WHOର ସ୍ୱତନ୍ତ୍ର ପ୍ରତିନିଧିଙ୍କ ଚେତାବନୀ-ଲକ୍‌ଡାଉନ୍ ହଟିବା ପରେ ବଢ଼ିବ କରୋନା ସଂକ୍ରମଣ ହାର

ନୂଆଦିଲ୍ଲୀ: ଜୁଲାଇ ଶେଷ ସୁଦ୍ଧା ଭାରତରେ ଶୀର୍ଷ ସ୍ଥାନରେ ପହଞ୍ଚିବ କରୋନା ପ୍ରକୋପ। ଲକ୍‌ଡାଉନ୍‌ ହଟିବା ପରେ ଦେଶରେ କରୋନା ସଂକ୍ରମଣ ହାର ସର୍ବାଧିକ ରହିବ। ଏକ ଜାତୀୟ ଗଣମାଧ୍ୟମକୁ ସାକ୍ଷାତକାର ଦେଇ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ସ୍ପେଶାଲ୍‌ COVID-19 envoy ଡଃ ଡେଭିଡ୍ ନାବାରୋ ଏହା କହିଛନ୍ତି।

ସେ କହିଛନ୍ତି, “ଭାରତରେ ବର୍ତ୍ତମାନ ସ୍ଥିତିକୁ ଦେଖିଲେ କରୋନା ଆଗକୁ ମଧ୍ୟ ନିୟନ୍ତ୍ରଣରେ ରହିବ ବୋଲି ଅନୁମାନ କରାଯାଉଛି। ଯେତେବେଳେ ଲକ୍‌ଡାଉନ୍‌ ହଟି ଯିବ ଏହାପରେ ସଂକ୍ରମଣ ହାର ଆହୁରି ବଢ଼ିବ। ତେଣୁ ଲୋକେ ଏଥିରେ ଭୟଭୀତ ହେବା ଉଚିତ ନୁହେଁ। ଆଗାମୀ କିଛି ମାସରେ ଆକ୍ରାନ୍ତଙ୍କ ସଂଖ୍ୟା ଆହୁରି ବଢ଼ିବ। ହେଲେ ଭାରତରେ ଏହାର ସ୍ଥିରତା ରହିବ।”

ସେ ଆହୁରି କହିଛନ୍ତି, ଭାରତର ଜନସଂଖ୍ୟା ଅନୁପାତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ସେତେ ଅଧିକ ନାହିଁ। ଅନ୍ୟ ଦେଶ ତୁଳନାରେ ଭାରତରେ କରୋନା ମୃତ୍ୟୁହାର ମଧ୍ୟ କମ୍ ରହିଛି।

ସୂଚନାଥାଉ କି, ଏଯାବତ୍‌ ଭାରତରେ ୫୦ ହଜାରରୁ ଅଧିକ ଲୋକ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଆକ୍ରାନ୍ତଙ୍କ ମଧ୍ୟରୁ ୧,୮୫୦ରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଛି।

You might also like