ପାକିସ୍ତାନ-ଭାରତ ମଧ୍ୟରେ ଟ୍ରେଡ୍ ଓ୍ୱାର୍

ଅଟାରୀ ସୀମାରେ ଅଟକିଛି ଶହ ଶହ ଟ୍ରକ୍‌

ନୂଆଦିଲ୍ଲୀ : ଭାରତ ଓ ପାକିସ୍ତାନ ମଧ୍ୟରେ ଆରମ୍ଭ ହୋଇଥିବା କୂଟନୈତିକ ଲଢ଼େଇର ପ୍ରଭାବ ସୀମାରେ ଦେଖିବାକୁ ମିଳିଛି। ପୁଲଓ୍ୱାମା ଆତଙ୍କବାଦୀ ଆକ୍ରମଣ ପରେ ପାକିସ୍ତାନରୁ ଆମଦାନୀ ହେଉଥିବା ସାମଗ୍ରୀ ଉପରେ ୨ଶହ ପ୍ରତିଶତ ଇମ୍ପୋର୍ଟ ଡ୍ୟୁଟି ଲଗାଯାଇଛି।

ଭାରତ ସରକାରଙ୍କ ପକ୍ଷରୁ ଏହି ନିଷ୍ପତ୍ତିକୁ ଟ୍ରେଡର୍ସମାନେ ସ୍ୱାଗତ କରିଛନ୍ତି। ଏହା ଫଳରେ ଭାରତ-ପାକିସ୍ତାନ ଅଟାରୀ ବର୍ଡରରେ ଶହ ଶହ ଟ୍ରକ୍‌ ଛିଡ଼ା ହୋଇଥିବା ଦେଖିବାକୁ ମିଳୁଛି। ଟ୍ରେଡ୍ ୟୁନିୟନ ସରକାରଙ୍କ ନିଷ୍ପତ୍ତିକୁ ସ୍ୱାଗତ କରିଥିବା ବେଳେ ଟ୍ରକ୍‌ ଚାଳକ କିନ୍ତୁ ରୋଜଗାର ହରାଇଥିବାରୁ ମିଶ୍ର ପ୍ରତିକ୍ରିୟା ଦେଇଛନ୍ତି।

You might also like