ମୃତ୍ୟୁର ରୂପ ନେଇ ଆସିଲା କ୍ୟାନ୍ସର, ପରେ କରୋନା, ତଥାପି ଜିତିଲା ୪ ବର୍ଷର ଝିଅ

ଦୁବାଇ: ଭଗବାନ ଯାହାକୁ ରଖିବାକୁ ଚାହିଁବେ କିଏ ତାକୁ ମାରିବ ? ପୁଣି ଥରେ ଏଇ ଉକ୍ତିର ସତ୍ୟତା ପ୍ରମାଣିତ ହୋଇଛି । ମୃତ୍ୟୁ ତା’ ପାଖକୁ ଥରେ ନୁହେଁ, ଦୁଇ ଦୁଇ ଥର ଆସିଲା ଭିନ୍ନ ଭିନ୍ନ ରୂପରେ । ଥରେ କ୍ୟାନ୍ସର ରୋଗରେ, ଆଉ ଥରେ କରୋନା ରୂପରେ। ହେଲେ ହାରିଗଲା । ଜୀବନ ଯୁଦ୍ଧରେ ଜିତିଗଲା ୪ ବର୍ଷର ଶିଶୁ । ଏମିତି ଘଟଣା ଘଟିଛି ଦୁବାଇରେ ।

ଦୁବାଇରେ ରହୁଥିବା ଭାରତୀୟ ମୂଳ ୪ ବର୍ଷର ଶିଶୁ ଶିବାନୀ କ୍ୟାନ୍ସର ପରେ ଏବେ କରୋନାକୁ ମାତ୍‌ ଦେଇଛି । କୁହାଯାଉଛି, ୟୁଏଇରେ କରୋନା ସହ ଲଢି ଜିତିଥିବା ସବୁଠାରୁ କମ୍‌ ବୟସର ଝିଅ ହେଉଛି ଶିବାନୀ ।

ଗତବର୍ଷ ମାରାତ୍ମକ କ୍ୟାନ୍ସର ସହ ଲଢି ଜୀବନ ଫେରି ପାଇଥିଲା ଶିବାନୀ । ଏବେ କରୋନା ଆକ୍ରାନ୍ତ ହେବା ଜାଣିବା ପରେ ପରିବାର ଲୋକଙ୍କ ଚିନ୍ତା ବଢି ଯାଇଥିଲା । ଗଲ୍ଫ ନ୍ୟୁଜ ତଥ୍ୟ ଅନୁଯାୟୀ, କୋଭିଡ-୧୯ ଆକ୍ରାନ୍ତ ହେବା ଜାଣିବା ପରେ ଶିବାନୀକୁ ଏପ୍ରିଲ ୧ରେ ଅଲ ଫୁତେମିମ‌୍ ହେଲ୍‌‌ଥ ହବ୍‌ରେ ଭର୍ତ୍ତି କରାଯାଇଥିଲା । ଶିବାନୀର ମା’ ଜଣେ ସ୍‌:ାସ୍ଥ୍ୟ କର୍ମୀ । ତାଙ୍କ ସଂସ୍ପର୍ଶରେ ଆସି ଶିବାନୀ କରୋନା ଆକ୍ରାନ୍ତ ହୋଇଥିଲା ।

କୌଣସି ଲକ୍ଷଣ ନ ଥିଲେ ମଧ୍ୟ ଶିବାନୀଙ୍କ ସ୍‌:ାମୀ ଏବଂ ଝିଅର ନମୂନା ପରୀକ୍ଷା କରାଗଲା । ରିପୋର୍ଟ ଆସିବା ପରେ ଶିବାନୀ କରୋନା ଆକ୍ରାନ୍ତ ହୋଇଥିବା ଜଣାପଡ଼ିଥିଲା । ତେବେ ତାଙ୍କର ବାପା ସମ୍ପୂର୍ଣ୍ଣ ଠିକ୍‌ ଥିଲେ । ଶିବାନୀ ଓ ତାଙ୍କ ମା’ଙ୍କୁ ଏକାଠି ରଖା ଯାଇଥିଲା । ହେଲେ ଶିଶୁ ପାଇଁ ସ୍‌:ତନ୍ତ୍ର ସୁବିଧା କରାଯାଇ ଥିଲା । କାରଣ ଗତବର୍ଷ ଶିବାନୀ କିଡନୀ କ୍ୟାନ୍ସର ଭଳି ରୋଗରୁ ଭଲ ହୋଇଥିଲା । ତେବେ ଚିକିତ୍ସା ପରେ ଶିବାନୀ ଏବେ ସୁସ୍ଥ ଅଛି । ରିପୋର୍ଟ ନେଗେଟିଭ ଆସିବା ପରେ ଶିବାନୀକୁ ହସପିଟାଲରୁ ଡିସ୍‌‌ଚାର୍ଜ କରାଯାଇଛି ।

ଶିବାନୀକୁ ଚିକିତ୍ସା କରୁଥିବା ଡାକ୍ତର ଡ.ଥୋଲ୍ଫକର ଅଲ ବାଜ ମଧ୍ୟ ଶିବାନୀର ସ୍‌:ାସ୍ଥ୍ୟାବସ୍ଥା ଦେଖି ଆଶ୍ଚର୍ଯ୍ୟ ହୋଇ ଯାଇଛନ୍ତି । ସେ କହିଛନ୍ତି, ଶିବାନୀର ଗତବର୍ଷ କେମୋଥେରାପି ଚାଲିଥିଲା । ତେଣୁ ତାର ରୋଗ ପ୍ରତିରୋଧକ ଶକ୍ତି ଏବେ ମଧ୍ୟ ଦୁର୍ବଳ ଅଛି । କରୋନାରେ ଆକ୍ରାନ୍ତ ହେବା ପରେ ତାର ଅବସ୍ଥା ଆହୁରି ବିଗିଡି ଯିବ ବୋଲି ଆମେ ଭାବିଥିଲୁ । ସେଥିପାଇଁ ତା’ ଉପରେ ସ୍‌:ତନ୍ତ୍ର ନଜର ରଖାଯାଇଥିଲା । ସୌଭାଗ୍ୟର କଥା, ସଂକ୍ରମଣକୁ ନେଇ ଆମକୁ ବିଶେଷ ବ୍ୟସ୍ତ ହେବାକୁ ପଡ଼ି ନ ଥିଲା ପରବର୍ତ୍ତୀ ୨ ଥର ନମୂନା ପରୀକ୍ଷା ପରେ ତା’ର ନେଗେଟିଭ ଆସିଥିଲା ।

ଆହୁରି ପଢ଼ନ୍ତୁ

ଭାରତରେ ନାଁ ବଦଳାଇ ଲୋକପ୍ରିୟ ହେଉଛନ୍ତି ଚାଇନିଜ୍ ଆପ୍‌

ଜିଓକୁ ପଛରେ ପକାଇଲା ଏୟାର୍‌ଟେଲ୍‌

ମିରଟରେ ନିର୍ଭୟା ଘଟଣାର ପୁନରାବୃତ୍ତି: ଚଳନ୍ତା ବସ୍‌ରେ ମହିଳାଙ୍କୁ ଗଣଦୁଷ୍କର୍ମ

ଅକ୍ସିଜେନ୍‌ ସିଲିଣ୍ଡରକୁ ନେଇ ସରକାରଙ୍କ ବଡ଼ ନିଷ୍ପତ୍ତି

ପୂର୍ବତନ କେନ୍ଦ୍ରମନ୍ତ୍ରୀ ଯଶୱନ୍ତ ସିଂଙ୍କ ପରଲୋକ

ଉମା ଭାରତୀଙ୍କୁ କରୋନା

ଭାଙ୍ଗିଲା ପୁରୁଣା ସମ୍ପର୍କ; ଏନ୍‌ଡିଏକୁ ବାଏ ବାଏ କଲା ସିରୋମଣି ଅକାଳି ଦଳ

ଅକ୍ଟୋବର-୧ରୁ ସିନେମା, ନାଟକ, ମୁକ୍ତାକାଶ ରଙ୍ଗମଞ୍ଚ ଓ ଯାତ୍ରା ଆଦିକୁ ଅନୁମତି

ସରକାରଙ୍କୁ ଏସଆଇଆଇ ଅଧ୍ୟକ୍ଷକଙ୍କ ପ୍ରଶ୍ନ; କରୋନା ଭ୍ୟାକ୍ସିନ୍ ପାଇଁ‌ ୮୦ ହଜାର କୋଟି ଅଛି ତ ?

ଜାତିସଂଘର ନିଷ୍ପତ୍ତି ଗ୍ରହଣ ବର୍ଗର ସଦସ୍ୟ ହେବା ପାଇଁ ଆଉ କେତେ ଦିନ ଅପେକ୍ଷା କରିବ ଭାରତ ?

ମିଳିତ ଜାତିସଂଘରେ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ: କରୋନା ମହାମାରୀ ବେଳେ ଜାତିସଂଘର ଭୂମିକା କୁଆଡ଼େ ଗଲା ?

ଡ୍ରଗ୍ସ ନେଉଥିବା କଥା ଅସ୍ୱୀକାର କଲେ ସାରା ଓ ଶ୍ରଦ୍ଧା

You might also like