ସଙ୍କଟ ଶିଖାଇଲା ପ୍ରକୃତିର ପ୍ରକୃତ ମୂଲ୍ୟ : ୩ ଗୁଣା ଅଧିକ ସଚେତନ ହେଲେ ଭାରତୀୟ

ସଙ୍କଟର ଘଡ଼ିରେ ବୁଝିହେଲା ପ୍ରକୃତିର ପ୍ରକୃତ ମୂଲ୍ୟ । ପ୍ରକୃତି ସହ ଖେଳ ବହୁତ ହୋଇଗଲା । ଏବେ ସଚେତନ ହେବାର ସମୟ ଆସିଛି । ଜୈବ ବିବିଧତା କ୍ଷତି ସମ୍ପର୍କରେ ବୁଝିବା ପାଇଁ ଭାରତୀୟ ତିନି ଗୁଣା ଅଧିକ ଗୁଗଲ ସର୍ଚ୍ଚ କରିବା ସହ ଅଧ୍ୟୟନ ଜାରି ରଖିଛନ୍ତି । ବିଭିନ୍ନ ପ୍ରଜାତିର ଉଦ୍ଭିଦ, ଗୁଳ୍ମ ଓ ପ୍ରାଣୀ ସମ୍ପର୍କରେ ଜାଣିବା ପାଇଁ ଦୁଇ ଗୁଣା ଅଧିକ ଚିନ୍ତା କରୁଛନ୍ତି ଲୋକେ । ବିଗତ ପାଞ୍ଚ ବର୍ଷରେ ପ୍ରକୃତିକୁ କମରୁ କମ କ୍ଷତି ପହଞ୍ଚାଉଥିବା ସମାଗ୍ରୀ ଖୋଜିବା, ୭୧ ପ୍ରତିଶତ ବଢ଼ିଯାଇଛି ।

ୱାଇଲ୍ଡ ଲାଇଫ ଫଣ୍ଡ (ଡବ୍ଲ୍ୟୁୁଡବ୍ଲୁଏଫ୍) ର ଇକୋନୋମିକ୍ ଇଣ୍ଟେଲିଜେନ୍ସ  ୟୁନିଟର ନୂତନ ଅଧ୍ୟୟନ ଅନୁସାରେ ଏହି ତଥ୍ୟ ହସ୍ତଗତ ହୋଇଛି । ଆନ୍ତର୍ଜାତୀୟ ଜୈବ ବିବିଧତା ଦିବସ ପ୍ରସଙ୍ଗରେ ପ୍ରକାଶିତ ଏହି ରିପୋର୍ଟ ଅନୁଯାୟୀ, ୨୦୧୬ ରୁ ୨୦୨୦ ମଧ୍ୟରେ ସାରା ବିଶ୍ୱରେ ପର୍ଯ୍ୟାବରଣରକୁ ନେଇ ଚିନ୍ତା କରୁଥିବା ନାଗରିକଙ୍କ ସଂଖ୍ୟା ୧୬% ବୃଦ୍ଧି ପାଇଛି। ବିକାଶଶୀଳ ଦେଶ ଗୁଡିକରେ ନାଗରିକମାନେ ଅଧିକ ସଚେତନ ହେଉଛନ୍ତି ।

ବୃଦ୍ଧି ପାଇଛି ଡିଜିଟାଲ୍ ସକ୍ରିୟତା
ଟ୍ୱିଟରରେ ପରିବେଶ ସୁରକ୍ଷା ପ୍ରସଙ୍ଗରେ ୬୫% ଆଲୋଚନା ହେଉଛି। ପ୍ରକୃତି ଏବଂ ଜୈବ ବିବିଧତା ପରି ଶବ୍ଦର ବ୍ୟବହାର ୩କୋଟିରୁ ବୃଦ୍ଧି ପାଇ ୫ କୋଟିରେ ପହଞ୍ଚିଛି । ଅନେକ ରାଜନେତା, ଧର୍ମ ଗୁରୁ ତଥା ଅନ୍ୟାନ୍ୟ ପ୍ରଭାବଶାଳୀ ବ୍ୟକ୍ତିତ୍ୱ ଏବଂ ସଂଗଠନ ଏହି ବିଷୟରେ ଆଲୋଚନା କରୁଛନ୍ତି, ଯଦ୍ୱାରା ୧୦୦ କୋଟିରୁ ଅଧିକ ଲୋକଙ୍କ ପାଖରେ ପରିବେଶ ସୁରକ୍ଷାର ସନ୍ଦେଶ ପହଞ୍ଚୁଛି ।

ଭାରତରେ ୧୯୦% ଅଧିକ ଗୁଗୁଲ୍ ସର୍ଚ୍ଚ

  • ଭାରତରେ ପ୍ରକୃତି ସମ୍ବନ୍ଧୀୟ ବିଷୟଗୁଡିକ ଉପରେ ୧୯୦% ଅଧିକ ଗୁଗୁଲ୍ ସର୍ଚ୍ଚ କରାଯାଇଛି ।
  • ଟ୍ୱିଟରରେ ପରିବେଶ ପ୍ରଦୂଷଣ ସମ୍ପର୍କରେ ୨୦୧୬ରେ ୨,୩୨,୦୦୦ ଟ୍ୱିଟ୍ ତୁଳନାରେ ୨୦୨୦ ରେ ୧୫,୦୦,୦୦୦ ଟ୍ୱିଟ୍ କରାଯାଇଛି ।
  • ସ୍ୱର ଉତ୍ତୋଳନ ଅଭିଯାନ ପାଇଁ ୪.୮୦ ଲକ୍ଷ ନାଗରିକଙ୍କ ଦସ୍ତଖତ ନିଆଯାଇଛି ।
  • ଖବରକାଗଜରେ ୨୦୧୬ ରେ ଏହି ବିଷୟ ଗୁଡିକ ଉପରେ ୧,୩୩,୮୮୮ ପ୍ରବନ୍ଧ ପ୍ରକାଶିତ ହୋଇଥିଲା, ଏହି ସଂଖ୍ୟା ୨୦୨୦ ରେ ବୃଦ୍ଧି ପାଇ ୧,୬୮,୫୫୬ ରେ ପହଞ୍ଚିଛି।
  • ଅକ୍ଟୋବର ୨୦୨୦ ରେ ଫଳାଫଳ ଦେଖିବାକୁ ମିଳିଛ, ଯେତେବେଳେ ମହାରାଷ୍ଟ୍ର ସରକାର ଆରେ ନାମକ ଜଙ୍ଗଲକୁ ସଂରକ୍ଷିତ ବୋଲି ଘୋଷଣା କରିଥିଲେ ।

ସଚେତନତା ବୃଦ୍ଧି ସତ୍ତ୍ୱେ ପ୍ରକୃତି ଏବେ ବି ବିପଦ ରହିଛି । ଆମାଜନ ଜଙ୍ଗଲରୁ ପ୍ରତିଦିନ ୧୫୦ ଏକର ଜଙ୍ଗଲ କାଟିବା ସହ ନଷ୍ଟ କରାଯାଉଛି । ଫଳରେ ଆଗାମୀ କିଛି ଦଶନ୍ଧି ମଧ୍ୟରେ ୧ ମିଲିୟନରୁ ଅଧିକ ପ୍ରଜାତିର ଜୀବ ଲୋପ ପାଇଯିବେ ବୋଲି ଆଶଙ୍କା କରାଯାଉଛି ।

You might also like