‘ଡାକ୍ତରଙ୍କ ଅବଦାନ ନେଇ ପଦଟିଏ କହିଲେନି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ’

ନୂଆଦିଲ୍ଲୀ: କରୋନା ମୁକାବିଲା ନେଇ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଓ ସ୍ୱାସ୍ଥ୍ୟ ରାଷ୍ଟ୍ରମନ୍ତ୍ରୀ ସଂସଦରେ ରଖିଥିବା ବିବୃତିକୁ ନେଇ ଇଣ୍ଡିନ ମେଡିକାଲ୍ ସୋସିଏସନ ଅସନ୍ତୋଷ ପ୍ରକାଶ କରିଛି ଦୁଇ ମନ୍ତ୍ରୀ କରୋନା ମୁକାବିଲା ନେଇ ତଥ୍ୟ ରଖିଥିଲେ ବି ଡାକ୍ତରଙ୍କ ଭଳି କରୋନା ଯୋଦ୍ଧାଙ୍କ ଅବଦାନ ନେଇ ପଦୁଟିଏ କହିନଥିବା ଅତି ଯନ୍ତ୍ରଣାଦାୟକ ବୋଲି ସୋସିଏସନ କହିଛି

ଇଏମ୍ଏର କହିବା ଅନୁସାରେ, ଦେଶରେ ଏବେ ସୁଦ୍ଧା ୩୮୨ ଜଣ ଡାକ୍ତର କରୋନାରେ ପ୍ରାଣ ହରାଇଲେଣି କରୋନା ରୋଗୀଙ୍କ ଚିକିତ୍ସା କରିବାବେଳେ ସଂକ୍ରମିତ ହୋଇ ଡାକ୍ତରମାନେ ମୃତ୍ୟୁମୁଖରେ ପଡୁଥିବା  ସୋସିଏସନ କହିଛି ମୃତ ଡାକ୍ତରଙ୍କ ତାଲିକା ଜାରି କରି ସୋସିଏସନ କହିଛି ଯେ, ଜଣେ ୨୭ ବର୍ଷର ଯୁବ ଡାକ୍ତରଙ୍କଠାରୁ ରମ୍ଭ କରି ୮୫ ବର୍ଷର ବୟସ୍କ ଡାକ୍ତରଙ୍କ ପର୍ଯ୍ଯନ୍ତ ଜୀବନ ନେଲାଣି କରୋନା

କରୋନା ମହାମାରୀରେ ସ୍ୱାସ୍ଥ୍ୟକର୍ମୀଙ୍କ ଅବଦାନ କଥା କହିଥିଲେ ବି ଡାକ୍ତରଙ୍କ ସଂପର୍କରେ ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନ ପଦୁଟିଏ କହିନାହାନ୍ତି ଭାରତ ଭଳି ଅନ୍ୟ କୌଣସି ଦେଶରେ ଏତେ ମାତ୍ରାର ଡାକ୍ତରଙ୍କ ଜୀବନ ଯାଇନି ଏ ମହାମାରୀରେ ଏପରିକି ଡାକ୍ତରଙ୍କ ପାଇଁ ବୀମା ବ୍ୟବସ୍ଥା ବି ହୋଇନଥିବା ସୋସିଏସନ କହିଛି

 

You might also like