ଚାଷୀଙ୍କ ପାଇଁ ଖୁସି ଖବର, ପ୍ରଥମଥର ପାଇଁ ଗଡ଼ିଲା ସ୍ୱତନ୍ତ୍ର ଟ୍ରେନ୍‌

ନୂଆଦିଲ୍ଲୀ: ଚାଷୀମାନଙ୍କ ପାଇଁ ଏକ ଖୁସି ଖବର। ଭାରତୀୟ ରେଲ୍‌ୱେ ପକ୍ଷରୁ ପ୍ରଥମ ଥର ପାଇଁ କିଷାନ୍‌ ରେଲ୍‌ୱେ ଟ୍ରେନ୍‌ର ଆଜି ଶୁଭାରମ୍ଭ କରାଯାଇଛି। ଏହି ପାର୍ସଲ୍‌ ଟ୍ରେନ୍‌ ଦେୱଲାଲିରୁ ଦାନାପୁର ମଧ୍ୟରେ ଚଳାଚଳ କରିଛି।

  • ଏହି ଟ୍ରେନ୍‌ ଚାଷୀ ଓ ଛୋଟ ବ୍ୟବସାୟୀଙ୍କ କୃଷି ଉତ୍ପାଦନ ପରିବହନର ଆବଶ୍ୟକତା ପୂରଣ କରିବ।
  • ଯେଉଁ ଯେଉଁ ସ୍ଥାନରେ ଟ୍ରେନ୍‌ର ଷ୍ଟପେଜ୍‌ ରହିଛି, ସେସବୁ ସ୍ଥାନରୁ ଫଳ, ପରିବା ଲୋଡିଂ ଏବଂ ଅନ୍‌ଲୋଡିଂ କରିବା ପାଇଁ ଅନୁମତି ପ୍ରଦାନ କରାଯାଇଛି।
  • ଏହି ସେବା ସପ୍ତାହର ଗୋଟିଏ ଦିନରେ ମିଳିବ। ପରେ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଏଥିରେ ପରିବର୍ତ୍ତନ ଅଣାଯିବ ବୋଲି ରେଳବାଇ ପକ୍ଷରୁ କୁହାଯାଇଛି।

କ୍ଷେତ, ବଜାର ଓ ଉପଭୋକ୍ତାଙ୍କୁ ଯୋଡ଼ିବା ପାଇଁ ଏହା ହେଉଛି ଭାରତର ପ୍ରଥମ କିଷାନ୍‌‌ ଟ୍ରେନ୍‌। ଏହି ଟ୍ରେନ୍‌ରେ ୧୧ଟି ପାର୍ସଲ୍‌ ଡବା ରହିଛି। ଆଜି ଦିନ ୧୧ଟାରେ ଏହି ଟ୍ରେନ୍‌ ଦେୱଲାଲିରୁ ଛାଡ଼ିଛି ଓ ଏହା ଆସନ୍ତାକାଲି ସନ୍ଧ୍ୟା ୬ଟା ୪୫ରେ ଦାନାପୁରରେ ପହଞ୍ଚିବ।

ସେହିପରି ପ୍ରତ୍ୟେକ ରବିବାର ଅପରାହ୍ଣ ୧୨ଟାରେ ଦାନାପୁରରୁ ଟ୍ରେନ୍‌ ବାହାରି ଏହାର ପରବର୍ତ୍ତୀ ଦିନ ପହଞ୍ଚିବ।

You might also like