କୁଳଭୂଷଣଙ୍କୁ ଭେଟିଲେ ଭାରତୀୟ ପ୍ରତିନିଧି

ଇସ୍‌ଲାମାବାଦ: ଇଣ୍ଟରନ୍ୟାଶନାଲ କୋର୍ଟ ଅଫ୍‌ ଜଷ୍ଟିସ୍‌(ଆଇସିଜେ)ଙ୍କ ନିର୍ଦ୍ଦେଶ ପରେ ଗୁଇନ୍ଦାଗିରି ଅଭିଯୋଗରେ ପାକିସ୍ତାନରେ ଫାଶୀଦଣ୍ଡ ପାଇଥିବା ଭାରତର ପୂର୍ବତନ ନୌସେନା ଅଧିକାରୀ କୁଳଭୂଷଣ ଯାଦବଙ୍କୁ ଆଜି କନସୁଲାର ଆକ୍ସେସ୍‌ ଯୋଗାଇ ଦେଇଛି ଇସ୍‌ଲାମାବାଦ। ଏହି କନସୁଲାର ଆକ୍ସେସ ପରେ ଆଜି ମଧ୍ୟାହ୍ନରେ ପାକିସ୍ତାନରେ ଅବସ୍ଥାପିତ ଭାରତୀୟ ଡେପୁଟି ହାଇକମିଶନର ଗୌରବ ଆଲୁୱାଲିଆ ଇସ୍‌ଲାମାବାଦର ସବ୍‌ ଜେଲ୍‌ରେ ଥିବା କୁଳଭୂଷଣଙ୍କୁ ସାକ୍ଷାତ କରିଛନ୍ତି। ଦୀର୍ଘ ୩ ବର୍ଷ ପାକିସ୍ତାନ ଜେଲରେ ବନ୍ଦୀ ଥିବା କୁଳଭୂଷଣଙ୍କୁ ପ୍ରଥମଥର ପାଇଁ ଭାରତୀୟ ଅଧିକାରୀ ଭେଟିବାର ସୁଯୋଗ ପାଇଥିଲେ।
ପାକିସ୍ତାନର ପୂର୍ବସର୍ତ୍ତ ଅନୁଯାୟୀ, କୁଳଭୂଷଣ ଓ ଗୌରବଙ୍କ ଆଲୋଚନା ବେଳେ ଇସ୍‌ଲାମାବାଦର ଜଣେ ଅଧିକାରୀ ସେଠାରେ ଉପସ୍ଥିତ ରହିଥିଲେ। ସେହିପରି ଉଭୟଙ୍କ ବୈଠକ ବେଳର ସମସ୍ତ ତଥ୍ୟକୁ ରେକର୍ଡିଂ କରାଯାଇଛି। ଏହାସତ୍ତ୍ୱେ ଉଭୟ ଦୀର୍ଘ ୨ ଘଣ୍ଟା ୨୫ ମିନିଟ୍‌ ଧରି ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଥିଲେ। ପୂର୍ବରୁ ବୈଦେଶିକ ମନ୍ତ୍ରଣାଳୟରେ ଏହି ବୈଠକ ହେବାର ଥିଲା। ହେଲେ ହଠାତ୍‌ ପାକିସ୍ତାନ କୁଳଭୂଷଣ ବନ୍ଦୀ ଥିବା ଇସ୍‌ଲାମାବାଦର ସବ୍‌ ଜେଲ୍‌ରେ ହିଁ ଭେଟଘାଟ କରାଇବାକୁ ନିଷ୍ପତ୍ତି ନେଇଥିଲା।

କୁଳଭୂଷଣଙ୍କୁ ଭେଟିବା ପୂର୍ବରୁ ଭାରତର ଡେପୁଟି ହାଇକମିଶନର ଗୌରବ ପାକିସ୍ତାନର ବୈଦେଶିକ ମନ୍ତ୍ରଣାଳୟରେ ପହଞ୍ଚିଥିଲେ। ସେଠାରେ ସେ ପାକିସ୍ତାନ ମନ୍ତ୍ରୀ ଏବଂ ବିଭିନ୍ନ ଅଧିକାରୀଙ୍କ ସହ କଥା ହୋଇଥିଲେ। ଏହି ସମୟରେ ପାକ୍‌ ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ମହମ୍ମଦ ଫୈଜଲ ଉପସ୍ଥିତ ରହିଥିଲେ। ଏଠାରେ ବୈଠକ କରିବା ପରେ ସେ କୁଳଭୂଷଣଙ୍କୁ ସାକ୍ଷାତ କରିବାକୁ ଯାଇଥିଲେ।

କୁଳଭୂଷଣଙ୍କୁ ପାକିସ୍ତାନ ସେନା ୨୦୧୬ ମସିହା ମାର୍ଚ୍ଚ ୩ରେ ଗୁଇନ୍ଦାଗିରି ଅଭିଯୋଗରେ ବାଲୁଚିସ୍ତାନରୁ ଗିରଫ କରିଥିବା ଦାବି କରୁଛି। ଏହାପରେ ପାକିସ୍ତାନର ଏକ ସାମରିକ କୋର୍ଟରେ ଏକପାଖିଆ ଭାବେ ଶୁଣାଣି କରି ପାକିସ୍ତାନ ତାଙ୍କୁ ଫାଶୀଦଣ୍ଡରେ ଦଣ୍ଡିତ କରିଥିଲା। ହେଲେ ଏହା ବିରୋଧରେ ଭାରତ ଆଇସିଜେଙ୍କ ଦ୍ୱାରସ୍ଥ ହୋଇଥିଲା। ଆଇସିଜେ ଭାରତର ଯୁକ୍ତିକୁ ଗ୍ରହଣ କରିବା ସହ କୁଳଭୂଷଣଙ୍କ ଫାଶୀ ଉପରେ ରୋକ ଲଗାଇଥିଲା।

ଜୁଲାଇ ୧୭ରେ ଆଇସିଜେ ୧୫-୧ରେ ଭାରତ ସପକ୍ଷରେ ରାୟ ଶୁଣାଣିଥିଲେ। କୁଳଭୂଷଣଙ୍କୁ ଭାରତ ଓ ପାକିସ୍ତାନ ମଧ୍ୟରେ ହୋଇଥିବା ଭିଏନା ଚୁକ୍ତି ଅନୁସାରେ କନସୁଲାର ଆକ୍ସେସ ଯୋଗାଇ ଦେବାକୁ ନିର୍ଦ୍ଦେଶ ଦେଇଥିଲେ। ଏଥିସହ ପୁଣିଥରେ ସ୍ୱଚ୍ଛ ଏବଂ ନିରପେକ୍ଷ ଭାବେ କୁଳଭୂଷଣଙ୍କ ଫାଶୀ ଦଣ୍ଡର ବିଚାର କରିବାକୁ କହିଥିଲେ।

ଏହି ନିର୍ଦ୍ଦେଶ ପରେ ପାକିସ୍ତାନ ସର୍ତ୍ତମୂଳକ ଭାବେ କନସୁଲାର ଆକ୍ସେସ ଯୋଗାଇ ଦେବାକୁ ରାଜି ହୋଇଥିଲା। ହେଲେ ଭାରତ ଏହାକୁ ପ୍ରଥମରୁ ଅଗ୍ରାହ୍ୟ କରିଥିଲା। ତେବେ ଗତକାଲି ପାକିସ୍ତାନ ପୁଣିଥରେ କନସୁଲାର ଆକ୍ସେସ ଯୋଗାଇ ଦେବାକୁ ଘୋଷଣା କରିଥିଲା। ଏହାକୁ ଗ୍ରହଣ କରି ଆଜି ଭାରତୀୟ ଡେପୁଟି ହାଇକମିଶନର ଗୌରବ ଭାରତୀୟ ନାଗରିକ କୁଳଭୂଷଣଙ୍କୁ ସାକ୍ଷାତ କରିଛନ୍ତି।

ଆହୁରି ପଢ଼ନ୍ତୁ

କରୋନାରୁ ସୁସ୍ଥ ହେବାପରେ କ’ଣ କରିବେ?

କଙ୍ଗନାଙ୍କୁ ମୁମ୍ବାଇ ପୋଲିସ୍‌ର ସମନ

କରୋନା ଚିକିତ୍ସାରୁ ବାଦ୍ ପଡ଼ିପାରେ ପ୍ଲାଜ୍‌ମା ଥେରାପି

ବଜେପି ଛାଡ଼ିଲେ ବରିଷ୍ଠ ନେତା ଏକନାଥ ଖଡ଼ସେ; କହିଲେ, ଫଡ଼ନାଭିସଙ୍କ ପାଇଁ ଛାଡ଼ିଲି ଦଳ

ଆନ୍ଧ୍ର କନକ ଦୁର୍ଗା ମନ୍ଦିର ନିକଟରେ ଭୂସ୍ଖଳନ: ୪ ଫସି ରହିଥିବା ଆଶଙ୍କା

କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ବୋନସ୍ ଘୋଷଣା

ମଦ୍ରାସାକୁ ନେଇ ବିବାଦୀୟ ମନ୍ତବ୍ୟ ଦେଲେ ବିଜେପି ସାଂସଦ

କିଛି ଦିନ ତଳେ କମିଥିଲା, ଏବେ ପୁଣି ବଢ଼ିଲା ସୁନା ଦର

୨୩ ଜଣ ବନ୍ଧୁଙ୍କୁ ନେଇ ରେଷ୍ଟୁରାଣ୍ଟରେ ପହଞ୍ଚିଲେ ଗର୍ଲଫ୍ରେଣ୍ଡ; ବିଲ୍‌ ଦେଖି ଦୌଡି ପଳାଇଲେ ପ୍ରେମିକ

ହାଥରସ୍‌ ଘଟଣା ପରେ ଧର୍ମ ପରିବର୍ତ୍ତନ କଲେ ବାଲ୍ମିକୀ ସମାଜର ୫୦ ପରିବାର

ପାକିସ୍ତାନରେ ବିସ୍ଫୋରଣ: ୩ ମୃତ

ଶତ୍ରୁ ପାଖରେ ବି ମହନୀୟତା ଦେଖାଇଲେ ଭାରତୀୟ ଯବାନ; ଧରାପଡ଼ିଥିବା ଚୀନ ସେନାଙ୍କୁ ଫେରାଇ ଦେଲେ

You might also like