କେନ୍ଦ୍ରର ସ୍ପଷ୍ଟୀକରଣ; ମୋଦିଙ୍କ ମନ୍ତବ୍ୟକୁ ଭୁଲ୍ ଭାବେ ଉପସ୍ଥାପନ କରାଯାଇଛି

ନୂଆଦିଲ୍ଲୀ: ସର୍ବଦଳୀୟ ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମନ୍ତବ୍ୟକୁ ଭୁଲ୍ ଭାବେ ଉପସ୍ଥାପନ କରାଯାଇଛି। ଏହାକୁ ନେଇ ଅଯଥାରେ ବିବାଦ ସୃଷ୍ଟି କରାଯାଉଛି ବୋଲି କେନ୍ଦ୍ର ସରକାର କହିଛନ୍ତି।

ଶୁକ୍ରବାର ଦିନ ପ୍ରଧାନମନ୍ତ୍ରୀ ଲଦାଖ ସଂଘର୍ଷ ନେଇ ସର୍ବଦଳୀୟ ବୈଠକ ଡାକିଥିଲେ। ଏଥିରେ ମୋଦି କହିଥିଲେ ଯେ, ଭାରତୀୟ ସୀମା ଭିତରେ ଚୀନ୍ ଯବାନ ଆଦୌ ପ୍ରବେଶ କରିନାହାନ୍ତି। ତେବେ ଏହାକୁ ନେଇ କେତେକ ରାଜନୈତିକ ଦଳ ଅଯଥାରେ ଭୁଲ ତଥ୍ୟ ଦେବା ସହ ମୋଦିଙ୍କ ମନ୍ତବ୍ୟକୁ ଭୁଲ୍ ଭାବେ ଉପସ୍ଥାପନ କରି ବିବାଦ କରୁଛନ୍ତି ବୋଲି କେନ୍ଦ୍ର ସରକାର କହିଛନ୍ତି।

ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଏମିତି ବିବୃତି ଦିଆଯାଇ କୁହାଯାଇଛି ଯେ, ଏଲ୍ଏସିରେ କୌଣସି ପ୍ରକାର ଅନୁପ୍ରବେଶ ହେଲେ ଭାରତ ଏହାର ଦୃଢ଼ ଜବାବ ଦେବାକୁ ପ୍ରସ୍ତୁତ। ତା ଛଡ଼ା ଭାରତୀୟ ସେନା ନୀତି ନିର୍ଦ୍ଦିଷ୍ଟ ଭାବେ ଜବାବ ଦେବାକୁ ତୟାର ବୋଲି ଏଥିରେ କୁହାଯାଇଛି।

ପୂର୍ବରୁ ସେନାମୁଖ୍ୟ, ପ୍ରତିରକ୍ଷା ମନ୍ତ୍ରୀ ଦେଇଥିବା ମନ୍ତବ୍ୟ ସହ ପ୍ରଧାନମନ୍ତ୍ରୀ ମୋଦିଙ୍କ ମନ୍ତବ୍ୟର ତାଳମେଳ ରହୁନାହିଁ। ଯଦି ଭାରତୀୟ ସୀମାରେ କେହି ପ୍ରବେଶ କରିନଥିଲେ, ତା ହେଲେ ସଂଘର୍ଷ ହେଲା କିପରି ବୋଲି କଂଗ୍ରେସ ପ୍ରଶ୍ନ କରିଥିଲା।

You might also like