LCA ତେଜସ୍ ଭାରତୀୟ ବାୟୁସେନାରେ ସାମିଲ ହେବାକୁ ପ୍ରସ୍ତୁତ

ଅସ୍ତ୍ରଶସ୍ତ୍ର ସହିତ ବାୟୁସେନାରେ ସାମିଲ ହେବାକୁ ମିଳିଲା ମଞ୍ଜୁରୀ

ନୂଆଦିଲ୍ଲୀ: ଭାରତର ନିଜସ୍ୱ ଜ୍ଞାନ କୌଶଳରେ ନିର୍ମିତ ହୋଇଥିବା ଲାଇଟ୍ କମ୍ବାଟ୍ ଏୟାରକ୍ରାଫ୍ଟ ତେଜସ୍ ବା LCA ତେଜସ୍ ଭାରତୀୟ ବାୟୁସେନାରେ ସାମିଲ ହେବାକୁ ପ୍ରସ୍ତୁତ। ଅସ୍ତ୍ରଶସ୍ତ୍ର ସହିତ ବାୟୁସେନାରେ ସାମିଲ ପାଇଁ ଏହାକୁ ମଞ୍ଜୁରୀ ମିଳିଛି।

ବେଙ୍ଗାଲୁରୁରେ ଏରୋ ଇଣ୍ଡିଆ-୨୦୧୯ର ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ବାୟୁସେନାର ମୁଖ୍ୟ ଏୟାର ମାର୍ଶଲ ବୀରେନ୍ଦ୍ର ସିଂହ ଧନୋଆଙ୍କୁ ଚୂଡ଼ାନ୍ତ ଅପରେସନାଲ୍‌ କ୍ଲିୟରାନ୍ସ ସାର୍ଟିଫିକେଟ୍‌ ପ୍ରଦାନ କରାଯାଇଛି। ବାୟୁସେନା ତଥା ଦେଶର ପ୍ରତିରକ୍ଷା ଇତିହାସରେ ଏହା ଏକ ମାଇଲ୍‌ଖୁଣ୍ଟ ବୋଲି ଏୟାର ମାର୍ଶଲ ବୀରେନ୍ଦ୍ର ସିଂହ କହିଛନ୍ତି।

ଧନୋଆ ତେଜସ୍‌କୁ ହାଲ୍ ତରଫରୁ ନିର୍ମାଣ କରାଯାଇଛି। ହାଲ୍‌ର ଅଧ୍ୟକ୍ଷ କହିଛନ୍ତି ଯେ, ପ୍ରଥମ ପର୍ଯ୍ୟାୟରେ ୮୩ଟି LCA ତେଜସ୍ ନିର୍ମାଣ ପାଇଁ ବାୟୁସେନାର ଅନୁରୋଧ ହସ୍ତଗତ ହୋଇଛି। ତେଜସ୍‌ରେ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ଓ କ୍ଷେପଣାସ୍ତ୍ର ମଧ୍ୟ ଖଞ୍ଜା ଯାଇଛି। ଏହା ସହିତ ଆକାଶ  ମାର୍ଗରେ ମଧ୍ୟ ଏଥିରେ ଇନ୍ଧନ ଭର୍ତ୍ତି କରିହେବ। ଆଜି ସ୍ଥଳସେନା ମୁଖ୍ୟ ଜେନେରାଲ ବିପିନ ରାୱତ ମଧ୍ୟ ତେଜସ୍‌ର ଉଡ଼ାଣ କରିଛନ୍ତି।

 

 

You might also like