ଖୁସି ଖବର: ମାତ୍ର ଅଧଘଣ୍ଟାରେ ଘରେ ପହଞ୍ଚିବ ଗ୍ୟାସ୍ ସିଲିଣ୍ଡର

ନୂଆଦିଲ୍ଲୀ: ଗ୍ୟାସ ଉପଭୋକ୍ତାଙ୍କ ପାଇଁ ଖୁସି ଖବର।  ବୁକିଂ କଲେ ତୁରନ୍ତ ମିଳିବ ଗ୍ୟାସ। ମାତ୍ର ୩୦ ମିନିଟରେ ଆପଣଙ୍କ ଘରେ ପହଞ୍ଚି ଯିବ ଗ୍ୟାସ ସିଲିଣ୍ଡର। ଏମିତିକି ଯେଉଁ ଦିନ ଆପଣ ଗ୍ୟାସ ସିଲିଣ୍ଡର ବୁକ କରିବେ ସେହି ଦିନ ହିଁ ସିଲିଣ୍ଡର ପାଇଯିବେ। ଦେଶର ପ୍ରମୁଖ ସହରରେ ଏମିତି ସେବା ଆରମ୍ଭ ହେବାକୁ ଯାଉଛି…

ମାତ୍ର ୩୦ ମିନିଟରେ ଘରେ ପହଞ୍ଚିବ ଗ୍ୟାସ। ଫେବୃଆରୀ ପହିଲାରୁ ଏମିତି ସୁବିଧା ଆରମ୍ଭ ହେବାକୁ ଯାଉଛି। ଏଲପିଜି ଗ୍ୟାସ ସିଲିଣ୍ଡର ବୁକିଂ କରିବା ପରେ ଆପଣଙ୍କୁ ଆଉ ଦି-ଚାରି ଦିନ ଅପେକ୍ଷା କରିବାକୁ ପଡିବ ନାହିଁ। ଦେଶର ପ୍ରମୁଖ ତୈଳ କମ୍ପାନୀ ଇଣ୍ଡିଆନ ଅଏଲ ଏମିତି ସେବା ଦେବାକୁ ପ୍ରୟାସ ଆରମ୍ଭ କରି ଦେଇଛି। ଆଉ ମାତ୍ର କେଇଟା ଦିନ ପରେ ଏଲପିଜିର ତତ୍କାଳ ସେବା ଆରମ୍ଭ କରିବାକୁ ଯୋଜନା କରୁଛି।

ବୁକିଂ କଲେ ସଙ୍ଗେ ସଙ୍ଗେ ମିଳିବ ଗ୍ୟାସ। ଏଲପିଜି ଗ୍ୟାସ ସିଲିଣ୍ଡର ବୁକିଂ ପରେ ଅପେକ୍ଷା ନ କରି ଆପଣଙ୍କୁ ଗ୍ୟାସ ମିଳିଯିବ। ଏବେ ସରକାରୀ ତୈଳ କମ୍ପାନୀ ଇଣ୍ଡିଆନ ଅଏଲ ଏଲପିଜିର ତତ୍କାଳ ସେବା ଆରମ୍ଭ କରିବାକୁ ଯାଉଛି। ଯାହାଦ୍ୱାରା ମାତ୍ର ଅଧ ଘଣ୍ଟା ମଧ୍ୟରେ ଆପଣଙ୍କ ଘରେ ଗ୍ୟାସ ସିଲିଣ୍ଡର ପହଞ୍ଚି ଯିବ। ଏମିତିକି ଯେଉଁ ଦିନ ଆପଣ ଗ୍ୟାସ ସିଲିଣ୍ଡର ବୁକ କରିବେ ସେହି ଦିନ ଆପଣ ହିଁ ସିଲିଣ୍ଡର ପାଇଯିବେ। ଦେଶର ପ୍ରମୁଖ ସହରରେ ଆଇଓସି ଏହି ସେବା ଆରମ୍ଭ କରିବ।

ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ ଆଇଓସି ଦେଶର ପ୍ରତ୍ୟେକ ରାଜ୍ୟରେ ଗୋଟିଏ ସହର କିମ୍ବା ଜିଲ୍ଲା ବାଛିବ। ପ୍ରଥମେ ସେଠାରେ ତତ୍କାଳ ଏଲପିଜି ସେବା ଆରମ୍ଭ କରିବାକୁ ଯୋଜନା ରଖିଛି। ୩୦ରୁ ୪୫ ମିନିଟ ଭିତରେ କମ୍ପାନୀ ଗ୍ରାହକଙ୍କୁ ସିଲିଣ୍ଡର ଡେଲିଭରି କରିବ। ଏହା ଉପରେ ତର୍ଜମା ଚାଲିଥିବା ବେଳେ ଚୂଡାନ୍ତ ନିଷ୍ପତ୍ତି ଏପର୍ଯ୍ୟନ୍ତ ନିଆ ଯାଇନାହିଁ।

ବର୍ତ୍ତମାନ ଦେଶରେ ୨୮ କୋଟି ଏଲପିଜି ଗ୍ରାହକ ଅଛନ୍ତି। ସେମାନଙ୍କ ମଧ୍ୟରୁ ୧୪ କୋଟି ଗ୍ରାହକ ଇଣ୍ଡେନ ଗ୍ୟାସ ସିଲିଣ୍ଡର ବ୍ୟବହାର କରୁଛନ୍ତି। ତତକାଲ ଏଲପିଜି ସେବାର ଲାଭ ଉଠାଇବାକୁ ଗ୍ରାହକଙ୍କୁ କିଛି ଅଧିକ ଟଙ୍କା ଦେବାକୁ ପଡିପାରେ। ତେବେ ଏହି ଚାର୍ଜ କେତେ ହେବ ସେ ନେଇ ଆଲୋଚନା ଚାଲିଥିବା ବେଳେ ଖୁବ ଶୀଘ୍ର ଏନେଇ ଗ୍ରାହକଙ୍କୁ ସୂଚନା ଦିଆଯିବ ବୋଲି କୁହାଯାଇଛି।

ଏମିତି ନୂଆ ନୂଆ ପଦକ୍ଷେପ ଆଇଓସିକୁ ଭିନ୍ନ ପରିଚୟ ଦେବ ବୋଲି କମ୍ପାନୀ କହିଛି। ଫେବୃଆରୀ ୧ ତାରିଖରୁ ଏହି ସେବା ଆରମ୍ଭ ହୋଇପାରେ ବୋଲି କୁହାଯାଉଥିବା ବେଳେ ଯଥାଶୀଘ୍ର ଏହା ଆରମ୍ଭ ହେବ ବୋଲି ଆଶା କରାଯାଉଛି।

You might also like