ସାରା ଦେଶରେ ଶୁଭିଲା ‘ଗୋ ଚାଇନା ଗୋ ’

ନୂଆଦିଲ୍ଲୀ: ସୁଚିନ୍ତିତ ଯୋଜନା କରି ନିରସ୍ତ୍ର ଭାରତୀୟ ସେନାଙ୍କୁ ଆକ୍ରମଣ କରିଥିବା ଚୀନ ବିରୋଧରେ ସାରା ଦେଶରେ ଜଳୁଛି ନିଆଁ। ସୀମାନ୍ତରେ ଚୀନର ଦାଦାଗିରିକୁ ସବୁ ମହଲରେ ବିରୋଧ କରାଯାଇଛି। ଆଜି ଉତ୍ତରପ୍ରଦେଶର ବାରଣାସୀରେ ଏହାକୁ ନେଇ ବିରୋଧ କରିବା ସହ ଜଳାପୋଡା କରିଛନ୍ତି। ଚୀନର ବିଭିନ୍ନ ସାମଗ୍ରୀକୁ ବର୍ଜନ କରିବା ସହ ଚୀନ ରାଷ୍ଟପ୍ରତି ଜିନ୍‌ପିଙ୍ଗଙ୍କ କୁଶପୁତ୍ତଳିକା ଦାହ କରାଯାଇଛି।

ଦେଶବ୍ୟାପି ଚୀନ୍ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରାଯାଉଥିବା ଦେଖିବାକୁ ମିଳିଛି।  ବିଭିନ୍ନ ସ୍ଥାନରେ ଚୀନ୍ ପତାକାକୁ ଲୋକେ ପୋଡ଼ିଛନ୍ତି । ଚୀନ୍ ସରକାର ଓ ସେନା ବିରୋଧରେ ନାରାବାଜି କରୁଛନ୍ତି । ଦିଲ୍ଲୀ ସ୍ଥିତ ଚୀନ୍ ଅମ୍ବାସୀ ନିକଟରେ ଆଜି ବହୁ ସଂଖ୍ୟାରେ ଲୋକେ ଏକତ୍ରିତ ହୋଇ ନାରାବାଜି କରିଥିଲେ ।

ପରେ ଦିଲ୍ଲୀ ପୋଲିସ ପହଞ୍ଚି ଭିଡ଼ ହଟାଇବା ସହ ଆନ୍ଦୋଳନକାରୀଙ୍କୁ ବୁଝାସୁଝା କରୁଥିବାର ଦେଖିବାକୁ ମିଳିଥିଲା । ସେହିଭଳି କର୍ଣ୍ଣାଟକ ରାଜଧାନୀ ବେଙ୍ଗଳୁରୁରେ ସହିଦ ଭାରତୀୟ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯିବା ସହ ଚୀନ୍ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ଦାବି କରାଯାଇଛି । ଜମ୍ମୁରେ ମଧ୍ୟ କେତେକ ସ୍ଥାନରେ ଚୀନ୍ ବିରୋଧରେ ପ୍ରତିବାଦର ସ୍ୱର ଉଠାଇଛନ୍ତି ଲୋକେ।

ଭାରତ-ଚୀନ ସୀମା ବିବାଦ ପରେ LAC ରେ ସେନା ସତର୍କ  ରହିଛି।

 

ଆହୁରି ପଢ଼ନ୍ତୁ

ଜେପି ନଡ୍ଡାଙ୍କୁ ଭେଟିଲେ ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା

ପତ୍ନୀଙ୍କୁ ନିର୍ଦ୍ଦୟ ଭାବେ ପିଟିଲେ ପୋଲିସ ଡିଜି, ଭିଡିଓ ଭାଇରାଲ

EPFO Recruitment 2020: ଖାଲି ପଡ଼ିଥିବା ଏହି ପଦବୀ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି

ବଡ ଧରଣର ବିସ୍ଫୋରଣରୁ ଯବାନଙ୍କ ଜୀବନ ବଞ୍ଚାଇଲା ‘ସୋଫିଆ’

ଆକାଶରେ ଉଡୁଥିବାବେଳେ ହଠାତ୍‌ ବିମାନର ଇଞ୍ଜିନ୍‌ ବନ୍ଦ ହୋଇଗଲା; ରତନ ଟାଟା ବଞ୍ଚାଇଲେ ସମସ୍ତଙ୍କ ଜୀବନ

କୃଷି ବିଲକୁ ବିରୋଧ ଜାରି, ଇଣ୍ଡିଆ ଗେଟ୍ ସମ୍ମୁଖରେ ଟ୍ରାକ୍ଟର ପୋଡ଼ିଦେଲେ ଆନ୍ଦୋଳନକାରୀ

କୃଷି ବିଲ୍‌କୁ ରାଷ୍ଟ୍ରପତିଙ୍କ ମଞ୍ଜୁରୀ

ରବି କିଶନଙ୍କୁ ମିଳୁଛି କି ହତ୍ୟା ଧମକ ?

ଜେଡିୟୁରେ ମିଶିଲେ ବିହାରର ପୂର୍ବତନ ଡିଜିପି

ଆଜି ଦିନକରେ ଯେତିକି ଆକ୍ରାନ୍ତ ଚିହ୍ନଟ ହେଲେ ତା’ଠୁ ଅଧିକ ସୁସ୍ଥ ହେଲେ

ନୀତୀଶଙ୍କ ଦଳରେ ମିଶିବେ ପୂର୍ବତନ ବିହାର ଡିଜିପି ଗୁପ୍ତେଶ୍ୱର ପାଣ୍ଡେ

କରୋନାର ଭୟଙ୍କର ପ୍ରଭାବ ବିଷୟରେ କ’ଣ କହିଲେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ?

You might also like