ନ ଧୋଇଲେ ବି ସାନିଟାଇଜ ରହିପାରିବ ହାତ

ନୂଆଦିଲ୍ଲୀ: କରୋନା ମୁକାବିଲା ପାଇଁ ସାରା ବିଶ୍ୱ ତତ୍ପର। କରୋନା ଚିକିତ୍ସା ପାଇଁ କୌଣସି ଔଷଧ ବା ଭ୍ୟାକ୍ସିନ ବାହାରି ନ ଥିବାବେଳେ ଏକମାତ୍ର ଭରସା ହେଉଛି ସାନିଟାଇଜର ଓ ମାସ୍କ। ଏପରି ଅବସ୍ଥାରେ କରୋନା ମୁକାବିଲା ପାଇଁ ଜଣେ ୭ ଗ୍ରେଡ୍‌ ଭାରତୀୟ ଛାତ୍ରଙ୍କ ଉଦ୍ୟମ କିଛି କମ୍‌ ନୁହେଁ। ସେ ଏମିତି ଏକ ସାନିଟାଇଜର ରୋବର୍ଟ ତିଆରି କରି ପାରିଛନ୍ତି ଯାହା ୩୦ ସେମି ଦୂରରୁ ହାତକୁ ଚିହ୍ନି ସାନିଟାଇଜ କରିପାରୁଛି।

ୟୁଏଇରେ ପଢୁଥିବା ଏଇ ଭାରତୀୟ ଛାତ୍ରଙ୍କ ନାମ ସିଦ୍ଧ ସାଂଘଭି। ସେ ଦୁବାଇର ସ୍ପ୍ରିଙ୍ଗ ଡେଲ୍ସ ସ୍କୁଲର ଛାତ୍ର। ତାଙ୍କ ମା’ ତାଙ୍କୁ ଏକ ଭିଡିଓ ଦେଖାଇଥିଲେ। ଏହାକୁ ଦେଖିବା ପରେ ସେ ଜାଣିବାକୁ ପାଇଥିଲେ ଯେ,ଲୋକେ ସାନିଟାଇଜ ବୋତଲକୁ ଛୁଇଁ ଭୂତାଣୁ ସଂକ୍ରମିତ ହେଉଛନ୍ତି। ଏହାପରେ ଏହାର ସମାଧାନ ପାଇଁ ସେ ଉପାୟ ଚିନ୍ତା କରିବାକୁ ଲାଗିଲେ।

ସିଦ୍ଧ ସାଂଘଭି କହିଛନ୍ତି, ଏହି କାରଣରୁ ମୁଁ ରୋବର୍ଟ ଉଦ୍ଭାବନ କରିବା କଥା ଚିନ୍ତା କରିବାକୁ ପଡ଼ିଲା । ତେଣୁ ସେ ଏକ ସ୍ୱତନ୍ତ୍ର ଟେକ୍ନୋଲଜି ସହାୟତାରେ ସାନିଟାଇଜର ରୋବର୍ଟ ତିଆରି କରିଛନ୍ତି। ଏହା ଦ୍ୱାରା ସାନିଟାଇଜରକୁ ନ ଛୁଇଁ ଜଣେ ଆପେ ଆପେ ସାନିଟାଇଜ୍ ହୋଇପାରିବ ଏବଂ ରୋବର୍ଟିକ ହ୍ୟାଣ୍ଡ ସହାୟତାରେ ସ୍ୱତନ୍ତ୍ର ଅନୁଭୂତି ମଧ୍ୟ ଦେବ। କରୋନା ମୁକାବିଲା ପାଇଁ ଏହା ‘ପରିଷ୍କାର ରୁହ, ସୁରକ୍ଷିତ ରୁହ’ ବାର୍ତ୍ତା ପରିବହନ କରୁଛି ।

You might also like