ରେଳଯାତ୍ରୀଙ୍କ ପାଇଁ ଖୁସି ଖବର, ଚାଲିବ ନୂଆ ୮୦ ସ୍ୱତନ୍ତ୍ର ଟ୍ରେନ୍

ନୂଆଦିଲ୍ଲୀ: ଭାରତୀୟ ରେଳ୍ ଯାତ୍ରୀଙ୍କ ପାଇଁ ଖୁସି ଖବର। ଭାରତୀୟ ରେଲୱେ ଆସନ୍ତା ୧୨ ତାରିଖରୁ ୮୦ ନୂଆ ସ୍ୱତନ୍ତ୍ର ଟ୍ରେନ୍ ଚଲାଇବାକୁ ଘୋଷଣା କରିଛି। ଟ୍ରେନରେ ଯାତ୍ରା କରିବା ପାଇଁ ସେପ୍ଟେମ୍ବର ୧୦ ତାରିଖରୁ ବୁକିଂ ଆରମ୍ଭ ହେବ।

ଏ ନେଇ ରେଲୱେ ବୋର୍ଡର ଚେୟାରମ୍ୟାନ୍ ବିନୋଦ କୁମାର କହିଛନ୍ତି, ଭାରତୀୟ ରେଲୱେ ସେପ୍ଟେମ୍ବର ୧୨ ତାରିଖରୁ ୪୦ ଯୋଡ଼ା ସ୍ୱତନ୍ତ୍ର ଟ୍ରେନ୍ ଚଳାଇବ। ଏହି ୮୦ ସ୍ୱତନ୍ତ୍ର ଟ୍ରେନ୍ ପୂର୍ବରୁ ଚାଲୁଥିବା ୨୩୦ ଟ୍ରେନ୍ ସହ ଚାଲିବ। ରେଲୱେ ଚେୟାରମ୍ୟାନ୍ ଆହୁରି କହିଛନ୍ତି, ଯେଉଁ ସ୍ୱତନ୍ତ୍ର ଚାଲୁଛି, ତା ଉପରେ ନଜର ରଖାଯିବ। ପରୀକ୍ଷା ପାଇଁ କିମ୍ବା ରାଜ୍ୟ ସରକାରଙ୍କ ଅନୁରୋଧ ଆଧାରରେ ସ୍ୱତନ୍ତ୍ର ଟ୍ରେନର ଘୋଷଣା କରାଯାଇଛି।

ସୂଚନାଯୋଗ୍ୟ, କରୋନା ମହାମାରୀକୁ ଆଖି ଆଗରେ ରଖି ରେଲୱେ ବର୍ତ୍ତମାନ କେବଳ ୨୩୦ଟି ସ୍ୱତନ୍ତ୍ର ଟ୍ରେନ୍ ଚଳାଉଛି। ସେହିପରି କରୋନା ପାଇଁ ରେଲୱେ ମାର୍ଚ୍ଚ ୨୨ ତାରିଖରୁ ପାସେଞ୍ଜର ଟ୍ରେନ୍, ମେଲ୍‌ ଏବଂ ଏକ୍ସପ୍ରେସ୍ ଟ୍ରେନର ଚଳାଚଳ ବନ୍ଦ କରିଦେଇଥିଲା।

ଅନ୍ୟପକ୍ଷରେ ଲକଡାଉନ୍ ମଧ୍ୟରେ ବିଭିନ୍ନ ସ୍ଥାନରେ ଫସିଥିବା ପ୍ରବାସୀ ଶ୍ରମିକଙ୍କୁ ସେମାନଙ୍କ ଘରେ ପହଞ୍ଚାଇବା ରେଲୱେ ମେ’ ୧ ତାରିଖରୁ ଶ୍ରମିକ ସ୍ପେଶାଲ୍ ଟ୍ରେନ୍ ଆରମ୍ଭ କରିଥିଲା। ଏହା ପରେ ମେ’ ୧୨ରୁ ରାଜଧାନୀ ସ୍ପେଶାନ୍ ଟ୍ରେନ୍ ଆରମ୍ଭ କରାଯାଇଥିଲା ଏବଂ ପରେ ଜୁନ୍ ୧ରୁ ଅଧିକ ୧୦୦ ଯୋଡ଼ା ଟ୍ରେନ୍ ଚଳାଚଳ ହୋଇଥିଲା। ଏହିପରି ଭାବେ ଏବେ ୨୩୦ଟି ଟ୍ରେନ୍ ଚଳାଚଳ କରୁଛି। ଏବେ ନୂଆ ୮୦ ସ୍ପେଶାଲ୍ ଟ୍ରେନ୍ ଆରମ୍ଭ ହେବା ପରେ ଗାଡ଼ି ସଂଖ୍ୟା ବୃଦ୍ଧି ପାଇବ। ଯାହାଦ୍ୱାରା ଯାତ୍ରୀଙ୍କ ପାଇଁ ଯାତ୍ରା ଅଧିକ ସୁବିଧା ହେବ।

ଆହୁରି ପଢ଼ନ୍ତୁ

କମିଲା ସୁନା ଓ ରୂପା ଦର

ଅଭିନେତ୍ରୀ ପାୟଲ ଘୋଷଙ୍କ ଟ୍ୱିଟ୍‌କୁ ନେଇ ଚର୍ଚ୍ଚା, କହିଲେ- ଯଦି ଝୁଲନ୍ତା ଅବସ୍ଥାରେ ମୋ ମୃତଦେହ ମିଳେ…

ଶିବାଙ୍ଗୀ ସିଂ ହେବେ ଲଢୁଆ ବିମାନ ରାଫେଲ୍‌ର ପ୍ରଥମ ମହିଳା ପାଇଲଟ୍‌

ଓଡ଼ିଶାରୁ ସୁରତକୁ ଟ୍ରକ୍‌ରେ ଏମିତି ଚାଲାଣ ହେଉଥିଲା ଲକ୍ଷାଧିକ ଟଙ୍କାର ଗଞ୍ଜେଇ

ଓ୍ୱାର୍କିଂ ଜର୍ଣ୍ଣାଲିଷ୍ଟ ସଂଜ୍ଞାରେ ଡିଜିଟାଲ ଏବଂ ଇଲେକ୍ଟ୍ରୋନିକ୍‌ ମିଡିଆ ସାମ୍ବାଦିକ ସାମିଲ

ବିସ୍ଫୋରଣ ପରେ ONGC ପ୍ଲାଣ୍ଟରେ ଅଗ୍ନିକାଣ୍ଡ

ପରଲୋକରେ ରେଳ ରାଷ୍ଟ୍ରମନ୍ତ୍ରୀ

ଫେଲ୍ ମାରିଲା ପାକିସ୍ତାନର ହୀନ ଉଦ୍ୟମ

ସ୍ୱାମୀଙ୍କୁ ହତ୍ୟା କରି ବେଡ୍‌ ତଳେ ମୃତଦେହ ଲୁଚାଇଥିଲେ ପତ୍ନୀ, ଗନ୍ଧ ବାହାରିବାରୁ…

‘ନେତା କୈସା ହୋ.. ବାଇଡେନ ଜୈସା ହୋ’-ଏମିତି ଚାଲିଛି ଆମେରିକାରେ ନିର୍ବାଚନ ପ୍ରଚାର

ନେପାଳ ପର୍ବତାରୋହୀଙ୍କ ପରଲୋକ; ୧୦ ଥର ମାଉଣ୍ଟ ଏଭରେଷ୍ଟ ଚଢି ରେକର୍ଡ କରିଥିଲେ

ଭଲ୍ୟୁଣ୍ଟାରୀ ରିଟାୟାରମେଣ୍ଟ ନେଲେ ବିହାର ଡିଜିପି ଗୁପ୍ତେଶ୍ୱର ପାଣ୍ଡେ, ନିର୍ବାଚନ ଲଢ଼ିବା ନେଇ ଚର୍ଚ୍ଚା

You might also like