ଇତିହାସ ରଚିଲା ଭାରତୀୟ ରେଳବାଇ

ନୂଆଦିଲ୍ଲୀ: ଭାରତରେ ଟ୍ରେନ ବିଳମ୍ୱରେ ପହଞ୍ଚିବା ନେଇ ସବୁବେଳେ ଅଭିଯୋଗ ଆସିଥାଏ। ଏଥିପାଇଁ ଯାତ୍ରୀମାନଙ୍କୁ ବହୁତ ସମସ୍ୟାର ମଧ୍ୟ ସମ୍ମୁଖୀନ ହେବାକୁ ପଡ଼ିଥାଏ। ଏବେ ଲକଡାଉନ୍ ପରେ ଭାରତୀୟ ରେଳବାଇ ତା’ର ନୂଆ ଛବି ଦେଖାଇ ଇତିହାସ ରଚିଛି। ଜୁଲାଇ ୧ ତାରିଖରେ ଚାଲିଥିବା ସମସ୍ତ ୨୦୧ଟି ଟ୍ରେନ୍ ବିନା ବିଳମ୍ବରେ ନିର୍ଦ୍ଧାରିତ ସମୟରେ ଷ୍ଟେସନରେ ପହଞ୍ଚି ରେକର୍ଡ ସୃଷ୍ଟି କରିଛି।

ଏ ନେଇ ରେଲବାଇ ପକ୍ଷରୁ କୁହାଯାଇଛି, ପ୍ରଥମଥର ଲାଗି ସମସ୍ତ ଶତପ୍ରତିଶତ ଟ୍ରେନ୍ ତା’ର ନିର୍ଦ୍ଧାରିତ ସମୟରେ ଗନ୍ତବ୍ୟ ସ୍ଥଳରେ ପହଞ୍ଚିଛି। ଜୁଲାଇ ୧ତାରିଖରେ ଚାଲିଥିବା ୨୦୧ଟି ଟ୍ରେନ୍ ମଧ୍ୟରୁ ଗୋଟିଏ ବି ବିଳମ୍ବ ହୋଇନାହିଁ। ଏହା ପୂର୍ବରୁ ଜୁନ୍ ୨୩ ତାରିଖରେ ଗୋଟିଏ ଟ୍ରେନ୍ ବିଳମ୍ବ ବିଳମ୍ବରେ ଆସିବାରୁ ଏହା ୯୯.୫୪ ପ୍ରତିଶତ ରହିଥିଲା।

ସୂଚନାଯୋଗ୍ୟ, ୧୮୫୩ରେ ଇଂରେଜ ଶାସନକାଳରେ ଭାରତରେ ରେଳସେବା ଆରମ୍ଭ ହୋଇଥିଲା। ଏହା ମଧ୍ୟରେ ୧୬୭ ବର୍ଷ ବିତିଯାଇଥିଲେ ହେଁ, କୌଣସି ଟ୍ରେନ୍ ଶତପ୍ରତିଶତ ଭାବେ ନିର୍ଦ୍ଧାରିତ ସମୟରେ ପହଞ୍ଚିନଥିଲା।

ଆହୁରି ପଢ଼ନ୍ତୁ

ରାହୁଲ ଓ ପ୍ରିୟଙ୍କାଙ୍କ ନାଁରେ ଥାନାରେ ମାମଲା ରୁଜୁ

ଏମିତି ଅବସ୍ଥାରେ ଉଦ୍ଧାର ହେଲା ନାବାଳିକାଙ୍କ ମୃତଦେହ

ସିବିଆଇ ତଦନ୍ତ ଦାବି କଲେ ହାଥରସ ପୀଡ଼ିତାଙ୍କ ଭାଇ; କହିଲେ, ବାପା ଚାପରେ ବୟାନ ଦେଇଛନ୍ତି

ହାଥରସ ପୀଡ଼ିତା ବାପାକୁ ଧମକାଉଥିଲେ କି ଡିଏମ୍‌? ଭିଡିଓ ଭାଇରାଲ୍

ହାଥରସ ପୀଡ଼ିତାଙ୍କ ସହ ଦୁଷ୍କର୍ମ ହୋଇନି: ୟୁପି ପୋଲିସ

କଂଗ୍ରେସ ନେତା ଅହମ୍ମଦ ପଟେଲଙ୍କୁ କରୋନା

ମୁଖ୍ୟମନ୍ତ୍ରୀଙ୍କ ପ୍ରତିଶ୍ରୁତିରେ ମୁଁ ସନ୍ତୁଷ୍ଟ, ଏଥିପାଇଁ କାହାର ଧାରଣା ଦେବା ଆବଶ୍ୟକ ନାହିଁ: ହାଥରସ ପୀଡ଼ିତାଙ୍କ ବାପା

ଦେଶରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୯୮ ହଜାର ପାର୍

ପୋଲିସ କର୍ମୀ ଅଟକାଉଥିବା ବେଳେ ଠେଲାପେଲାରେ ତଳେ ପଡ଼ିଗଲେ ରାହୁଲ ଗାନ୍ଧି

ପୁଣି ପାକିସ୍ତାନର ଅସ୍ତ୍ରବିରତି ଉଲ୍ଲଘଂନ; ୩ ଭାରତୀୟ ଯବାନ ସହିଦ

ଲକ୍‌ଡାଉନ୍ ବେଳେ ବୁକ୍‌ ହୋଇଥିବା ଟିକେଟ୍‌ର ପୂରା ଟଙ୍କା ଫେରସ୍ତ ପାଇବେ ଯାତ୍ରୀ

ମାରଣା ଷଣ୍ଢ କବଳରୁ ଜେଜେ ମା’ଙ୍କୁ ଉଦ୍ଧାର କଲା କୁନି ନାତି

You might also like