ବିନା ଡିଜେଲ୍ ଓ ଇଲେକ୍ଟ୍ରିରେ ଚାଲିଲା ଟ୍ରେନ୍
ନୂଆଦିଲ୍ଲୀ: ଗୋଟିଏ ପଟେ କରୋନା ମହାମାରୀ ବ୍ୟାପିବାରେ ଲାଗିଥିବା ବେଳେ ଅନ୍ୟପଟେ ଭାରତୀୟ ରେଲୱେ ଗୋଟିଏ ପରେ ଗୋଟିଏ ନୂଆ ଉପଲବ୍ଧି କରିଚାଲିଛି। ଏବେ ରେଲୱେ ଟ୍ରେନ୍ ଇଞ୍ଜିନକୁ ଚଲାଇବା କ୍ଷେତ୍ରରେ ଆଉ ପାଦେ ଆଗେଇଛି। ଭାରତୀୟ ରେଲୱେ ଏବେ ବ୍ୟାଟେରୀ ଚାଳିତ ଟ୍ରେନ୍ ଇଞ୍ଜିନ୍ ପ୍ରସ୍ତୁତ କରିଛି ଏବଂ ଏହାର ସଫଳ ପରୀକ୍ଷଣ ମଧ୍ୟ କରିସାରିଛି। ଅର୍ଥାତ୍ ଆଉ କିଛି ଦିନ ଭିତରେ ଟ୍ରାକରେ ବ୍ୟାଟେରୀ ଚାଳିତ ଟ୍ରେନ୍ ଚାଲୁଥିବାର ଦେଖିବାକୁ ମିଳିପାରେ।
ରେଲୱେର କହିବା ମୁତାବକ, ଇଲେକ୍ଟ୍ରି ଓ ଡିଜେଲକୁ ବଞ୍ଚାଇବା ପାଇଁ ଏହି ଇଲେକ୍ଟ୍ରି ଇଞ୍ଜିନକୁ ପ୍ରସ୍ତୁତ କରାଯାଇଛି। ବ୍ୟାଟେରୀ ଦ୍ୱାରା ପରିଚାଳିତ ଡୁଆଲ୍-ମୋଡ୍ ଶଣ୍ଟିଂ ଲୋକୋ ‘ନବଦୂତ’ ଇଞ୍ଜିନର ନିର୍ମାଣ ପଶ୍ଚିମ-କେନ୍ଦ୍ର ରେଲୱେରେ କରାଯାଇଛି, ଯାହାର ପରୀକ୍ଷଣ ସଫଳ ହୋଇଛି। ବ୍ୟାଟେରୀରୁ ଅପରେଟ୍ ହେଉଥିବା ଏହି ଇଞ୍ଜିନ୍ ଡିଜେଲ୍ ସହ ପରିବେଶ ସଂରକ୍ଷଣକୁ ରକ୍ଷା କରିବା ପାଇଁ ଏକ ବଡ଼ ପଦକ୍ଷେପ ବୋଲି ରେଲୱେ ପକ୍ଷରୁ କୁହାଯାଇଛି।
रेलवे के जबलपुर मंडल में बैटरी से चलने वाले ड्यूल मोड शंटिंग लोको 'नवदूत' का निर्माण किया गया, जिसका परीक्षण सफल रहा।
बैटरी से ऑपरेट होने वाला यह लोको एक उज्ज्वल भविष्य का संकेत है, जो डीजल के साथ विदेशी मुद्रा की बचत, और पर्यावरण संरक्षण में एक बड़ा कदम होगा। pic.twitter.com/9uw3qF0WrW
— Piyush Goyal (@PiyushGoyal) July 7, 2020
ଏ ନେଇ ରେଲମନ୍ତ୍ରୀ ପିୟୂଷ ଗୋଏଲ୍ ଟ୍ୱିଟ୍ କରି କହିଛନ୍ତି, ବ୍ୟାଟେରୀରୁ ଅପରେଟ ହେଉଥିବା ଏହି ଲୋକୋ (ଇଞ୍ଜିନ୍) ଏକ ଉଜ୍ଜଳ ଭବିଷ୍ୟତର ସଙ୍କେତ ଦେଉଛି, ଯାହା ଡିଜେଲ୍ ସହ ବିଦେଶୀ ମୁଦ୍ରା ବିନିମୟ ଓ ପରିବେଶ ସଂରକ୍ଷଣ କ୍ଷେତ୍ରରେ ଏକ ବଡ଼ ପଦକ୍ଷେପ ହେବ।
ନିକଟରେ ସୋଲାର ପାୱାରାରୁ ଉତ୍ପନ ଇଲେକ୍ଟ୍ରିରୁ ଟ୍ରେନ୍ ଚଲାଇବା ନେଇ ରେଲୱେ କହିଥିଲା। ଏଥିପାଇଁ ମଧ୍ୟ ରେଲୱେର ସବୁ ପ୍ରସ୍ତୁତି ଶେଷ ହୋଇଛି। ରେଲୱେ ମଧ୍ୟପ୍ରଦେଶର ବିନାରେ ଏହି ସୋଲାର୍ ପାୱାର ପ୍ଲାଣ୍ଟକୁ ପ୍ରସ୍ତୁତ କରିଛି, ଯେଉଁଥିରୁ ୧.୭ ମେଗା ୱାଟ୍ର ବିଜୁଳି ଉତ୍ପନ୍ନ ହେବ ଏବଂ ସିଧା ଟ୍ରେନର ଓଭର୍ ହେଡ୍ ପର୍ଯ୍ୟନ୍ତ ପହଞ୍ଚିବ। ରେଲୱେ ଦୃଢ଼ତାର ସହ କହିଛି ଯେ ଏଭଳି କରିବାରେ ଭାରତ ଦୁନିଆର ପ୍ରଥମ ଦେଶ ହେବ। ଏହା ପୂର୍ବରୁ ରେଲୱେ ଇତିହାସରେ କୌଣସି ଦେଶ ଏଭଳି କରିନାହାନ୍ତି।
ଗତ ସପ୍ତାହରେ ରେଲୱେ ୨.୮ କିଲୋମିଟର ଲମ୍ବା ମାଲବୁହା ଟ୍ରେନକୁ ଟ୍ରାକରେ ଚଳାଇ ଇତିହାସ ରଚିଥିଲା। ରେଲୱେ ଏହି ଟ୍ରେନକୁ ‘ଶେଷନାଗ’ ନାମକରଣ ଦେଇଥିଲା। ଏହି ଟ୍ରେନରେ ୪ଟି ଇଞ୍ଜିନ୍ ଲଗାଯାଇଥିଲା। ଏହି ଟ୍ରେନରେ ୨୫୧ଟି ବଗି ରହିଛି। ଏହା ପୂର୍ବରୁ ରେଲୱେ ୨ କିଲୋମିଟର୍ ଲମ୍ବା ସୁପର୍ ଆନାକୋଣ୍ଡାକୁ ଚଲାଇଥିଲା, ଯେଉଁଥିରେ ୬୦୦୦ ହର୍ସପାୱାର୍ କ୍ଷମତା ବିଶିଷ୍ଟ ୩ଟି ଇଞ୍ଜିନ୍ ଲଗାଯାଇଥିଲା। ଏହି ଟ୍ରେନରେ ୧୭୭ ଲୋଡେଡ୍ ବଗି ରହିଥିଲା।