ଭାରତୀୟ ଯବାନଙ୍କ ମାନବିକତା, ପାକିସ୍ତାନକୁ ବଢାଇଲେ ସହାୟତାର ହାତ

ନୂଆଦିଲ୍ଲୀ: ସୀମାନ୍ତରେ ଦୁଇ ଦେଶ ଭାରତ-ପାକିସ୍ତାନ ମୁହାଁମୁହିଁ ସ୍ଥିତିରେ। ପାକିସ୍ତାନର ଆତଙ୍କବାଦୀ କାର୍ଯ୍ୟକଳାପରେ ଅତିଷ୍ଠ ହୋଇପଡ଼ିଲାଣି ଭାରତ। ହାତରେ ବନ୍ଧୁକ ଧରି ଖରା, ବର୍ଷା, ଶୀତରେ ଛିଡ଼ା ହୋଇଛନ୍ତି ଭାରତୀୟ ଯବାନ ପାକ୍‌ ସେନାର ମୁକାବିଲା କରିବା ପାଇଁ।

ବନ୍ଧୁକ ହାତରେ ଧରିଲେ ବି ମାନବିକତା ଭୁଲିନାହାନ୍ତି ଭାରତୀୟ ସେନା । ସେଥିପାଇଁ ପ୍ରୋଟୋକଲ ଭାଙ୍ଗି ପାକିସ୍ତାନ ପ୍ରତି ବଢାଇଛନ୍ତି ସହାୟତାର ହାତ।

ଭାରତ-ପାକ ନିୟନ୍ତ୍ରଣ ରେଖା ନିକଟରେ ପାକିସ୍ତାନର ଏକ ଗାଁର ୭ବର୍ଷର ଏହି ଶିଶୁ ଆବିଦ୍ ଶେଖ । ସ୍କୁଲ ଯିବା ବେଳେ କିଶନଗଙ୍ଗାରେ ବୁଡି ଯାଇଥିଲେ । ବୁଡିଗଲା ପରେ ମୃତଦେହ ଭାସି ଭାସି ଆସି ନିୟନ୍ତ୍ରଣ ରେଖାର ଭାରତୀୟ ସୀମାରେ ଲାଗିଥିଲା।

ମୃତଦେହ ଫେରାଇ ଆଣିବା ପାଇଁ ଶିଶୁର ବାପା ପାକିସ୍ତାନ ପ୍ରଧାନମନ୍ତ୍ରୀ ଓ ଭାରତୀୟ କର୍ତ୍ତୃପକ୍ଷଙ୍କ ସହାୟତା ଲୋଡିଥିଲେ। ଭାରତୀୟ ସେନା ଶିଶୁର ମୃତଦେହକୁ ଗୁରେଜ ସେରରୁ ଉଦ୍ଧାର କରିଥିଲା । ଏହାପରେ ମୃତଦେହକୁ ପାକିସ୍ତାନକୁ ହସ୍ତାନ୍ତର କରାଯାଇଛି॥

You might also like