସେକ୍ସ ଗୁରୁଙ୍କୁ ମିଳିଲା ସଜା, ଜେଲରେ ରହିବେ ୧୨୦ ବର୍ଷ

ଦିୱାଲିରେ ଏହିସବୁ ସ୍ମାର୍ଟଫୋନ୍‌ ଉପରେ ମିଳୁଛି ବମ୍ପର ଅଫର୍‌

You might also like