ଦୀପାବଳିର ଆଲୋକରେ ଆଲୋକତି ହେଲା ନିଜାମୁଦ୍ଦିନ ଦରଗାହ, ସେଲିବ୍ରେଟିମାନେ ଜଣାଇଲେ ଶୁଭକାମନା

ନୂଆଦିଲ୍ଲୀ: ଆଜି ସାରା ଦେଶର ଆଲୋକର ପର୍ବ ଦୀପାବଳି ପାଳନ କରାଯାଉଛି। ଦୀପ ଓ ରଙ୍ଗବେରଙ୍ଗର ଆଲୋକମାଳାରେ ଆଲୋକିତ ଦେଶର ଗାଁ ଠୁ ସହର ଗଳିକନ୍ଦି। ନେତା ଠାରୁ ସାଧାରଣ ଜନତା, ଅଭିନେତା ଠାରୁ ଖେଳ ତରକା ସମସ୍ତେ କରୋନା କଟକଣା ସମୟରେ ନିୟମ ମାନି ପାଳନ କରୁଛନ୍ତି ଦୀପାବଳି।

ବିହାର ନିର୍ବାଚନ ଜିତିବା ପରେ ନୀତୀଶ କୁମାର ବାସଭବନରେ ଦୀପ ଜାଳି ଦୀପାବଳି ପାଳନ କରୁଥିବା ବେଳେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ପତ୍ନି ସୁନୀତାଙ୍କ ସହିତ ଦିଲ୍ଲୀର ଅକ୍ଷର ଧାମ ମନ୍ଦିରରେ ଆଳତୀ କରିଥିଲେ। ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ମଧ୍ୟ ଉପସ୍ଥିତ ଥିଲେ।

ସେହିଭଳି କ୍ରିକେଟ ଗଡ୍ ସଚିନ ତେନ୍ଦୁଲକର ବି ଦୀପ ଜାଳି ପାଳନ କରିଛନ୍ତି ଦୀପାବଳି। ତା ସହିତ ସମସ୍ତଙ୍କୁ ଦୀପାବଳିର ଶୁଭକାମନା ଜଣାଇଛନ୍ତି। ସେହିଭଳି କ୍ରିକେଟର୍‌ ୟୁରାଜ ସିଂହ, ଟିମ୍  ଇଣ୍ଡିଆ କ୍ୟାପ୍ଟେନ୍ ବିରାଟ କୋହଲି ଟେନିସ ତାରକା ସାନିଆ ମିର୍ଜା, ବଏଡ୍‌ ମିଣ୍ଟନ ଖେଳାଳି ପିଭି ସିନ୍ଧୁ ଓ ସାଇନା ନେହୱାଲ୍‌ ସମସ୍ତେ ଦୀପାବଳି ଶୁଭକାମନା ଜଣାଇଛନ୍ତି।

ଦିଲ୍ଲୀର ନିଜାମୁଦ୍ଦିନ ଦରଗାହ ବି ଦୀପାବଳିର ଆଲୋକମାଳାରେ ଆଲୋକିତ ହୋଇଛି। ଦରଗାହରେ ବିଭିନ୍ନ ପ୍ରକାର ଲାଇଟ୍ ଜଳାଇବା ସହିତ ଦୀପ ବି ଜଳା ଯାଇଥିଲା।

ଆହୁରି ପଢ଼ନ୍ତୁ

କାଲି ଭାରତ ବନ୍ଦ, ଗଡ଼ିବନି ଅଖ-ଚକ

ହେଡ୍‌ଫୋନ୍‌ ଲଗାଇ ରେଲ୍‌ୱେ ଟ୍ରାକ୍‌ରେ ମର୍ଣ୍ଣିଂ ୱାକ୍‌ କରୁଥିଲେ; ମାଡ଼ି ଆସିଲା ଟ୍ରେନ୍‌, ତା’ପରେ…

ଦେଶବ୍ୟାପୀ ଆରଟିପିସିଆର ଟେଷ୍ଟର ସମାନ ମୂଲ୍ୟ ଧାର୍ଯ୍ୟ କର: ସୁପ୍ରିମ୍‌କୋର୍ଟ

ବ୍ୟାଙ୍କ୍‌ ନୋଟ୍‌ ଦ୍ୱାରା ବ୍ୟାପିବ କି କରୋନା ସଂକ୍ରମଣ ? ସାମ୍ନାକୁ ଆସିଲା ନୂଆ ତଥ୍ୟ

ଭୀଷଣ ବାତ୍ୟାର ରୂପ ନେଇ ଆଜି ଲ୍ୟାଣ୍ଡଫଲ୍‌ କରିପାରେ ‘ନିଭାର’, ହାଇ ଆଲର୍ଟ ଜାରି

ବରିଷ୍ଠ କଂଗ୍ରେସ ନେତା ଅହମ୍ମଦ ପଟେଲଙ୍କ ପରଲୋକ

ଖୁବ୍‌ ଶୀଘ୍ର ବଜାରରେ ଉପଲବ୍ଧ ହେବ ‘ସ୍ପୁଟନିକ୍-ଭି’

ଜୀବନକୁ ବାଜି ଲଗାଇ ଚାରି ଜଣଙ୍କୁ ବଞ୍ଚାଇଲା ଗର୍ଭବତୀ କୁକୁର

ଶକ୍ତି ଗୋଟାଉଛି ନିଭାର, ୧୨୦ କିଲୋମିଟର ବେଗରେ ବହିବ ପବନ

ପୁଣି ୪୩ ଚାଇନିଜ୍ ଆପ୍‌ ବ୍ୟାନ୍‌ କଲେ ଭାରତ ସରକାର

କରୋନା ଟିକା ନେଇ କ’ଣ ସୂଚନା ଦେଲେ ପ୍ରଧାନମନ୍ତ୍ରୀ ?

ହଠାତ୍‌ ଲାଲ୍‌ ହୋଇଗଲା ନଦୀର ପାଣି, ଦୋଷୀକୁ ଧରାଇ ଦେଲେ ମିଳିବ ପୁରସ୍କାର

You might also like