କରୋନା ବିଶେଷଜ୍ଞ ପରାମର୍ଶଦାତା ଫୋରମରୁ ଇସ୍ତଫା ଦେଲେ ବରିଷ୍ଠ ଭାଇରୋଲଜିଷ୍ଟ ଶାହିଦ ଜମିଲ

ନୂଆଦିଲ୍ଲୀ: ଦେଶର ପ୍ରମୁଖ ଭାଇରୋଲଜିଷ୍ଟ (ବିଷାଣୁ ବିଜ୍ଞାନୀ) ଶାହିଦ ଜମିଲ କେରୋନା ବୈଜ୍ଞାନିକ ପରାମର୍ଶଦାତା ଫୋରମରୁ ଇସ୍ତଫା ଦେଇଛନ୍ତି। ଏହି ଫୋରମ କରୋନା ଭାଇରସର ବିଭିନ୍ନ ଭାରିଏଣ୍ଟ ବିଷୟରେ ଜାଣିବା ଓ ସେ ସମ୍ପର୍କରେ ତଥ୍ୟ ସଂଗ୍ରହ କରିବା ନେଇ ଗଠିତ ହୋଇଥିଲା। କେରୋନା ମହାମାରୀ ମୁକାବିଲା ନେଇ ସରକାରଙ୍କ ପଦକ୍ଷେପ ଓ କାର୍ଯ୍ୟଶୈଳୀଙ୍କୁ ନେଇ ଜମିଲ ଗତ କିଛି ସପ୍ତାହ ହଲା ଅସନ୍ତୁଷ୍ଟ ଥିଲେ।

 ନିଜ ଇସ୍ତଫା ନେଇ ବିଶେଷ କିଛି କହିବାର ନାହିଁ ବୋଲି ଜମିଲ ପ୍ରତିକ୍ରିୟା ରଖିଛନ୍ତି। ତେବେ ତାଙ୍କର ଇସ୍ତଫା ସମ୍ପର୍କରେ INSACOG କହିବ ବୋଲି ଜମିଲ କହିଛନ୍ତି। ଏହି ମନ୍ତ୍ରାଳୟର ସଚିବ ରେଣୁ ସ୍ୱରୂପ ମଧ୍ୟ ଏ ନେଇ କିଛି ପ୍ରତିକ୍ରିୟା ଦେଇ ନାହାନ୍ତି।
ତେବ ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ଖବର ଅନୁଯାୟୀ,  INSACOG ମାର୍ଚ୍ଚରେ ସରକାରଙ୍କୁ ସତର୍କ କରାଇ କହିଥିଲେ, ଯ, କରୋନର ନୂଆ ଏବଂ ଅଧିକ ସଂକ୍ରାମକ ଭାରିଏଣ୍ଟ ଆସିବ ଏବଂ ଏହା ଦେଶରେ ତାଣ୍ଡବ ସୃଷ୍ଟି କରିବାର ଆଶଙ୍କା ରହିଛି। ସୂଚନାଥାଉ କି କରୋନା ଭାଇରସର ନୂଆ ଭାରିଏଣ୍ଟ B.1.617 ଦ୍ୱିତୀୟ ଲହରୀରେ ଆସି ଦେଶରେ ଭୟାନକ ପରିସ୍ଥିତି ସୃଷ୍ଟି କରିଛି।
ସାରା ଦେଶ କରୋନାର ଦ୍ୱିତୀୟ ଲହର ସହ ଲଢୁଥିବାବେଳେ ଶାହିଦ ଜମିଲ ତାଙ୍କର ଇସ୍ତଫାପତ୍ର ଦେଇଛନ୍ତି। ଦ୍ୱିତୀୟ ଲହରର ପ୍ରଭାବେର ଦୈନିକ ୪ ହଜାର ପାଖାପାଖି ଲୋକ ମୃତ୍ୟୁ ଘଟିଛି। ସହିପରି ଦୈନିକ ସଂକ୍ରମଣ ମଧ୍ୟ ୪ ଲକ୍ଷ ପାର କରି ସାରିଲାଣି। ଏସବୁ ଭିତରେ ଆମ ସ୍ୱାସ୍ଥ୍ୟ ବ୍ୟବସ୍ଥାର ହାହାକାର ରୂପ ସାମ୍ନାକୁ ଆସିଛି। ଚିକିତ୍ସା ଅଭାବ ଓ ଅବହେଳା ଯୋଗୁ ଅନେକ ଲୋକଙ୍କ ଜୀବନ ଗଲାଣି।
ଯାହା ବି ହେଉ, ଏପରି ଘଡ଼ିସନ୍ଧି ମୁହୂର୍ତ୍ତର କରୋନା ଯଦ୍ଧରେ ସାମିଲ ଜଣେ ଦକ୍ଷ ବିଶେଷଜ୍ଞ ଇସ୍ତଫା ଦେବା ଏକ ଗୁରୁତ୍ୱପୂର୍ଣ୍ଣ ଘଟଣା।

 

You might also like