ଖୁବଶୀଘ୍ର ଦେଶରେ ଉପଲବ୍ଧ ହେବ ସ୍ୱଦେଶୀ ଟିକା: ଉପରାଷ୍ଟ୍ରପତି

ସ୍ୱଦେଶୀ କରୋନା ଟିକାର ଦ୍ୱାର ଦେଶରେ ଭାରତ

ନୂଆଦିଲ୍ଲୀ: ସ୍ୱଦେଶୀ କରୋନା ଟିକାର ଦ୍ୱାର ଦେଶରେ ଭାରତ। ଭାରତରେ ତିଆରି ହେଉଥିବା କୋଭିଡ୍ ଭାକସିନ୍ ଖୁବଶୀଘ୍ର ଉପଲବ୍ଧ ହେବାକୁ ଯାଉଥିବାରୁ ଏକ ଟ୍ୱିଟ୍ ଜରିଆରେ ନିଜର ଖୁସି ବ୍ୟକ୍ତ କରିଛନ୍ତି ଉପରାଷ୍ଟ୍ରପତି ଭେଙ୍କିୟା ନାଇଡୁ। ଦେଶରେ ତିଆରି ହେଉଥିବା ପ୍ରଥମ କରୋନା ଟିକାର ପରୀକ୍ଷଣ ପାଇଁ ସରକାର ଅନୁମତି ଦେବାକୁ ନିଷ୍ପତ୍ତି ନେଇଥିବା ଦୁଇ ଦିନ ତଳେ ସୂଚନା ଦେଇଥିଲେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷବଦ୍ଧନ।

ଦେଶରେ ବ୍ୟାପକ ଟିକାକରଣ ଆବଶ୍ୟକତା ଥିବା ଦର୍ଶାଇ ପ୍ରାୟ ୩୦ କୋଟି ଲୋକଙ୍କ ପାଇଁ ପ୍ରାଥମିକତା ଭିତ୍ତିରେ ଟିକା ଜରୁରୀ ବୋଲି ହର୍ଷବର୍ଦ୍ଧନ କହିଥିଲେ। ଏ ନେଇ ଉଚ୍ଚସ୍ତରୀୟ ମନ୍ତ୍ରୀ ବୈଠକ ବସିଥିଲା। ଏହି ଅବସରରେ ଟିକା ଆସିବା ଯାଏଁ ଲୋକଙ୍କୁ କୋଭିଡ୍ ପ୍ରତି ସତର୍କତାମୂଳକ ପଦକ୍ଷେପ ନେବାକୁ ପରାମର୍ଶ ଦେଇଥିଲେ ସ୍ୱାସ୍ଥ୍ୟମନ୍ତ୍ରୀ।

You might also like