ଖୁସି ଖବର: ଟ୍ରେନ୍‌ ଛାଡ଼ିବାର ଅଧ ଘଣ୍ଟା ପୂର୍ବରୁ ବୁକିଂ କରିହେବ ଟିକେଟ୍‌

ନୂଆଦିଲ୍ଲୀ: ଟ୍ରେନ୍‌ରେ ଯାତ୍ରା କରିବା ପାଇଁ ଚାହୁଁଥିବା ଯାତ୍ରୀଙ୍କ ପାଇଁ ଏକ ଖୁସି ଖବର। ଟ୍ରେନ୍ ଛାଡ଼ିବାର ଅଧଘଣ୍ଟା ପୂର୍ବରୁ ବୁକିଂ କରିହେବ reservation ଟିକେଟ୍। ଆସନ୍ତା ଅକ୍ଟୋବର ୧୦ରୁ reservation ଚାର୍ଟର ଏହି ପୁରୁଣା  ନିୟମ ଲାଗୁ ହେବାକୁ ଯାଉଛି। ଏ ନେଇ ଭାରତୀୟ ରେଲ୍‌ୱେ ପକ୍ଷରୁ ସୂଚନା ଦିଆଯାଇଛି।

ଟ୍ରେନ୍ ଛାଡ଼ିବାର ନିର୍ଦ୍ଧାରିତ/ପୁନଃନିର୍ଦ୍ଧାରିତ ସମୟର ଅଧା ଘଣ୍ଟା ପୂର୍ବରୁ ଭାରତୀୟ ରେଲ୍‌ୱେ ପକ୍ଷରୁ ଦ୍ୱିତୀୟ reservation ଚାର୍ଟ ଜାରି କରାଯିବ। ଯାହା ଫଳରେ ତୁରନ୍ତ କୌଣସି ସ୍ଥାନକୁ ଯିବାକୁ ଚାହୁଁଥିବା ଯାତ୍ରୀମାନଙ୍କୁ ଏହାର ଫାଇଦା ମିଳିପାରିବ। ସେହିପରି ଟ୍ରେନ୍ ଛାଡ଼ିବାର ନିର୍ଦ୍ଧାରିତ ସମୟର ୪ ଘଣ୍ଟା ପୂର୍ବରୁ ପ୍ରଥମ reservation ଚାର୍ଟ ପ୍ରସ୍ତୁତ  କରାଯିବ।

ରେଲ୍‌ୱେର କହିବା ମୁତାବକ ପ୍ରଥମ ଚାର୍ଟ ଜାରି ହେବା ପରେ ଅନେକ ସିଟ୍ ଖାଲି ପଡୁଥିଲା। କିଛି ଯାତ୍ରୀ ସେମାନଙ୍କର କାର୍ଯ୍ୟକ୍ରମରେ ପରିବର୍ତ୍ତନ କରୁଥିବା ବେଳେ ଆଉ କିଛି ଯାତ୍ରୀ ଅନ୍ୟ କୌଣସି କାରଣରୁ ସେମାନଙ୍କ ଯାତ୍ରାକୁ ସ୍ଥଗିତ କରି ଦେଉଥିଲେ। ଫଳରେ ଏହି ସବୁ ସିଟ୍‌ ଖାଲି ପଡ଼ୁଥିଲା। ତେଣୁ ଜରୁରୀ ଥିବା ଯାତ୍ରୀଙ୍କ ଯାତ୍ରା ନିମନ୍ତେ ଖାଲି ପଡ଼ିଥିବା ଏହି ସିଟ୍‌ ପୂରଣ କରିବା ପାଇଁ ଯାତ୍ରୀମାନଙ୍କୁ reservation ମିଳିପାରିବ। ଏଥିପାଇଁ ରେଲ୍‌ୱେ ୨ଟି reservation ଚାର୍ଟ ପ୍ରସ୍ତୁତ କରିଛି।

ଆସନ୍ତା ଅକ୍ଟୋବର ୧୦ରୁ reservation ଚାର୍ଟର ଏହି ପୁରୁଣା  ନିୟମ ଲାଗୁ ହେବ। ଅର୍ଥାତ୍‌ reservationର ପ୍ରଥମ ଚାର୍ଟ ଟ୍ରେନ୍‌ ଛାଡ଼ିବାର ନିର୍ଦ୍ଧାରିତ ସମୟର ୪ ଘଣ୍ଟା ପୂର୍ବରୁ ପ୍ରସ୍ତୁତ କରାଯିବ। ସେହିପରି ଟ୍ରେନ୍‌ ଛାଡ଼ିବାର ନିର୍ଦ୍ଧାରିତ/ପୁନଃନିର୍ଦ୍ଧାରିତ ସମୟର ୩୦ ମିନିଟ୍‌ ପୂର୍ବରୁ ୨ୟ reservation ଚାର୍ଟ ପ୍ରସ୍ତୁତ କରାଯିବ।  ଏଥିରେ ଖାଲି ପଡ଼ିଥିବା ସିଟ୍‌ ପାଇଁ ଜରୁରୀ ଥିବା ଯାତ୍ରୀମାନେ ଅନ୍‌ଲାଇନ୍‌ କିମ୍ବା କାଉଣ୍ଟରରେ ଟିକେଟ୍ ବୁକିଂ କରି ଯାତ୍ରା କରିପାରିବେ।

ଆହୁରି ପଢ଼ନ୍ତୁ

ଏକ କୋଟିରୁ ଅଧିକ ଗ୍ରାହକ ଆଦୌ ଦେଇ ନାହାନ୍ତି ବିଜୁଳି ବିଲ୍

ଶେଷ ଡିବେଟ୍‌ରେ ଭାରତର ବାୟୁପ୍ରଦୂଷଣ ଆମେରିକା ଠାରୁ ଖରାପ ବୋଲି କହିଲେ ଟ୍ରମ୍ପ

ତାଲିବାନ ଆତଙ୍କବାଦୀଙ୍କ ଆକ୍ରମଣରେ ୨୦ ଆଫଗାନୀ ଯବାନ ସହିଦ

ଝିଅ ବାହାଘରରେ ଖର୍ଚ୍ଚ କରିଥିଲେ ୪୮୫ କୋଟି, ଏବେ ଦେବାଳିଆ

ଖଣ୍ଡାରେ କାଟିଲେ ବର୍ଥ ଡେ’ କେକ୍‌, ଘରୁ ଉଠାଇ ନେଲା ପୋଲିସ୍‌

ବାପାଙ୍କୁ ପିଟିପିଟି ମାରିଦେଲା ୧୬ ବର୍ଷର ଝିଅ

ବୟସ ୧୪, ଉଚ୍ଚତା ୭ ଫୁଟରୁ ଅଧିକ

ନା ଅଛି ମୋବାଇଲ୍‌ ନା ଚପଲ, ତଥାପି ନିର୍ବାଚନ ଲଢ଼ୁଛନ୍ତି ୭୨ ବର୍ଷୀୟ ବୃଦ୍ଧ

ସପିଂ ମଲ୍‌ରେ ଭୟଙ୍କର ଅଗ୍ନିକାଣ୍ଡ

ଆମେରିକାରେ କରୋନା ଆକ୍ରାନ୍ତଙ୍କୁ ଦିଆଯିବ ରେମେଡସିଭିର୍

୧୦ ଟଙ୍କାରେ ବିରିୟାନୀ ବିକୁଥିଲେ, ଉଠାଇ ନେଲା ପୋଲିସ୍‌

ଆଶ୍ୱସ୍ତିର ଖବର; କୋଭାକ୍ସିନକୁ ମିଳିଲା ତୃତୀୟ ପର୍ଯ୍ୟାୟ କ୍ଲିନିକାଲ ଟ୍ରାଏଲ ଅନୁମତି

You might also like