ମାର୍ଚ୍ଚ ୩୧ ଯାଏ ୧୬୮ଟି ଟ୍ରେନ୍ ବାତିଲ୍
ନୂଆଦିଲ୍ଲୀ: ଆପଣ ଟ୍ରେନ୍ରେ ଯାତ୍ରା କରିବା ପାଇଁ ଯୋଜନା କରୁଛନ୍ତି କି ? ତା’ହେଲେ ଜାଣି ରଖନ୍ତୁ ଏହି ଗୁରୁତ୍ୱପୂର୍ଣ୍ଣ ସୂଚନା। ହୁଏତ ଆପଣଙ୍କ କାମରେ ଆସିପାରେ। କାହିଁକି ନା ଆସନ୍ତାକାଲିଠୁ ମାର୍ଚ୍ଚ ୩୧ ଯାଏ ୧୬୮ଟି ଟ୍ରେନ୍ ବାତିଲ୍ ହୋଇଛି।
କରୋନା ପାଇଁ ଟ୍ରେନ୍ରେ ଯାତ୍ରୀଙ୍କ ସଂଖ୍ୟା ହ୍ରାସ ପାଇଛି। ଅନେକ ଯାତ୍ରୀ ସେମାନଙ୍କ ଯାତ୍ରାକୁ ବାତିଲ କରୁଛନ୍ତି। ଏହାକୁ ନଜରରେ ରଖି ଭାରତୀୟ ରେଳ ବିଭାଗ ପକ୍ଷରୁ ଆସନ୍ତାକାଲିଠାରୁ ମାର୍ଚ୍ଚ ୩୧ ଯାଏ ୧୬୮ଟି ଟ୍ରେନ୍କୁ ବାତିଲ କରାଯାଇଛି।
କରୋନାକୁ ନେଇ ଲୋକମାନେ ଅନ୍ୟତ୍ର ସ୍ଥାନକୁ ଯାତ୍ରା କରୁ ନାହାନ୍ତି। ଆଉ ଯେଉଁମାନେ ଟ୍ରେନ୍ରେ ଯାତ୍ରା ପାଇଁ ଯୋଜନା କରିଛନ୍ତି ସେମାନେ ସେମାନଙ୍କର ଯାତ୍ରାକୁ ବାତିଲ କରୁଛନ୍ତି। ଏହାଦେଖି ରେଲ୍ୱେ ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଥିବା ଜଣାପଡ଼ିଛି।
Source: ANI
ଅନ୍ୟପକ୍ଷରେ, କରୋନା ଭାଇରସ୍ ବା COVID-19 କୁ ନେଇ ଚାଲିଛି ଗବେଷଣା। ଘାତକ କରୋନାକୁ ନେଇ ପ୍ରତିଦିନ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି। ଏବେ ଏକ ଗବେଷଣାରୁ କରୋନା ଭାଇରସର ସ୍ଥିତି ସମ୍ପର୍କରେ ଅନେକ କଥା ଜଣାପଡ଼ିଛି। କରୋନା ଭାଇରସ କେତେଘଣ୍ଟା ରହିପାରେ, କେତେ ଘଣ୍ଟା ସକ୍ରିୟ ରହିପାରେ ଏବଂ କେମିତି ଦୁର୍ବଳ ହୋଇଯାଏ ସେ ନେଇ ଗବେଷକମାନେ ତଥ୍ୟ ରଖିଛନ୍ତି।