LACରେ ଉତ୍ତେଜନା ସତ୍ତ୍ୱେ ସୀମାରେ ଭାରତର ସମରାଭ୍ୟାସ

ଲଦାଖ: LAC ରେ ପ୍ରବଳ ଉତ୍ତେଜନା ପରିସ୍ଥିତି ଚାଲିଥିବା ବେଳେ ଲଦାଖର ଲେହ ଅଞ୍ଚଳରେ ସମରାଭ୍ୟାସ କରିଛି ଭାରତ। ଉଭୟ ଆର୍ମି ଓ ଏୟାରଫୋର୍ସ ମଧ୍ୟରୁ ମିଳିତ ସମରାଭ୍ୟାସ କରାଯାଇଛି।

ଯେକୌଣସି ପରିସ୍ଥିତିର ସଫଳ ମୁକାବିଲା କରିବା ପାଇଁ ଏହି ପଦକ୍ଷେପ ନିଆଯାଇଛି। ପ୍ରକୃତ ଅପରେସନ ସମୟରେ ଯେମିତି ସମନ୍ୱୟରେ କୌଣସି ଅସୁବିଧା ନ ହୁଏ, ଏବେ ଶତ୍ରୁ ପକ୍ଷ ଉପରେ ପ୍ରଚଣ୍ଡ ଆକ୍ରମଣ ହୁଏ, ସେଥିପାଇଁ କରାଯାଉଛି।

ଏହି ଜଏଣ୍ଟ ଅପରେସନ LACକୁ ଯାଇ ସ୍ଥଳସେନା ମୁଖ୍ୟ ଜେନେରାଲ ନରଓ୍ୱାଣେ ସ୍ଥିତି ସମୀକ୍ଷା କରିଛନ୍ତି। ଭାରତର ସୀମାରେ ଥିବା ୬୫ଟି ପଏଣ୍ଟରେ ପାଟ୍ରୋଲିଂ କଡ଼ାକଡ଼ି କରିବାକୁ ଯବାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

ଅନ୍ୟପଟେ ଚୀନ ସହିତ ଉତ୍ତେଜନା ପରିସ୍ଥିତି ଲାଗି ରହିଥିବାରୁ ସୀମାରେ ସୈନ୍ୟ ବଳ ବଢ଼ାଇଛି ଭାରତ। ଚୀନ ଆଖିପକାଇଥିବା ଗଲଓ୍ୱାନ ଓ ପାନଗଙ୍ଗ ସୀମାରେ ଅଧିକ ସୈନ୍ୟ ମୁତୟନ କରିଛି ଭାରତ। ତେଣୁ ପରିସ୍ଥିତି ଉପରେ ତୀକ୍ଷଣ ନଜର ରଖିଛି ଭାରତ। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କୁ ପରିସ୍ଥିତି ସଂପର୍କରେ ଅବଗତ କରାଇଛନ୍ତି ଆର୍ମି ଚିଫ୍।

You might also like