ସଂକଟରେ ସ୍ୱିଗି କର୍ମଚାରୀଙ୍କ ଚାକିରି: ହୋଇପାରେ ହଜାରେ ଛଟେଇ

ନୂଆଦିଲ୍ଲୀ: କରୋନା ଭାଇରସ୍ ପାଇଁ ସାରା ଦେଶରେ ଲକ୍‌ଡାଉନ୍‌ ଚାଲିଛି। ଦେଶର ବିଭିନ୍ନ ବ୍ୟବସାୟିକ ସେକ୍ଟରରେ ଏହାର ସାଂଘାତିକ  ପ୍ରଭାବ ପଡ଼ିଛି। ଏଥିପାଇଁ ବିଭିନ୍ନ ସଂସ୍ଥାରେ କାର୍ଯ୍ୟ କରୁଥିବା କର୍ମଚାରୀଙ୍କ ଚାକିରି ଉପରେ ବି ସଂକଟର ବାଦଲ ଦେଖା ଦେଇଛି। ଗତ କିଛିଦିନ ହେବ ଲଗାତର ଛଟେଇର ଖବର ବି ଶୁଣିବାକୁ ମିଳୁଛି।

ଖବର ଅନୁସାରେ, ଅନ୍‌ଲାଇନ୍‌ ଫୁଡ୍ ଡେଲିଭର କମ୍ପାନୀ ସ୍ୱିଗୀ ପ୍ରାୟ ୧୦୦୦ କର୍ମଚାରୀଙ୍କୁ ଛଟେଇ କରିବ ବୋଲି ଶୁଣିବାକୁ ମିଳୁଛି। କରୋନା ସଂକଟ ପାଇଁ ଅନ୍‌ଲାଇନ୍‌ ଖାଦ୍ୟ ଡିମାଣ୍ଡ ୬୦ ପ୍ରତିଶତ କମିଯାଇଥିବାରୁ କମ୍ପାନୀ ଏଭଳି ପଦକ୍ଷେପ ନେଇଛି। ତେବେ କେତେ କର୍ମଚାରୀ ଛଟେଇ ହେବେ ସେଇ ନେଇ କମ୍ପାନୀ କୌଣସି ସୂଚନା ଦେଇ ନାହିଁ। ତେବେ ଖବର ଏହା ବି ଶୁଣିବାକୁ ମିଳୁଛି ଯେ କମ୍ପାନୀ ଭଡ଼ା କମାଇବା ପାଇଁ ନିଜର କ୍ଲବ୍ କିଚେନ୍‌ର ଅର୍ଦ୍ଧାଧିକ ଭାଗ ବନ୍ଦ କରିଦେବ।

ଅନ୍ୟପଟେ ଅନ୍‌ଲାଇନ୍‌ ଫୁଡ୍ ଡେଲିଭରି ବ୍ୟବସାୟ କ୍ଷେତ୍ରରେ ଭୟଙ୍କର ସଂକଟ ଦେଖାଦେବ ବୋଲି ଏନ୍‌ଆର୍‌ଏଆଇ (ନ୍ୟାସ୍‌ନାଲ୍‌ ରେସ୍ତୋରାଁ ଆସୋସିଏସନ୍‌ ଅଫ୍‌ ଇଣ୍ଡିଆ) ଅନୁମାନ କରିଛି। ଏନ୍‌ଆର୍‌ଆଇର ଅନୁସାରେ, ଜୋମାଟୋ ଓ ସ୍ୱିଗି  ଭଳି ଅନ୍‌ଲାଇନ୍‌ ଡେଲିଭରି ଚେନ୍‌ର ବ୍ୟବସାୟ ଘାଟା ହୋଇ ୯୦%କୁ ଖସି ଆସିଛି। କରୋନା ପାଇଁ କମ୍ପାନୀମାନଙ୍କର ୫ ଲକ୍ଷ ସଦସ୍ୟଙ୍କୁ ୮୦ ହଜାର କୋଟିର କ୍ଷତି ହୋଇପାରେ।

ସୂଚନା ଥାଉକି, ଦେଶର ୯୦ ପ୍ରତିଶତ ରୋସ୍ତୋରାଁ ଲିଜ୍‌ରେ ନିଆଯାଇଥିବା ଜାଗାରେ ଚାଲିଥାଏ। ସେହିଭଳି ପାଖାପାଖି ୨୦ ପ୍ରତିଶତ ରେସ୍ତୋରାଁ ମଲ୍‌ରେ ରହିଥିବା ବେଳେ ବାକି ପ୍ରାୟ ସବୁ ସଡ଼କ ପାଖରେ ଥିବା ସ୍ଥାନରେ ଚାଲିଥାଏ।

ତେବେ ଭଡ଼ା କିମ୍ବା ଲିଜ୍‌ ସ୍ଥାନରେ ଚାଲିଥିବା ରେସ୍ତୋରାଁଗୁଡ଼ିକୁ ନିଜ ଆୟର ୧୫ରୁ ୩୦ ପ୍ରତିଶତ ଭଡ଼ା ଦେବାକୁ ପଡ଼ିଥାଏ। ସେହିଭଳି ମଲ୍‌ରେ ଚାଲିଥିବା ରେସ୍ତୋରାଁକୁ ଅଲଗା ୫ରୁ ୬ ପ୍ରତିଶତ ମ୍ୟାଣ୍ଟେନିଂ ଚାର୍ଜ ବି ଦେବାକୁ ପଡ଼ିଥାଏ। ଏହି ମେଣ୍ଟାନାନ୍ସ ଚାର୍ଜ ବେଳେ ବେଳେ ୩ ହଜାର ବର୍ଗଫୁଟ୍ ପାଇଁ ମାସକୁ ଅଢ଼େଇ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ହୋଇଯାଏ। ତେବେ  ଲକ୍‌ଡାଉନ୍ ଯୋଗୁ କେତେକ ମଲ୍‌ ମାଲିକ ଏବେ ଏହି ଭଡ଼ା ଛାଡ଼ କରିଦେଇଛନ୍ତି।

ଆହୁରି ପଢ଼ନ୍ତୁ

କରୋନାରୁ ସୁସ୍ଥ ହେଲେ ଆଉ ୨୦୭୧ ଆକ୍ରାନ୍ତ

ଯେମିତି ନିର୍ବାଚନ, ସେଇ ପଦ୍ଧତିରେ ହେବ ଦେଶରେ କୋଭିଡ୍ ଟିକାକରଣ

ବାଃ କୋଭିଡ୍‌ ଯୋଦ୍ଧା, ଅସୁସ୍ଥ କରୋନା ରୋଗୀଙ୍କୁ ଅଧକିଲୋମିଟର ପିଠିରେ ବୋହି ଆମ୍ବୁଲାନ୍ସରେ ବସାଇଲେ

ଓଡ଼ିଶାରେ କରୋନା ସ୍ଥିତି: ଆଖି ବୁଜିଲେ ଆଉ ୧୬ କରୋନା ଆକ୍ରାନ୍ତ

ଦିନକରେ ଓଡ଼ିଶାରେ ୧,୬୩୩ କରୋନା ପଜିଟିଭ୍‌‌ ଚିହ୍ନଟ

ରାଜ୍ୟରେ ଆଉ ୨୬୧୩ କରୋନା ଆକ୍ରାନ୍ତ ସୁସ୍ଥ ହେଲେ

ଭୁବନେଶ୍ୱରରେ ୧୮୨ କରୋନା ପଜିଟିଭ ଚିହ୍ନଟ

‘ଦେଶର ସମସ୍ତ ନାଗରିକଙ୍କୁ ମାଗଣା କରୋନା ଭ୍ୟାକ୍ସିନ ମିଳିବା ଦରକାର’

ପୁଣି ଥରେ କରୋନା ଭାକ୍ସିନ୍ ପରୀକ୍ଷଣ ଆରମ୍ଭ କଲା ଅଷ୍ଟ୍ରେଜେନିକା

ଦିନକରେ କରୋନା ନେଲା ଆଉ ୬୫୦ ଜୀବନ

କରୋନାରେ ଆଖି ବୁଜିଲେ ଆଉ ୧୫ ଜଣ

ଓଡ଼ିଶାରେ ଦିନକରେ ୧,୬୯୫ କରୋନା ପଜିଟିଭ୍‌ ଚିହ୍ନଟ, କମୁଛି କ୍ୱାରେଣ୍ଟିନ୍ ଓ ଲୋକାଲ୍ କେସ୍‌

You might also like