ମାତ୍ର ୨୫ ଟଙ୍କାରେ ଲାଭ ଉଠାନ୍ତୁ ରେଲ୍‌ୱେର ଏହି ଖାସ୍‌ ସୁବିଧା

ନୂଆଦିଲ୍ଲୀ: ଭାରତୀୟ ରେଳ ବିଭାଗ ଯାତ୍ରୀମାନଙ୍କ ସୁବିଧା ପାଇଁ ଅନେକ ଯୋଜନା କରିଛି। ତେବେ ରେଲ୍‌ୱେର ଏମିତି ଅନେକ ଯୋଜନା ରହିଛି ଯାହା ସମ୍ପର୍କରେ ଯାତ୍ରୀମାନେ ଜାଣି ନ ପାରି ଏହାର ଫାଇଦା ଉଠାଇ ପାରନ୍ତି ନାହିଁ। ଖାଲି ଏତିକି ନୁହେଁ ଡିଜିଟାଲ୍‌ ପେମଣ୍ଟ୍‌ ଅଥବା କୌଣସି କାର୍ଡ ମାଧ୍ୟମରେ ପେମେଣ୍ଟ୍‌ କଲେ ଏଥିରେ ଲାଭ ମଧ୍ୟ ମିଳେ ବୋଲି କିଛି ଯାତ୍ରୀ ଅବଗତ ନଥାନ୍ତି। ତେଣୁ ଯାତ୍ରୀମାନେ ରେଲ୍‌ୱେର ଏଭଳି ସୁବିଧା ପ୍ରତି ଟିକେ ଆଲର୍ଟ ରହିବା ଆବଶ୍ୟକ।

ଏବେ ଆମେ ଆପଣଙ୍କୁ ରେଲ୍‌ୱେର ଏମିତି ଏକ ସୁବିଧା ବିଷୟରେ କହିବୁ ଯାହା ଆପଣ କେବଳ ୨୫ ଟଙ୍କା ଖର୍ଚ୍ଚ କରି ବହୁତ ଭଲ ସେବା ପାଇପାରିବେ। ଏହି ସେବା ଦ୍ୱାରା ଆପଣଙ୍କର ହଜାର ହଜାର ଟଙ୍କା ମଧ୍ୟ ସଞ୍ଚୟ ହୋଇପାରିବ। ଖାଲି ଏତିକି ନୁହେଁ ଡିଜିଟାଲ୍‌ ପେମେଣ୍ଟ୍‌ରେ ଆପଣ ଅଫର ମଧ୍ୟ ପାଇପାରିବେ।

ଆସନ୍ତୁ ଜାଣିବା କ’ଣ ସେହି ସୁବିଧା…

ଯଦି ଟ୍ରେନ୍‌ରେ ଆପଣ ଯାତ୍ରା କରୁଛନ୍ତି ଓ ଆପଣଙ୍କର ଟିକେଟ୍‌ କନ୍‌ଫର୍ମ ହୋଇଯାଇଛି। ହେଲେ ଷ୍ଟେସନରେ ପହଞ୍ଚିବା ପରେ କେଉଁ ଭଲ ସ୍ଥାନରେ ରହି ଟିକେ ଆରାମ କରିବା କଥା ଭାବୁଥାନ୍ତି ତେବେ ଚିନ୍ତା କରିବା ଆବଶ୍ୟକ ନାହିଁ। କାରଣ ଯାତ୍ରୀମାନଙ୍କ ସୁବିଧାକୁ ଦୃଷ୍ଟିରେ ରଖି ରେଲ୍‌ୱେର ରିଟାୟରିଙ୍ଗ ରୁମ୍‌ ରହିଛି। ଆପଣଙ୍କୁ ଏସି, ବିନା ଏସି ସହ ଏକ ରୁମ୍‌ ମଧ୍ୟ ମିଳିପାରିବ। ଏହି ରୁମ୍‌ରେ ଡବଲ୍‌ ବେଡ୍‌, ସିଙ୍ଗଲ୍‌ ବେଡ୍‌ ସବୁକିଛି ଉପଲ୍ଲବ୍ଧ ଅଛି। ମାତ୍ର ୨୫ ଟଙ୍କାରେ ଆପଣ ରେଲ୍‌ୱେର ଏହି ରିଟାୟରିଙ୍ଗ ରୁମ୍‌କୁ ବୁକ୍‌ କରିପାରିବେ। ଏହି ସୁବିଧା ୨୫ ଟଙ୍କାରୁ ଆରମ୍ଭ ହେଉଛି।

ଯଦି ଆପଣ ୩ ଘଣ୍ଟା ପାଇଁ ରିଟାୟରିଙ୍ଗ ରୁମ୍‌କୁ ବୁକ୍‌ କରିବା ପାଇଁ ଚାହୁଁଛନ୍ତି ତେବେ ଆପଣଙ୍କୁ ୨୫ ଟଙ୍କା ଦେବାକୁ ପଡ଼ିବ।

୪ରୁ ୬ଘଣ୍ଟା ପାଇଁ ହେଲେ ୪୦ ଟଙ୍କା, ୭ରୁ ୯ଘଣ୍ଟା ପାଇଁ ୫୦ଟଙ୍କା, ୧୦ରୁ ୧୨ ଘଣ୍ଟା ପାଇଁ ୬୦ ଟଙ୍କା ଇତ୍ୟାଦି ରହିଛି। ଯଦି ଆପଣ ଡିଜିଟାଲ୍‌ ପେମେଣ୍ଟ୍‌ କରନ୍ତି ତେବେ ଆପଣଙ୍କୁ ଅଫର୍‌ ମଧ୍ୟ ମିଳିପାରେ।

ଜାଣନ୍ତୁ କେମିତି କରିବେ ବୁକିଂ…

ରିଟାୟରିଙ୍ଗ ରୁମ୍‌ ବୁକିଂ ଭାରତୀୟ ରେଳ ବିଭାଗର ୱେବ୍‌ସାଇଟ୍‌ IRCTCରେ ହୋଇପାରିବ। ଏଥିପାଇଁ ଆପଣଙ୍କୁ ଏହି ୱେବ୍‌ସାଇଟ୍‌କୁ ଯାଇ ଲଗ୍‌ ଇନ୍‌ ଆଇଡି ଓ ପାସ୍‌ୱାର୍ଡ ଦେବାକୁ ପଡ଼ିବ। ଏହା ଲଗ୍‌ ଇନ୍‌ ହୋଇଗଲା ପରେ ଆପଣଙ୍କୁ PNR ନମ୍ବର ଦେବାକୁ ପଡ଼ିବ। ଏହାପରେ ଆବଶ୍ୟକମୁତାବକ ଆପଣ ରିଟାୟରିଙ୍ଗ୍‌ ରୁମ୍‌ କିମ୍ବା ଡୋର୍‌ମିଟୋରୀ ବୁକ୍‌ କରିପାରିବେ। ତେବେ ଏହି ସୁବିଧା ଦେଶର ସମସ୍ତ ରେଲ୍‌ୱେ ଷ୍ଟେସନରେ ଉପଲ୍ଲବ୍ଧ ନାହିଁ।

You might also like