ନୌସେନା ଓ ବାୟୁସେନା ମୁଖ୍ୟଙ୍କୁ ଜେଡ୍ ପ୍ଲସ୍‌ ସୁରକ୍ଷା

ନୂଆଦିଲ୍ଲୀ :  ଭାରତୀୟ ବାୟୁସେନା ମୁଖ୍ୟ ଓ ନୌସେନା ମୁଖ୍ୟଙ୍କ ସୁରକ୍ଷା ବଢ଼ାଯାଇଛି। ପାକିସ୍ତାନ ସହ ଉତ୍ତେଜନାକୁ ନଜରରେ ରଖି ବାୟୁସେନା ମୁଖ୍ୟ ଏୟାର ମାର୍ଶଲ ବିଏସ୍ ଧାନଓ୍ୱା ଏବଂ ନୌସେନା ମୁଖ୍ୟ ନାଭାଲ ଷ୍ଟାଫ୍ ଆଡମିରାଲ୍ ସୁନିଲ ଲାନ୍‌ବାଙ୍କ ସୁରକ୍ଷା ବ୍ୟବସ୍ଥାକୁ Z+ (ଜେଡ୍ ପ୍ଲସ)କୁ ବଢ଼ାଇ ଦିଆଯାଇଛି। ନିଜ ବାହିନୀର କମାଣ୍ଡୋ ସୁରକ୍ଷା ପାଇଁ ମୁତୟନ ରହିବେ।

ବର୍ତ୍ତମାନ ପରିପ୍ରେକ୍ଷୀରେ ଦୁଇ ମୁଖ୍ୟଙ୍କ ପ୍ରତି ବିପଦ ଥିବାରୁ ସୁରକ୍ଷା ବୃଦ୍ଧି ଲାଗି ନିଷ୍ପତ୍ତି ନିଆଯାଇଛି। ପୂର୍ବରୁ ସ୍ଥଳସେନା ମୁଖ୍ୟ ବିପିନ ରାଓ୍ୱତ ଜେଡ୍ ପ୍ଲସ୍‌ ସୁରକ୍ଷାରେ ରହୁଛନ୍ତି।

You might also like