ଚାଇନାକୁ ଦୃଢ଼ ଜବାବ ଦେଇଛି ଭାରତ
ୱାଶିଂଟନ: ଚାଇନାର ଆକ୍ରାମଣାତ୍ମକ ନୀତିର ଦୃଢ଼ ଜବାବ ଦେଇଛି ଭାରତ। ବୁଧବାର ଗଣମାଧ୍ୟମ ପ୍ରଶ୍ନର ଉତ୍ତର ଦେଇ ଏପରି କହିଛନ୍ତି ଆମେରିକା ରାଷ୍ଟ୍ର ସଚିବ ମାଇକ ପମ୍ପିଓ। ସେ ଆହୁରି ମଧ୍ୟ କହିଛନ୍ତି ଯେ ସୀମା ବିବାଦ ସୃଷ୍ଟି କରିବା ବେଜିଂର ଗୋଟିଏ ଅଭ୍ୟାସ। ଏହାକୁ ବିଶ୍ୱ ଆଦୌ ଗ୍ରହଣ କରିବା କଥା ନୁହେଁ।
ସେ କହିଛନ୍ତି “ ଚାଇନାର ଏହି ଆକ୍ରମଣାତ୍ମକ ମନୋଭାବ ବିଷୟରେ ମୁଁ ଅନେକ ଥର ଭାରତର ବିଦେଶ ମନ୍ତ୍ରୀ ଏସ୍. ଜୟଶଙ୍କରଙ୍କ ସହିତ ଫୋନ୍ରେ କଥା ହୋଇଛି। ଚାଇନିଜ୍ମାନେ ସୀମାରେ ଉତ୍ତେଜନା ପରିସ୍ଥିତି ସୃଷ୍ଟି କରିଥିଲେ। ଭାରତ ତାର ଦୃଢ଼ ଯବାବ ଦେଇଛି।” ଭାରତୀୟ ସୀମାରେ ଚାଇନାର ଅନୁପ୍ରବେଶ ପ୍ରଶ୍ନର ଉତ୍ତର ଦେଇ ଏପରି କହିଥିଲେ ପମ୍ପିଓ।