ଭାରତୀୟ ଦୂତାବାସ କର୍ମଚାରୀଙ୍କୁ ଅପହରଣ ପରେ ଦିଆଯାଇଥିଲା ଅକଥନୀୟ ନିର୍ଯାତନା

ନୂଆଦିଲ୍ଲୀ: ଭାରତୀୟ ଦୂତାବାସର ୨ ଜଣ କର୍ମଚାରୀ ଡ୍ୟୁଟିରେ ଥିବାବେଳେ ଗତକାଲି ପାକିସ୍ତାନରୁ ନିଖୋଜ ହୋଇଯାଇଥିଲେ। ପରେ ଇସ୍‌ଲାମବାଦ ପୋଲିସ ପକ୍ଷରୁ କୁହାଯାଇଥିଲା, ଏକ ରାସ୍ତା ଦୁର୍ଘଟଣା ମାମଲାରେ ପାକିସ୍ତାନ ପୋଲିସ ୨ ଭାରତୀୟ ଦୂତାବାସ କର୍ମଚାରୀଙ୍କୁ ଅଟକ ରଖିଥିଲା। କିନ୍ତୁ ଏ ନେଇ ଭାରତୀୟ ଦୂତାବାସକୁ କୌଣସି ସୂଚନା ଦିଆଯାଇନଥିଲା। ପରେ ଉଭୟଙ୍କୁ ମୁକ୍ତି କରି ଦେଇଥିଲା ପାକିସ୍ତାନ।

ସବୁଠାରୁ ଆଶ୍ଚର୍ଯ୍ୟର କଥା,  ପାକ୍ ପୋଲିସ ଷ୍ଟେସନରେ ଏତଲା ଦେବାର ୭ ଘଣ୍ଟା ପରେ ୨ କର୍ମଚାରୀ ପୋଲିସ ହେପାଜତରେ ଥିବା ସୂଚନା ଦେଇଥିଲା ପାକିସ୍ତାନ। ଉଭୟଙ୍କୁ ମୁକ୍ତ କରାଯିବା ପରେ ଅନେକ ତଥ୍ୟ ସାମ୍ନାକୁ ଆସିଛି।

ଦୁଇ କର୍ମଚାରୀଙ୍କୁ ବନ୍ଧକ ରଖି ନିର୍ଯାତନା ଦିଆଯାଇଥିଲା। ସନ୍ଧ୍ୟାରେ ଉଭୟଙ୍କୁ ଛାଡ଼ି ଦିଆଯାଇଥିଲେ ମଧ୍ୟ ସେମାନଙ୍କର ଅବସ୍ଥା ଅତ୍ୟନ୍ତ ଗୁରୁତର ଥିଲା। ଇନ୍‌ଫର୍ମେସନ ପାଇଁ ଉଭୟଙ୍କୁ ନିସ୍ତୁକ ମାଡ଼ ଦିଆଯାଇଥିଲା।  ଯନ୍ତ୍ରଣାରେ ଛଟପଟ ହୋଇ ଉଭୟେ ଯେତେବେଳେ ପାଣି ମାଗିଥିଲେ, ସେମାନଙ୍କୁ ଅସନା ପାଣି ପିଇବାକୁ ଦିଆଯାଇଥିଲା। ଜାତୀୟ ଗଣମାଧ୍ୟମ ସୂତ୍ରରୁ ମିଳିଥିବା ତଥ୍ୟ ଅନୁସାରେ, ଉଭୟଙ୍କୁ ତାଙ୍କର ଦାୟିତ୍ୱ ଏବଂ ହାଇ କମିଶନର ସମସ୍ତ କର୍ମଚାରୀଙ୍କ କାମ ବିଷୟରେ ପଚାରିଥିଲେ।

ତେବେ ପୂରା ଘଟଣାରୁ ଯାହା ଜଣାପଡେ, ସମ୍ପୂର୍ଣ୍ଣ ମିଶନ ପୂର୍ବ ଯୋଜନା ମୁତାବକ କରାଯାଇଥିଲା। ସୋମବାର ସକାଳ ୮.୩୦ରେ ଉଭୟଙ୍କୁ ଦୂତାବାସ ନିକଟରେ ଥିବା ପେଟ୍ରୋଲ ପମ୍ପ ନିକଟରୁ ଉଠାଇ ନିଆଯାଇଥିଲା। ୬ଟି ଗାଡ଼ିରେ ହତିଆର ନେଇ ପ୍ରାୟ ୧୫ରୁ ୧୬ ଜଣ ଲୋକ ଆସିଥିଲେ। କର୍ମଚାରୀଙ୍କ ହାତ ବାନ୍ଧି ଦେବା ସହ ସେମାନଙ୍କର ଆଖିରେ ପଟ୍ଟି ବାନ୍ଧି ଦେଇଥିଲେ। ବାଡ଼ିରେ ଉଭୟଙ୍କୁ ପିଟୁଥିଲେ।

ସେଠାରୁ ଫେରିବା ପରେ ଉଭୟ ଚାଲି ପାରୁଥିଲେ କିନ୍ତୁ ଶରୀରର ଅନେକ ସ୍ଥାନରେ ମାଡର ଚିହ୍ନ ଥିଲା। ଅବଶ୍ୟ ମେଡିକାଲ ଯାଞ୍ଚ ପରେ କୌଣସି ପ୍ରାଣଘାତି ମାଡ ଦିଆଯାଇଥିବା ଜଣାପଡ଼ିନି। ତେବେ ଇସ୍‌ଲାମବାଦ ପୋଲିସ ଦୁଇ କର୍ମଚାରୀଙ୍କୁ ପୁରା ଫସାଇବା ଉଦ୍ଦେଶ୍ୟରେ ଯୋଜନା ପ୍ରସ୍ତୁତ କରି ରଖିଛନ୍ତି। ଉଭୟଙ୍କ ନାମରେ ଏକ FIR ଦାଏର କରାଯାଇଛି, ଯେଉଁଥିରେ ଉଲ୍ଲେଖ ରହିଛି ସେମାନଙ୍କ ଗାଡିରୁ ବିଦେଶୀ ମୁଦ୍ରା ମିଳିଥିଲା ଯାହାର ମୂଲ୍ୟ  ୧୦ ହଜାର ପାକିସ୍ତାନୀ ଟଙ୍କା।

ଅନ୍ୟପକ୍ଷେ ପାକିସ୍ତାନ ମିଡିଆ ଦାବି କରିଛି, ଭାରତୀୟ କର୍ମଚାରୀଙ୍କ କାର ଦୁର୍ଘଟଣା ମାମଲାରେ ସଂପୃକ୍ତ ଅଛି। ଅପହର୍ତ୍ତାମାନେ ତାଙ୍କୁ ଜବରଦସ୍ତ କରାଇ କ୍ୟାମେରା ସାମ୍ନାରେ ଏହା କୁହାଇଛନ୍ତି।

ଯାହା ବି ହେଉ,୨ କର୍ମଚାରୀଙ୍କୁ ଫେରାଇବାକୁ ପାକିସ୍ତାନକୁ ଭାରତ ସରକାର କଡ଼ା ଚେତାବନୀ ଦେଇଥିଲେ। ଚେତାବନୀ ପରେ ଇସଲାମବାଦ ସ୍ଥିତ ଭାରତୀୟ ଦୂତାବାସଠାରୁ ୨ କିଲୋମିଟର ଦୂରରେ ଥିବା ପୋଲିସ ଷ୍ଟେସନରେ ୨ ଅଧିକାରୀଙ୍କୁ ରାସ୍ତା ଅଟକ ରଖାଯାଇଥିବା ପାକିସ୍ତାନ ଜଣାଇଥିଲା

 

ଆହୁରି ପଢ଼ନ୍ତୁ

ରାହୁଲ ଓ ପ୍ରିୟଙ୍କାଙ୍କ ନାଁରେ ଥାନାରେ ମାମଲା ରୁଜୁ

ଏମିତି ଅବସ୍ଥାରେ ଉଦ୍ଧାର ହେଲା ନାବାଳିକାଙ୍କ ମୃତଦେହ

ସିବିଆଇ ତଦନ୍ତ ଦାବି କଲେ ହାଥରସ ପୀଡ଼ିତାଙ୍କ ଭାଇ; କହିଲେ, ବାପା ଚାପରେ ବୟାନ ଦେଇଛନ୍ତି

ହାଥରସ ପୀଡ଼ିତା ବାପାକୁ ଧମକାଉଥିଲେ କି ଡିଏମ୍‌? ଭିଡିଓ ଭାଇରାଲ୍

ହାଥରସ ପୀଡ଼ିତାଙ୍କ ସହ ଦୁଷ୍କର୍ମ ହୋଇନି: ୟୁପି ପୋଲିସ

କଂଗ୍ରେସ ନେତା ଅହମ୍ମଦ ପଟେଲଙ୍କୁ କରୋନା

ମୁଖ୍ୟମନ୍ତ୍ରୀଙ୍କ ପ୍ରତିଶ୍ରୁତିରେ ମୁଁ ସନ୍ତୁଷ୍ଟ, ଏଥିପାଇଁ କାହାର ଧାରଣା ଦେବା ଆବଶ୍ୟକ ନାହିଁ: ହାଥରସ ପୀଡ଼ିତାଙ୍କ ବାପା

ଦେଶରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୯୮ ହଜାର ପାର୍

ପୋଲିସ କର୍ମୀ ଅଟକାଉଥିବା ବେଳେ ଠେଲାପେଲାରେ ତଳେ ପଡ଼ିଗଲେ ରାହୁଲ ଗାନ୍ଧି

ପୁଣି ପାକିସ୍ତାନର ଅସ୍ତ୍ରବିରତି ଉଲ୍ଲଘଂନ; ୩ ଭାରତୀୟ ଯବାନ ସହିଦ

ଲକ୍‌ଡାଉନ୍ ବେଳେ ବୁକ୍‌ ହୋଇଥିବା ଟିକେଟ୍‌ର ପୂରା ଟଙ୍କା ଫେରସ୍ତ ପାଇବେ ଯାତ୍ରୀ

ମାରଣା ଷଣ୍ଢ କବଳରୁ ଜେଜେ ମା’ଙ୍କୁ ଉଦ୍ଧାର କଲା କୁନି ନାତି

You might also like