ଆମେରିକା ନିର୍ବାଚନ: ଟେକ୍ସାସରେ ନିର୍ବାଚନ ଲଢୁଛନ୍ତି ଭାରତୀୟ ବଂଶୋଦ୍ଭବ

ଟେକ୍ସାସ: ଭାରତୀୟ ମୂଳ ଆମେରିକା ପ୍ରିଷ୍ଟେନ କୁଲକର୍ଣ୍ଣି ଟ୍ରମ୍ପଙ୍କ ଦଳରୁ ନିର୍ବାଚନ ଲଢୁଛନ୍ତି। ପୂର୍ବତନ କୂଟନୀତିଜ୍ଞ ଥିବା କୁଲକର୍ଣ୍ଣି ଇରାନ ଏବଂ ଇସ୍ରାଏଲ ଭଳି ଦେଶରେ ଅବସ୍ଥାପିତ ଥିଲେ। କୂଟନୀତି ତଥା ଦୃଷ ନିଷ୍ପତ୍ତି ପାଇଁ ସେ ବେଶ ଜଣାଶୁଣା। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ ସହ ତାଙ୍କର ସମ୍ପର୍କ ରହିଛି।

ଟ୍ରମ୍ପ ଭାରତୀୟ ଆମରିକୀୟଙ୍କୁ ପ୍ରଲୋଭିତ କରିବା ପାଇଁ ସବୁ ପ୍ରକାର ଉଦ୍ୟମ କରୁଛନ୍ତି। ଭାରତୀୟଙ୍କ ସମସ୍ୟାକୁ ସେମାନଙ୍କର ନିର୍ବାଚନ ଏଜେଣ୍ଡାର ଏକ ଅଂଶ କରିବା ସହିତ ଭାରତୀୟ ଆମେରିକୀୟ ଲୋକମାନେ କିପରି ନିର୍ବାଚନ ପ୍ରଚାରରେ ସ୍ଥାନ ପାଇବେ ସେ  ଦିଗରେ ମଧ୍ୟ ଚେଷ୍ଟା କରୁଛନ୍ତି। ଏପରିକି ଭାରତୀୟ ମୂଳ ପ୍ରାର୍ଥୀମାନଙ୍କୁ ମୈଦାନକୁ ଓହ୍ଲାଇଛନ୍ତି।ସେଥିପାଇଁ ଦଳ ପ୍ରେଷ୍ଟନ୍ କୁଲକର୍ଣ୍ଣିଙ୍କୁ  ଟେକ୍ସାସ୍ ପରି ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନରୁ ପ୍ରାର୍ଥୀ କରିଛି।

୪୧ ବର୍ଷୀୟ କୁଲକର୍ଣ୍ଣି ରିପବ୍ଲିକାନର ଟ୍ରାଇ ନେହଲ୍ସଙ୍କୁ ମୁକାବିଲା କରିବେ।  ଯଦି ସେ ଜିତନ୍ତି ତେବେ ସେ ଟେକ୍ସାସରୁ ଜିତିଥିବା ପ୍ରଥମ ହିନ୍ଦୁ ପ୍ରତିନିଧି ହେବେ। ଏହି ରାଜ୍ୟରେ ୬୪ ପ୍ରତିଶତ ଶ୍ୱେତାଙ୍ଗ ବାସ କରୁଥିବାବେଳେ ଲାଟିନ୍ ମୂଳ ୨୫ ପ୍ରତିଶତ,  ଏସୀୟ ଜନସଂଖ୍ୟା ୧୭ ପ୍ରତିଶତ ଅଟନ୍ତି। ୧୨ ପ୍ରତିଶତ ଲୋକ କଳା ଅଛନ୍ତି।

ଏକ ଶ୍ୱେତାଙ୍ଗ ବହୁଳ ସ୍ଥାନରୁ ଜଣେ ହିନ୍ଦୁସ୍ଥାନୀ ମୂଳ ବ୍ୟକ୍ତି ଜିତିବା କଷ୍ଟକର । ତଥାପି କୁଲକର୍ଣ୍ଣି ଏଠାରୁ ପ୍ରତିଦ୍ୱନ୍ଦ୍ୱିତା କରିବା ତାଙ୍କ ଦୃଢତା ଏବଂ ଆତ୍ମବିଶ୍ୱାସର ପରିଚୟ ଦେଉଛି।

ଏଠି କହିରଖିବୁ, ୧୯୬୯ରେ କୁଲକର୍ଣ୍ଣିଙ୍କ ପରିବାର ଭାରତରୁ ଆସି ଆମେରିକାରେ ପହଞ୍ଚିଥିଲେ। ୧୯୭୮ରେ ଆମେରିକାର ଲୁଧିଆନାରେ ଜନ୍ମଗ୍ରହଣ କରିଥିଲେ କୁଲକର୍ଣ୍ଣି। କୁଲକର୍ଣ୍ଣିଙ୍କ ପିତା ଭ୍ୟାଙ୍କେଟେଶ କୁଲକର୍ଣ୍ଣି ଜଣେ ଭାରତୀୟ ଔପନ୍ୟାସିକ ତଥା ଶିକ୍ଷାବିତ୍ ହୋଇଥିବାବେଳେ ତାଙ୍କ ମାତା ମାର୍ଗାରେଟ ପ୍ରେଷ୍ଟନ୍ କୁଲକର୍ଣ୍ଣି ପଶ୍ଚିମ ଭର୍ଜିନିଆର।

ରାଜନୀତିରେ ପ୍ରବେଶ କୁଲକର୍ଣ୍ଣି  ଉତ୍ତରାଧିକାରୀ ସୂତ୍ରରେ ପାଇଥିବା କହିଲେ ଭୁଲ ହେବନି। ଏହାର କାରଣ ହେଉଛି ତାଙ୍କ ମାତା ମାର୍ଗାରେଟଙ୍କ‌ ପରିବାର | ବାସ୍ତବରେ, ମାର୍ଗାରେଟଙ୍କ ସାମ ହାଷ୍ଟନ୍ ଉନବିଂଶ ଶତାବ୍ଦୀରେ ମେକ୍ସିକୋରୁ ଆମେରିକା ଆସିଥିଲେ। ସେ ସମୟରେ ଟେକ୍ସାସ୍ ରାଜନୀତି ପ୍ରତି ତାଙ୍କର ଗୁରୁତ୍ୱପୂର୍ଣ ଅବଦାନ ଥିଲା।

 

ଆହୁରି ପଢ଼ନ୍ତୁ

ମଦ ଢାଳି ଭୂମି ପୂଜନ କଲେ ବିଧାୟକ

ମୁଙ୍ଗେର ଗୁଳିକାଣ୍ଡ ପ୍ରତିବାଦରେ ବ୍ୟାପକ ହିଂସାକାଣ୍ଡ, ତଦନ୍ତ ନିର୍ଦ୍ଦେଶ ଦେଲେ ସିଇସି

ଫ୍ରାନ୍ସରେ ଆତଙ୍କବାଦୀ ଆକ୍ରମଣ

ବିବାଦୀୟ ମାନଚିତ୍ର ନେଇ ସଂସଦୀୟ କମିଟି ପାଖରେ କ୍ଷମା ମାଗିଲା ଟ୍ୱିଟର

ପୂର୍ବତନ ମୁଖ୍ୟମନ୍ତ୍ରୀ କେଶୁଭାଇ ପଟେଲଙ୍କ ପରଲୋକ

ଜେଇଇ ମେନ୍‌ରେ ଟପ୍ କରିଥିବା ପରୀକ୍ଷାର୍ଥୀ ଗିରଫ

୬୫ ବର୍ଷରେ ବିବାହ କଲେ ବରିଷ୍ଠ ଓକିଲ ହରିଶ ସାଲ୍‌ଭେ

ଲ୍ୟାଣ୍ଡ ମାଇନ୍ସ ବିଛାଉଥିବାବେଳେ ବିସ୍ଫୋରଣ; ୧୨ରୁ ଅଧିକ ସେନା ମୃତ

୬୦ ବର୍ଷୀୟ ବୃଦ୍ଧଙ୍କ ଆଖିରୁ ବାହାରିଲା ୨୦ ଜୀବନ୍ତ କୃମି

ଭୟରେ ପାଦ ଥରୁଥିଲା, ଝାଳରେ ଭିଜି ଯାଇଥିଲେ ପାକ୍‌ ଆର୍ମି ଚିଫ୍, ଶେଷରେ ଅଭିନନ୍ଦନଙ୍କୁ ଛାଡି ଦେଇଥିଲେ

ବେଷ୍ଟ୍‌ କଷ୍ଟ୍ୟୁମ୍ ଡିଜାଇନର୍ ପୁରସ୍କାର ପାଇବେ ଏହି ଦିନ ମଜୁରିଆ

କରୋନା କାଳରେ ପୋଲିସ ଦମନଲୀଳାକୁ ଭର୍ତ୍ସନା କଲେ ସୁପ୍ରିମକୋର୍ଟ

You might also like