ଏରୋ ଇଣ୍ଡିଆ ପ୍ରଦର୍ଶନୀରେ ପ୍ରଥମଥର ଡ୍ରୋନ୍ ଅଲିମ୍ପିକ୍ସ ଆୟୋଜିତ

ବେଙ୍ଗାଲୁରୁ: ୟେଲଙ୍କା ଏୟାରଫୋର୍ସ ଷ୍ଟେସନରେ ଚାଲିଥିବା ଏରୋ ଇଣ୍ଡିଆ ‘ଶୋ’ରେ  ପ୍ରଥମ ଥର ପାଇଁ ଆନ୍ତର୍ଜାତିକ ଡ୍ରୋନ୍ ଅଲିମ୍ପିକ୍ସ ଆୟୋଜିତ ହୋଇଛି। ଏଥିରେ ବିଭିନ୍ନ ଦେଶର ୧୨୦ଜଣ ପ୍ରତିଯୋଗୀ ଭାଗ ନେଇଛନ୍ତି।

ଏହି ଡ୍ରୋନ୍‌ଗୁଡ଼ିକ ଅନୁପ୍ରବେଶ ଉପରେ ନଜର ରଖିବା ସହ ବିଭିନ୍ନ କାର୍ଯ୍ୟକଳାପ ଉପରେ ତୀକ୍ଷ୍ଣ ନଜର ରଖିବାପାଇଁ ବ୍ୟବହାର ହେବ। ପୂର୍ବରୁ ଏରୋ ଇଣ୍ଡିଆ ‘ଶୋ’ରେ ବିଭିନ୍ନ ଦେଶ ପକ୍ଷରୁ ଲଢୁଆ ବିମାନ ଦ୍ୱାରା ଯୁଦ୍ଧ କୌଶଳ ପ୍ରଦର୍ଶନ କରାଯାଇଛି। କିନ୍ତୁ ଡ୍ରୋନ୍‌ ଅଲମ୍ପିକ୍ସ ପ୍ରଥମଥର ଆୟୋଜିତ ହୋଇଛି। ୨୦ରୁ ଆରମ୍ଭ ହୋଇଥିବା ଏହି ଏରୋ ଇଣ୍ଡିଆ ‘ଶୋ’ ଚାରି ଦିନ ଧରି ଚାଲିବ।

You might also like