କରୋନା ରୋଗୀଙ୍କ ସେବା କରି ସିଂଗାପୁର ରାଷ୍ଟ୍ରପତିଙ୍କ ଦ୍ୱାରା ପୁରସ୍କୃତ ହେଲେ ନର୍ସ

ନୂଆଦିଲ୍ଲୀ: ସିଂଗାପୁରରେ ରହୁଥିବା ଜଣେ ୫୯ ବର୍ଷୀୟ ମୂଳ ଭାରତୀୟ ନର୍ସଙ୍କୁ ତାଙ୍କର ସେବା ପାଇଁ ମିଳିଛି ରାଷ୍ଟ୍ରପତି ପୁରସ୍କାର। କୋଭିଡ-୧୯ ପରି ବିପଦକାଳିନ ସ୍ଥିତିରେ ଏହି ଭାରତୀୟ ମୂଳ ନର୍ସ ନିଜ ଜୀବନକୁ ପାଣି ଛଡେଇ ଯେପରି ରୋଗୀଙ୍କ ସେବା କରିଥିଲେ ତାହାକୁ ଦେଖି ସିଂଗାପୁର ରାଷ୍ଟ୍ରପତି ତାଙ୍କୁ ସମ୍ମାନିତ କରିଛନ୍ତି। ଏ ନେଇ ସେଠିକାର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି।

ଏହି ମୂଳ ଭାରତୀୟ ନର୍ସଙ୍କ ନାମ କଳା ନାରାୟଣସାମୀ। ତାଙ୍କ ସହିତ ସିଂଗାପୁରର ଆଉ ୪ ଜଣ ନର୍ସଙ୍କୁ ମଧ୍ୟ ଏହି ସମ୍ମାନରେ ସମ୍ମାନିତ କରାଯାଇଛି। ସେମାନଙ୍କୁ ଟ୍ରଫି ସହ ସାର୍ଟିଫିକେଟ ଏବଂ ୭, ୨୨୮ ଡଲାର ଦେଇ ରାଷ୍ଟ୍ରପତି ହଲିମ ୟାକୁବ୍‌ ସମ୍ମାନିତ କରିଛନ୍ତି। ସେ ଉଡ୍‌ଲ୍ୟାଣ୍ଡସ୍‌ରେ ସଂକ୍ରମଣ ନିୟନ୍ତ୍ରଣ ପ୍ରକ୍ରିୟାକୁ ସଫଳ ଭାବେ କାର୍ଯ୍ୟକାରୀ କରିଥିବାରୁ ତାଙ୍କୁ ସମ୍ମାନିତ କରାଯାଇଥିଲା। କଲା ନାରାୟଣସାମୀ ୨୦୦୩ରେ ସାର୍ସ (SARS) ସଂକ୍ରମଣ ନିୟନ୍ତ୍ରଣ ପ୍ରକ୍ରିୟା ଉପରେ ତାଲିମ ନେଇଥିଲେ।

ତେଣୁ କୋଭିଡ ସମୟରେ ନାରାୟଣସାମୀ ସାର୍ସର ଏହି ଅଭିଜ୍ଞତାକୁ ପ୍ରୟୋଗ କରି ସଫଳ ହୋଇଥିଲେ। ସେ ଏବେ ଉଡ୍‌ଲାଣ୍ଡସ୍‌ ହେଲ୍‌ଥ କ୍ୟାମ୍ପରେ ନିୟୋଜିତ ଅଛନ୍ତି।  ନିଜର ୪୦ ବର୍ଷର ଅନୁଭୂତିକୁ ଆଧାର କରି ସେ ନର୍ସିଂ ସେବାର ବିକାଶ ଦିଗରେ କାମ କରୁଛନ୍ତି ।

ସମ୍ମାନିତ ହେବା ପରେ ନାରାୟଣସାମୀ କହିଛନ୍ତି, ‘ ମୁଁ ସବୁବେଳେ ନୂଆ ହୋଇ ଏହି ସେବାରେ ପଶିଥିବା ନର୍ସମାନଙ୍କୁ କହେ, ନର୍ସିଂ ସେବା କେବେ ବି କାହାକୁ ନିରାଶ କରିବନି। ତୁମକୁ ତୁମ କାମର ପୁରସ୍କାର ନିଶ୍ଚୟ ମିଳିବ।

ସୂଚନାଥାଉ କି, ଯେଉଁମାନେ ନିରନ୍ତର ରୋଗୀ ସେବା କ୍ଷେତ୍ରରେ ନିଜକୁ ଉତ୍ସର୍ଗ କରି ଉତ୍ତମ ସେବା ପ୍ରଦାନ କରିଥାନ୍ତି ସେଇ ନର୍ସମାନଙ୍କୁ ରାଷ୍ଟ୍ରପତି ପୁରସ୍କାର ପରି ସମ୍ମାନଜନକ ପୁରସ୍କାର ମିଳିଥାଏ।

ଆହୁରି ପଢ଼ନ୍ତୁ

ହାଥରସ ଗଣଦୁଷ୍କର୍ମ ମାମଲା; ପରିବାର ଲୋକଙ୍କୁ ଘରେ ବନ୍ଦ କରି ପୀଡିତାଙ୍କ ଶବ ସତ୍କାର କଲା ପୋଲିସ

ପ୍ରେସିଡେନ୍‌ସିଆଲ ଡିବେଟରେ ମୁହାଁମୁହିଁ ହେଲେ ଟ୍ରମ୍ପ-ବିଡେନ

ଆସନ୍ତାବର୍ଷ ସୁଦ୍ଧା କମ୍‌ ଦାମ୍‌ରେ ମିଳିବ କରୋନା ଟିକା

୨୮ ବର୍ଷ ପରେ ଆଜି ହେବ ବାବରି ମସଜିଦ୍ ଭଙ୍ଗା ମାମଲାର ରାୟ ଶୁଣାଣି

ଏହି ରାଜ୍ୟରେ ଅକ୍ଟୋବର ୩୧ ଯାଏ ବଢ଼ିଲା ଲକ୍‌ଡାଉନ୍‌

ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁ କରୋନାରେ ଆକ୍ରାନ୍ତ

ସୁଶାନ୍ତଙ୍କ ମୃତ୍ୟୁକୁ ନେଇ ଏମିତି ରିପୋର୍ଟ ଦେଲା ଦିଲ୍ଲୀ ଏମ୍ସର ଡାକ୍ତରୀ ଟିମ୍

ସୁଶାନ୍ତଙ୍କ ମୃତ୍ୟୁ ସହିତ ଡ୍ରଗ୍ସ କାରବାର ତଦନ୍ତର କୌଣସି ସମ୍ପର୍କ ନାହିଁ; NCB

ଆଉ ଜଣେ ଅଭିନେତାଙ୍କ ଆତ୍ମହତ୍ୟା !

କରୋନାରୁ ସୁସ୍ଥ ହେଲେ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ

୫୪ ସିଟ୍ ପାଇଁ ଉପନିର୍ବାଚନ ତାରିଖ ଘୋଷଣା କଲେ ଇସି

୩୦ ବର୍ଷ ସେବା ଯୋଗାଇବା ପରେ ସତ୍ତା ହରାଇବ INS Viraat

You might also like