୧୭ଟି ଦେଶରେ ଭାରତୀୟ ଷ୍ଟ୍ରେନ୍ ଠାବ: ହୁ

ଭାରତର ଷ୍ଟ୍ରେନ୍ ବିଶ୍ୱର ୧୭ଟି ଦେଶକୁ ବ୍ୟାପିଲାଣି । ଏନେଇ ସୂଚନା ଦେଇଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ । କରୋନା ସଂକ୍ରମଣ ତଥା ଭାରତରେ ଦେଖାଦେଇଥିବା ଷ୍ଟ୍ରେନକୁୁ ନେଇ ହୁ ପୁଣି ଚିନ୍ତାଜନକ ତଥ୍ୟ ଦେଇଛି । ଭାରତରେ ଦେଖା ଦେଇଥିବା ଡବଲ ମ୍ୟୁଟାଣ୍ଟ ଷ୍ଟ୍ରେନ୍ ବିଶ୍ୱର ୧୭ଟି ଦେଶମାନଙ୍କରେ ଠାବ କରାଯାଇଛିା B.1.617 ଭାରିଆଣ୍ଟ କୋଭିଡ୍ ସାର୍ସ-୨ର ଏହି ଭାରିଆଣ୍ଟଭାରତରୁ ଆସିଥିବା ସଂଗଠନ କହିଛି । ୟୁଏନ୍ ହେଲ୍‌ଥ ଏଜେନ୍ସି ତାହାର କୋଭିଡ୍ ଡାଟାବେସ୍‌ରେ ମଧ୍ୟ ଏହା ସବିଶେଷ ତଥ୍ୟ ଅପଲୋଡ୍ କରିଛି ।

ଗତ ଏପ୍ରିଲ ୨୭ରେ ୧୭ଟି ଦେଶର ୧୨୦୦ ସିକ୍ୟୁଏନ୍ସକୁ ନେଇ ଗବେଷଣା କରାଯାଇଥିଲା । ଏଥିରୁ ଅଧିକାଂଶ ସିକ୍ୟୁୁଏନ୍ସ ଭାରତ, ୟୁକେ, ୟୁଏସ୍ ଓ ସିଂଗାପୁରରୁ ଆସିଥିବା ଜଣାପଡିଛି । B.1.617 ଅର୍ଥ ହେଲା ଡବଲ ମ୍ୟୁଟାଣ୍ଟ ଷ୍ଟ୍ରେନ୍ । ଗବେଷକଙ୍କ କହିବାନୁସାରେ ୧୩ ପ୍ରକାରର ଭିନ୍ନ ଭିନ୍ନ ମ୍ୟୁଟେସନ୍ B.1.617 ଜିନୋମରେ ରହିଛି । ଏହି ଜିନୋମକୁ ଅନେକ ତଥ୍ୟ ସାମନାକୁ ଆସୁଛି । ଏହାର ଗୁଣ ଏପରି ରହୁଛି ଯେ, ଏହା ଅଧିକ ସଂକ୍ରାମକ ଓ ମାରାତ୍ମକ ।

ଭାରତରେ ବର୍ତ୍ତମାନ କୋଭିଡ୍ ସ୍ଥିତି ଅଣାୟତ୍ତ ହୋଇପଡିଛି । ଦୈନିକ ସାଢେ ୩ ଲକ୍ଷରୁ ଅଧିକ ନୂଆ କରୋନା ପଜିଟିଭ କେସ ଆସୁଛି । ସେହିପରି ମୃତ୍ୟୁ ସଂଖ୍ୟା ବଢିବାରେ ଲାଗିଛି । ଏଯାବତ୍ କରୋନା ସଂକ୍ରମଣରେ ବିଶ୍ୱରେ ୩.୧ମିଲିୟନ ଲୋକ ପ୍ରାଣ ହରାଇଲେଣି । ସେଥିପାଇଁ ଏହି ଭାରିଆଣ୍ଟକୁ ନେଇ ଭୟ ବଢିବାରେ ଲାଗିଛି । ଏଭଳି ଭାରିଆଣ୍ଟର ଗୁଣ ତଥା କ୍ଷମତା ଯୋଗୁୁଁଁ ଭାରତରେ ସଂକ୍ରମଣର ବେଗ ପ୍ରଖର ରହିଥିବା ହୁ କହିଛି ।

ସେଥିପାଇଁ ଷ୍ଟଡି ଅନୁସାରେ ଭାରତରେ କରୋନାର ଦ୍ୱିତୀୟ ଲହର ରକେଟ୍ ବେଗରେ ସଂକ୍ରମିତ ହେବାରେ ଲାଗିଛି ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ କହିଛି । ଆଉ ଏହାର ପ୍ରମୁଖ କାରଣ ପାଲଟିଛି ଜନଗହଳି ତଥା ଅଧିକ ସଂଖ୍ୟାରେ ଲୋକ ଏକାଠି ହେବା । ସେପଟେ B.1.617 ଭାରିଆଣ୍ଟର କୁପ୍ରଭାବ, ପୁନଃ ସଂକ୍ରମଣ, ଗୁରୁତର ବିପଦକୁ ନେଇ ୟୁଏନ ଚିନ୍ତା ବ୍ୟକ୍ତ କରିଛି ।
ଏନେଇ ହୁ ବିଭିନ୍ନ ପୋଗ୍ରାମ ସହାୟତାରେ ୨୬୦୦ ଷ୍ଟାଫ୍ ନିୟୋଜିତ କରି ମହାମାରୀ ବିରୋଧରେ ଭାରତକୁ ସାହାଯ୍ୟ କରିଛି । ହୁ ମୁଖ୍ୟ ଟେଡ୍ରର୍ସ ଆଧାନମ୍ କହିଛନ୍ତି ଭାରତର ପରିସ୍ଥିତି ଅତ୍ୟନ୍ତ ଦୁଃଖଦାୟକ । ସଂଗଠନ ପକ୍ଷରୁ ଭାରତକୁ ସମସ୍ତ ପ୍ରକାରର ସହଯୋଗ ଯୋଗାଇ ଦିଆଯିବ ବୋଲି ସେ କହିଛନ୍ତି ।

You might also like