ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୬୦ ହଜାର ମୁହାଁ

ନୂଆଦିଲ୍ଲୀ: ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୬୦ ହଜାର ଆଡ଼କୁ ମୁହାଁଇଁଲାଣି। ଦିନକରେ ୩ ହଜାରରୁ ଅଧିକ ପଜିଟିଭ ଚିହ୍ନଟ ସହ ଏହି ସଂଖ୍ୟା ୫୯ ହଜାର ୬୬୨ରେ ପହଂଚିଛି।

ସେହିଭଳି ମୃତ୍ୟୁ ସଂଖ୍ୟା ବି ୨ ହଜାର ପାଖାପାଖି ହେଲାଣି। ୨୪ ଘଣ୍ଟାରେ ୯୫ ଜଣଙ୍କ ଜୀବନ ଯିବା ପରେ ମୃତ୍ୟୁ ସଂଖ୍ୟା ଏକ ହଜାର ୯୮୧ ଛୁଇଁଛି। ଦେଶରେ ଏବେ ଯାଏଁ ୧୭ ହଜାର ୮୪୬ ଜଣ ସୁସ୍ଥ ହୋଇଛନ୍ତି।

ବର୍ତ୍ତମାନ ୩୯ ହଜାର ୮୩୪ ଜଣଙ୍କ ଚିକିତ୍ସା ଚାଲିଛି । ଦିନକୁ ଦିନ ଅଣାୟତ୍ତ ହେଉଥିବା ମହାରାଷ୍ଟ୍ରରେ ଆକ୍ରାନ୍ତଙ୍କ ସଂଖ୍ୟା ୧୯ ହଜାର ପାର କରିଥିବାବେଳେ ଦେଶରେ ସର୍ବାଧିକ ୭୩୭ ଜଣଙ୍କ ଜୀବନ ନେଇଛି।

ତେବେ ଆଗାମୀ ଦିନରେ ଅନ୍ୟ ବିକଶିତ ଦେଶ ପରି ସ୍ଥିତି ଆହୁରି ସଂଗୀନ ହେବାର ଆଶଙ୍କା ନାହିଁ ବୋଲି ସ୍ଥିତିର ସମୀକ୍ଷା କରି କହିଛନ୍ତି କେନ୍ଦ୍ର ସ୍ଥାସ୍ଥ୍ୟ ମନ୍ତ୍ରୀ ଡାକ୍ତର ହର୍ଷବର୍ଦ୍ଧନ। ତଥାପି ସବୁ ପରିସ୍ଥିତି ପାଇଁ ସରକାର ପ୍ରସ୍ତୁତ ବୋଲି ସେ କହିଛନ୍ତି।

You might also like