କରୋନା ମୁକାବିଲା ପାଇଁ ୧୫ ହଜାର କୋଟିର ଆର୍ଥିକ ପ୍ୟାକେଜ ଘୋଷଣା

ନୂଆଦିଲ୍ଲୀ: ବିଶ୍ୱ ମହାମାରୀ କରୋନାର ମୁକାବିଲା ପାଇଁ ଆଜି କେନ୍ଦ୍ର ସରକାର ୧୫ ହଜାର କୋଟିର ଆର୍ଥିକ ପ୍ୟାକେଜ ଘୋଷଣା କରିଛନ୍ତି। ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରେ ଥିବା ସ୍ୱାସ୍ଥ୍ୟାବସ୍ଥାର ସୁଧାର ପାଇଁ କେନ୍ଦ୍ର ସରକାର ଏଭଳି ଆର୍ଥିକ ପ୍ୟାକେଜ ଘୋଷଣା କରିଛନ୍ତି। ଇଣ୍ଡିଆ କୋଭିଡ-୧୯ ଏମରଜେନ୍ସି ରେସପନ୍ସ ଆଣ୍ଡ୍ ହେଲଥ ସିଷ୍ଟମ ନାମରେ ଏହି ପ୍ୟାକେଜ ଘୋଷଣା କରାଯାଇଛି। ଏହି ପ୍ୟାକେଜରେ ରାଜ୍ୟ ଓ କେନ୍ଦ୍ର ଓ ଶାସିତ ଅଞ୍ଚଳକୁ ଯେଉଁ ଆର୍ଥିକ ସହଯୋଗ କରାଯାଇଛି ତାହା ସମ୍ପୂର୍ଣ୍ଣ ଭାବରେ କେନ୍ଦ୍ରର ଟଙ୍କା।

ଏହି ଅର୍ଥ କରୋନା ପାଇଁ ଜରୁରୀକାଳୀନ ବ୍ୟବସ୍ଥା କରିବାକୁ ବ୍ୟବହାର କରାଯିବ। ଏହି ୧୫ ହଜାର କୋଟିରୁ ବର୍ତ୍ତମାନ ୭୭୭୪ କୋଟି ଟଙ୍କା ଏ ବାବଦରେ ଖର୍ଚ୍ଚ ହେବ। ବାକି ଅର୍ଥ ୪ ବର୍ଷ ଭିତରେ ମଧ୍ୟବର୍ତ୍ତୀକାଳୀନ ସହାୟତା ଭାବେ ମିଶନ ମୋଡ ଭାବେ ରାଜ୍ୟ ଗୁଡ଼ିକୁ ଯୋଗାଇ ଦିଆଯିବ।

ଏହି ଆର୍ଥିକ ପ୍ୟାକେଜରେ ହସ୍ପିଟାଲର ଆଇସୋଲେସନ ୱାର୍ଡ ଗଠନ କରାଯିବ ଓ ଆଇସିୟୁ ଭଳି ସ୍ୱାସ୍ଥ୍ୟ ଉପକରଣ କିଣାଯିବ।
ତିନୋଟି ପର୍ଯ୍ୟାୟରେ କେନ୍ଦ୍ର ଏହି ଟଙ୍କାର ଉପଯୋଗ କରିବ।

ଜାନୁଆରୀ ୨୦୨୦ରୁ ଜୁନ୍ ୨୦୨୦ ପ୍ରଥମ ପର୍ଯ୍ୟାୟ, ଜୁଲାଇ ୨୦୨୦ରୁ ମାର୍ଚ୍ଚ ୨୦୨୧ ଦ୍ୱିତୀୟ ପର୍ଯ୍ୟାୟ ଏବଂ ଏପ୍ରିଲ ୨୦୨୧ରୁ ମାର୍ଚ୍ଚ ୨୦୨୪ରେ ତୃତୀୟ ପର୍ଯ୍ୟାୟ ରହିଛି। ଏହି ଅର୍ଥକୁ ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳ ମଧ୍ୟରେ ବଣ୍ଟାଯିବ।

ନ୍ୟାଶନାଲ ହେଲଥ ମିଶନର ନିର୍ଦ୍ଦେଶକ ବନ୍ଦନା ଗୁରୁନାନୀ ଏକ ସର୍କୁଲାର ଜାରି କରି କହିଛନ୍ତି, ଏହା ୧୦୦ ପ୍ରତିଶତ କେନ୍ଦ୍ରର ପ୍ରୋଜେକ୍ଚ। ଜାନୁଆରୀ ୨୦୨୦ରୁ ମାର୍ଚ୍ଚ ୨୦୨୪ ମଧ୍ୟରେ ଏହା ତିନୋଟି ପର୍ଯ୍ୟାୟରେ କାର୍ଯ୍ୟକାରୀ ହେବ। ପ୍ରଥମ ପର୍ଯ୍ୟାୟରେ କୋଭିଡ -୧୯ ଡାକ୍ତରଖାନା ସଂଖ୍ୟା ବୃଦ୍ଧି ଏବଂ ଡାକ୍ତରଖାନା ଗୁଡ଼ିକର ବିକାଶ ହେବ।

ଏଥିସହ ଆଇସୋଲେସନ ଓ୍ୱାର୍ଡ, ଭେଣ୍ଟିଲେଟର ସହିତ ଆଇସିୟୁ, ଡାକ୍ତରଖାନାରେ ଅକ୍ସିଜେନ ଯୋଗାଣ, ଡାକ୍ତରଖାନାର ଲ୍ୟାବ ଗୁଡ଼ିକର ମରାମତି, ପର୍ଯ୍ୟାପ୍ତି ପରିମାଣର ଔଷଧ ସହିତ ଆମ୍ବୁଲାନ୍ସ ସଂଖ୍ୟା ବଢ଼ାଯିବ।

ମାର୍ଚ୍ଚ ୨୭ରେ କେନ୍ଦ୍ର ସରକାର ୧ ଲକ୍ଷ ୭୦ ହଜାର ଟଙ୍କାର ଆର୍ଥିକ ପ୍ୟାକେଜ ଘୋଷଣା କରିଥିଲେ। ବର୍ତ୍ତମାନ ସୁଦ୍ଧା ଦେଶରେ ୧୫୭ଟି ସାରକାରୀ ଓ ୬୬ଟି ଘରୋଇ ଲ୍ୟାବ ରହିଛି। ଏହି ସବୁ ସ୍ଥାନରେ କରୋନା ପାଇଁ ସ୍କ୍ରିନିଂ କରାଯାଉଛି।

You might also like