ବନ୍ଦେ ଭାରତ ମିଶନ ଆରମ୍ଭ, ଆବୁଧାବିରୁ ଫେରିଲେ ଭାରତୀୟ

ନୂଆଦିଲ୍ଲୀ: କରୋନା ଯୋଗୁ ବିଦେଶରେ ଫସି ରହିଥିବା ପ୍ରବାସୀ ଭାରତୀୟଙ୍କୁ ଫେରାଇ ଆଣିବା ଲାଗି ଆରମ୍ଭ ହୋଇଥିବା ବନ୍ଦେ ଭାରତ ମିଶନରେ ଏୟାର ଇଣ୍ଡିଆର ଏକ ବିମାନ ଆବୁଧାବିରୁ ଭାରତୀୟଙ୍କୁ ଆଣୁଛି। ଏୟାର ଇଣ୍ଡିଆର IX-452 ବିମାନ ୪ ଜଣ ଶିଶୁଙ୍କ ସମେତ ୧୭୭ ଜଣ ଭାରତୀୟଙ୍କୁ ଧରି ଆବୁଧାବି ଛାଡିଥିଲା।


ଏହି ବିମାନଟି ରାତି ୯ଟା ୪୦ରେ ଆସି କେରଳର କୋଚି ଅନ୍ତର୍ଜାତୀୟ ବିମାନବନ୍ଦରରେ ଅବତରଣ କରିବ। ସ୍ୱଦେଶ ଫେରୁଥିବା ଭାରତୀୟଙ୍କୁ ଉପଯୁକ୍ତ ଭାବେ ସ୍କ୍ରିନିଂ ଓ ପରୀକ୍ଷାନିରୀକ୍ଷା କରାଯାଇଥିଲା।

ଏହାପରେ ସାଉଦି ଆରବରେ ଅବସ୍ଥାପିତ ଭାରତୀୟ ରାଷ୍ଟ୍ରଦୂତ ପବନ କପୁର ଭାରତୀୟଙ୍କ ସହ ଆଲୋଚନା କରିବା ପରେ ବିମାନଟି ଯାତ୍ରା ପାଇଁ ପ୍ରସ୍ତୁତ ହୋଇଥିଲା ବିମାନଟି ଆସି କେରଳର କୋଚି ଏୟାରପୋର୍ଟରେ ପହଞ୍ଚିବ। ସେହିପରି ଆଉ ଏକ ବିମାନ ୟୁଏଇରୁ କେରଳର କୋଝିକୋଡ଼େ ଅଭିମୁଖେ ଯାତ୍ରା କରୁଛି। ଏଥିରେ ୧୮୯ ଜଣ ଭାରତୀୟ ଫେରୁଛନ୍ତି।

You might also like