ଭାରତୀୟଙ୍କ ମସ୍ତିଷ୍କ ଚୀନ୍‌ ଲୋକଙ୍କ ମସ୍ତିଷ୍କଠାରୁ ଛୋଟ

ନୂଆଦିଲ୍ଲୀ: ନିକଟରେ ଏକ ଗବେଷଣା କରି ବୈଜ୍ଞାନିକମାନେ ଭାରତୀୟଙ୍କ ବ୍ରେନ ଆଟଲାସ ପ୍ରସ୍ତୁତ କରିଛନ୍ତି । ମସ୍ତିଷ୍କର ଏହି ଡିଜିଟାଲ ଇମେଜ ଚୀନ୍‌ ଲୋକଙ୍କ ବ୍ରେନ ସହ ତୁଳନା କରାଯାଇଥିଲା । ଯାହା ଫଳାଫଳ ଆସିଥିଲା ତାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଏହି ଗବେଷଣା ଅନୁଯାୟୀ, ଭାରତୀୟଙ୍କ ମସ୍ତିଷ୍କ ଚୀନୀ ମସ୍ତିଷ୍କ ତୁଳନାରେ ଛୋଟ ଅଟେ । ଏହି ଗବେଷଣା ହାଇଦ୍ରାବାଦର ଇଣ୍ଟରନାଶନାଲ ଇନ୍‌ଷ୍ଟିଚ୍ୟୁଟ ଅଫ ଇନ୍‌ଫର୍ମେଶନ ଟେକ୍ନୋଲଜି ପକ୍ଷରୁ କରାଯାଇଥିଲା । ଏହି ପରୀକ୍ଷାରେ ୟୁରୋପୀୟ ମୂଳ ବ୍ୟକ୍ତିଙ୍କ ବ୍ରେନକୁ ଭାରତୀୟ ବ୍ରେନ୍‌ ସହ ମଧ୍ୟ ତୁଳନା କରାଯାଇଥିଲା । ତେବେ ଉଭୟଙ୍କ ବ୍ରେନ ପାଖାପାଖି ସମାନ ଥିବା ଜଣାଯାଇଥିଲା । ଏହି ଗବେଷଣା ପରେ ସ୍‌:ତଃ ମନରେ ପ୍ରଶ୍ନ ଆସେ, ସତରେ କ’ଣ ଭାରତୀୟଙ୍କ ପାଖରେ ଚୀନୀଙ୍କଠାରୁ କମ୍‌ ଶକ୍ତିଶାଳୀ ବ୍ରେନ ରହିଛି ?

ଭାରତୀୟ ହ୍ୟୁମାନ ବ୍ରେନ ଆଟଲାସ ତିଆରି କରିବା ପାଇଁ୧୦୦ରୁ ଅଧିକ ଲୋକଙ୍କୁୁ ମନୋନୀତ କରାଯାଇଥିଲା ଯେଉଁମାନେ କି ମାନସିକ ଏବଂ ଶାରୀରିକ ଭାବେ ସୁସ୍ଥ ଥିଲେ । ଏମାନଙ୍କ ମଧ୍ୟରେ ୫୦ ପୁରୁଷ ଓ ୫୦ ମହିଳା ଥିଲେ । ସମସ୍ତଙ୍କର ବୟସ ୨୧ରୁ ୩୦ ବର୍ଷ ମଧ୍ୟରେ ଥିଲା । ଏମଆରଆଇ ଜରିଆରେ ଏମାନଙ୍କର ବ୍ରେନର ଡିଜିଟାଲ ଆଟଲାସ ପ୍ରସ୍ତୁତ କରାଯାଇଥିଲା । ଏହାକୁ ଚୀନୀ ବ୍ରେନ ସହ ତୁଳନା କଲା ପରେ ଜଣା ପଡ଼ିଥିଲା, ଲମ୍ବାର ଉଭୟଙ୍କ ବ୍ରେନ ପାଖାପାଖି ସମାନ । ହେଲେ ଉଚ୍ଚତା ଏବଂ ଚଉଡାରେ ବହୁତ କମ୍‌ ।
ଇକନମିକ ଟାଇମ୍ସର ସାଇନ୍ସ ଜର୍ଣ୍ଣାଲ ନ୍ୟୁରୋସାଇନ୍ସ ଇଣ୍ଡିଆରେ ଏହି ଖବର ପ୍ରକାଶିତ ହୋଇଛି । ଏଥିରେ କୁହାଯାଇଛି, ଇଣ୍ଡିଆନ ବ୍ରେନ ଆଟଲାସ୍‌ର ଲମ୍ବ, ଚଉଡା ଏବଂ ଉଚ୍ଚତା ଯଥାକ୍ରମେ ୧୬୦, ୧୩୦ ଏବଂ ୮୮ ମିମି । ଅନ୍ୟପକ୍ଷେ ଚାଇନିଜମାନଙ୍କ ବ୍ରେନ୍‌ର ଲମ୍ବ, ଚଉଡା ଏବଂ ଉଚ୍ଚତା ଯଥାକ୍ରମେ ୧୬୦, ୧୩୬ ଏବଂ ୯୨ ମିମି । ଏପରିକି ଭଲ୍ୟୁମରେ ବି ଭିନ୍ନତା ରହିଛି । ଭାରତୀୟଙ୍କ ବ୍ରେନ ଭଲ୍ୟୁମ ୧.୩୯ ଥିବାବେଳେ ଚାଇନିଜମାନଙ୍କର ୧.୬୩ କ୍ୟୁବିକ୍‌ ଡାଏମିଟର ଥିବା ଜଣାଯାଇଛି ।
ତେବେ ଗବେଷକମାନେ ଏକଥା ମଧ୍ୟ ସ୍ପଷ୍ଟ କରିଛନ୍ତି, ମଣିଷ ମସ୍ତିଷ୍କର ଆକାର ସହ ବୁଦ୍ଧିର କୌଣସି ସମ୍ପର୍କ ନାହିଁ । ଆମର ମସ୍ତିଷ୍କ ଆମ ପୂର୍ବଜମାନଙ୍କ ତୁଳନାରେ ତିନିଗୁଣରୁ ଅଧିକ ଛୋଟ । ହେଲେ ବିଜ୍ଞାନ, ଟେକନିକ ଏବଂ ଅନ୍ୟାନ୍ୟ ବିଚାର ବୁଦ୍ଧିରେ ଆମେ ଯଥେଷ୍ଟ ଆଗରେ ।

You might also like