ଭାରତ-ଚୀନ୍ ସୀମାରେ କାହିଁକି ଫୁଟିଲା ଗୁଳି ? ସାମ୍ନାକୁ ଆସିଲା ଚିତ୍ର

ନୂଆଦିଲ୍ଲୀ: ଭାରତ-ଚୀନ୍ ସୀମା ଏଲ୍ଏସିରେ ଗୁଳି ଫୁଟିବା ପରେ ସାମ୍ନାକୁ ଆସିଛି ଘଟଣା ପଛର ଚିତ୍ର ।ସଶସ୍ତ୍ର ହତିଆର ସହ ଭାରତୀୟ ପୋଷ୍ଟ ଆଡ଼କୁ ଚୀନ୍ ସେନା ମାଡି ଆସୁଥିବାର ଫଟୋ ସାମ୍ନାକୁ ଆସିଛି ।

ମିଡ଼ିଆରେ ଜାରି ଫଟୋରୁ ଜଣା ଯାଇଛି,  ପିଏଲ୍ଏର ପ୍ରତ୍ୟକ ସୈନିକ ହାତରେ ଅସ୍ତ୍ରଶସ୍ତ୍ର ଧରିଛନ୍ତି । ପ୍ରାୟ ୫୦ରୁ ଅଧିକ ଚୀନ୍ ସୈନିକ ହାତରେ ଲୁହା ରଡ୍, ବାର୍ଛା, ତେଣ୍ଟା ଧରି ଭାରତୀୟ ପୋଷ୍ଟ ଆଡକୁ ଆସୁଛନ୍ତି ଏଥିରୁ ଅନୁମାନ କରାଯାଉଛି,   ୧୫ ଜୁନ୍ ଭଳି ଆକ୍ରମଣ ଉଦ୍ଦେଶ୍ୟରେ ହିଁ ଚୀନ୍ ସେନା ମାଡି ଆସୁଥିଲେ । ତେବେ ଭାରତୀୟ ଯବାନଙ୍କ ରଣନୀତି ଯୋଗୁ ଆଗକୁ ବଢିପାରିନଥିଲେ ଚୀନ୍ ସୈନ୍ୟ।

ସୂଚନା ଅନୁସାରେ ସୋମବାର ରାତିରେ ଡ୍ରାଗନ ସେନା ପ୍ୟାନଗଙ୍ଗ ହ୍ରଦର ଦକ୍ଷିଣ ପାର୍ଶ୍ଵରେ  ଚୀନ୍ଲା ନିକଟରେ ଭାରତୀୟ ପୋଷ୍ଟ ଆଡ଼କୁ ଅଗ୍ରସର ହୋଇଥିଲେ। ତେବେ ଆଗକୁ ନବଢିବା ଲାଗି ଭାରତୀୟ ସୈନ୍ୟ ସେମାନଙ୍କୁ ଚେତାଇଥିଲେ। ଏପରିକି ନିଜ ସୈନ୍ୟଙ୍କୁ ନିୟନ୍ତ୍ରଣ ଲାଗି ପିଏଲଏ ନିଜ ତରଫରୁ ଫାଙ୍କା ଗୁଳିଚାଳନା କରିଥିବା କହିଛି ଭାରତୀୟ ସେନା । ତେବେ ଭାରତୀୟ ସେନାକୁ ଡରାଇଵା ଉଦ୍ଦେଶ୍ୟରେ ଏହା କରାଯାଇ ଥାଇପାରେ ବୋଲିି ବି କୁହାଯାଉଛି ।

 

ଆହୁରି ପଢ଼ନ୍ତୁ

ଆସନ୍ତାବର୍ଷ ସୁଦ୍ଧା କମ୍‌ ଦାମ୍‌ରେ ମିଳିବ କରୋନା ଟିକା

୨୮ ବର୍ଷ ପରେ ଆଜି ହେବ ବାବରି ମସଜିଦ୍ ଭଙ୍ଗା ମାମଲାର ରାୟ ଶୁଣାଣି

ଏହି ରାଜ୍ୟରେ ଅକ୍ଟୋବର ୩୧ ଯାଏ ବଢ଼ିଲା ଲକ୍‌ଡାଉନ୍‌

ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁ କରୋନାରେ ଆକ୍ରାନ୍ତ

ସୁଶାନ୍ତଙ୍କ ମୃତ୍ୟୁକୁ ନେଇ ଏମିତି ରିପୋର୍ଟ ଦେଲା ଦିଲ୍ଲୀ ଏମ୍ସର ଡାକ୍ତରୀ ଟିମ୍

ସୁଶାନ୍ତଙ୍କ ମୃତ୍ୟୁ ସହିତ ଡ୍ରଗ୍ସ କାରବାର ତଦନ୍ତର କୌଣସି ସମ୍ପର୍କ ନାହିଁ; NCB

ଆଉ ଜଣେ ଅଭିନେତାଙ୍କ ଆତ୍ମହତ୍ୟା !

କରୋନାରୁ ସୁସ୍ଥ ହେଲେ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ

୫୪ ସିଟ୍ ପାଇଁ ଉପନିର୍ବାଚନ ତାରିଖ ଘୋଷଣା କଲେ ଇସି

୩୦ ବର୍ଷ ସେବା ଯୋଗାଇବା ପରେ ସତ୍ତା ହରାଇବ INS Viraat

ଗଣଦୁଷ୍କର୍ମ ପରେ ଜିଭ କାଟି ଦେଇଥିଲେ, ଡାକ୍ତରଖାନାରେ ଆଖି ବୁଜିଲେ ପୀଡିତା

କୃଷି ବିଲ୍‌ ବିରୋଧକୁ ନେଇ ପ୍ରଧାନମନ୍ତ୍ରୀଙ୍କ ପ୍ରତିକ୍ରିୟା, କହିଲେ ‘ଚାଷୀ ଯାହାକୁ ପୂଜା କରନ୍ତି, ସେଥିରେ ନିଆଁ ଲଗାଇଦେଲ !’

You might also like