ଚୀନ୍‌ରେ ଏବେ ବି ପୂଜା ପାଉଛନ୍ତି ଏଇ ଭାରତୀୟ

ନୂଆଦିଲ୍ଲୀ: ଭାରତ -ଚୀନ ମଧ୍ୟରେ ବିବାଦ ଏବେ ଚରମ ସୀମାରେ ପହଞ୍ଚିଛି। ସୀମାନ୍ତର ପରିସ୍ଥିତି ଦେଖିଲେ ଲାଗୁଛି ଯେ କୌଣସି ମୁହୂର୍ତ୍ତରେ ଯୁଦ୍ଧ ହୋଇପାରେ। ଦେଶରେ ଚାଇନା ସାମଗ୍ରୀ ବର୍ଜନର ଏକ ନାରା ସୃଷ୍ଟି ହୋଇଛି। କାହିଁକି ଏ ଶତ୍ରୁତା ? ଏମିତି ସମ୍ପର୍କ କ’ଣ ଆରମ୍ଭରୁ ଥିଲା ଦୁଇ ଦେଶ ମଧ୍ୟରେ ?

ଜାଣିଲେ ଆଶ୍ଚର୍ଯ୍ୟ ହେବେ, ଏମିତି ଏକ ଦିନ ଥିଲା, ଯେତେବେଳେ ଚୀନ ଲୋକ ଭାରତୀୟମାନଙ୍କୁ ବହୁତ ସମ୍ମାନ ଦେଉଥିଲେ। ଭାଗବାନଙ୍କ ପରି ପୂଜା କରୁଥିଲେ। ଭାରତୀୟ ଡାକ୍ତର ଦ୍ୱାରିକାନାଥ କୋଟନିସ୍‌ ଏମିତି ଜଣେ ବ୍ୟକ୍ତି ଯାହାଙ୍କୁ ଆଜି ବି ଚୀନବାସୀ ଶ୍ରଦ୍ଧା କରନ୍ତି। ପୂଜା କରନ୍ତି। ଡାକ୍ତର ଦ୍ୱାରିକାନାଥ ଥିଲେ ଏମିତି ଜଣଷ ବ୍ୟକ୍ତି ଯାହାଙ୍କ ଚିକିତ୍ସାରେ ହଜାର ହଜାର ଚୀନ ସେନା ଏବଂ ସାଧାରଣ ଲୋକ ନୂଆ ଜୀବନ ପାଇଥିଲେ।

ଏହି ଘଟଣା ହେଉଛି ଚୀନ ଯୁଦ୍ଧ ସମୟର କଥା। ଯୁଦ୍ଧ ସମୟରେ ଆହତ ସୈନିକ ଏବଂ ସାଧାରଣ ଲୋକଙ୍କ ପାଇଁ ଚୀନ୍‌ରେ ଡାକ୍ତରଙ୍କ ଅଭାବ ଥିଲା ସେତେବେଳେ। ଏହି ସମୟରେ  ଭାରତ ଏକ ୫ ଜଣିଆ ଡାକ୍ତରୀ ଟିମ ମଧ୍ୟ ଚୀନକୁ ପଠାଇଥିଲା। ଏହି ଟିମ୍‌ରେ ଥିଲେ ଦ୍ୱାରିକାନାଥ କୋଟନିସ୍‌। ସେ ୨୦୦୦ରୁ ଅଧିକ ଲୋକଙ୍କୁ ଚିକିତ୍ସା କରି ଠିକ୍‌ କରାଇଥିଲେ। ଏହା ରପେ ଚୀନରେ ଡା.କୋଟନିସ୍‌ ଏବଂ ଭାରତୀୟଙ୍କୁ ନେଇ ଭଲ ଚିନ୍ତାଧାରା ସୃଷ୍ଟି ହୋଇଥିଲା।

1910  ମସିହାର କଥା।  ଡା ଦ୍ୱାରିକାନାଥ ମହରାଷ୍ଟ୍ରର ସୋଲାପୁର ଜିଲ୍ଲାରେ ଏକ ମଧ୍ୟବର୍ଗୀୟ ପରିବାରରେ ଜନ୍ମ ହୋଇଥିଲେ। ପରେ ସେ ବାମ୍ବେ ୟୁନିଭର୍ସିଟି ଅଧିନ ଜିଏସ୍‌ ମେଡିକାଲ କଲେଜ୍‌ରେ ମେଡିକାଲ ସାଇନ୍ସ ପଢୁଥିଲେ। ପରେ ପୋଷ୍ଟ ଡକ୍ଟୋରଲ କରୁଥିଲେ। ଏହି ସମୟରେ ତାଙ୍କ ପାଖକୁ ଏକ ଫୋନ କଲ୍‌ ଆସିଲା। ଏହି ଫୋନ କଲ ହିଁ ତାଙ୍କ ଜୀବନର ଗତିପଥ ବଦଳାଇ ଦେଲା।

୧୯୩୮ ମସିହାରେ ଚୀନ-ଜାପାନ ମଧ୍ୟରେ ଯୁଦ୍ଧ ଚାଲିଥିଲା। ଜାପାନୀ ସୈନିକ ଚୀନ ସୀମାନ୍ତକୁ ପଶି ଆସିଥିଲେ। ସେ ସମୟରେ ଚୀନ୍‌ରେ ଡାକ୍ତର ଏବଂ ଚିକିତ୍ସାକର୍ମୀଙ୍କ ସଂଖ୍ୟା ବହୁତ କମ୍‌ ଥିଲା। ଏହି ସମୟରେ ଚୀନ୍‌ ନେତା ଝୁ-ଡେ ଇଣ୍ଡିଆନ ନାଶନାଲ କଂଗ୍ରେସକୁ ସାହାଯ୍ୟ ମାଗିଥିଲେ। ଏହି ସମୟ ଜବାଦାରଲାଲ ନେହରୁ ଏବଂ ସୁବାସ ବୋଷ ୫ ଜଣିଆ ଏକ ଡାକ୍ତର ଟିମ୍‌କୁ ଚୀନ ପଠାଇଥିଲେ।

 ଚୀନ ନ୍ୟୁଜ ଏଜେନ୍ସି ଜିନୁଆ ( Xinhua News Agency) ଅନୁସାରେ ନର୍ଥ ଚାଇନା ମାର୍ଟିୟର୍ସ ମେମୋରିଆଲ ସିମେଟ୍ରିର ଗବେଷକ ଲାଓ ୟୁ ଡା.କୋଟନିସଙ୍କ ଉପରେ ଗବେଷଣା କରିଥିଲେ। ସେ ଜାଣିବାକୁ ପାଇଥିଲେ ଯେ, ଯେଉଁ ରୋଗୀମାନଙ୍କୁ କୋଟନିସ ଚିକିତ୍ସା ସେବା ଯୋଗାଇ ସୁସ୍ଥ କରିଥିଲେ ସେମାନଙ୍କ ମଧ୍ୟରୁ ଆଜି ବି ଅନେକ ଜୀବିତ ଅଛନ୍ତି। ସେହି ଲୋକମାନେ କହିଥିଲେ, ଡା.କୋଟନିସ  କୌଣସି ଘା’ କିମ୍ବା ଆଘାତ ସ୍ଥାନର ଚିକିତ୍ସା କରୁଥିବାବେଳେ ସବୁବେଳେ ଚେଷ୍ଟା କରିନ୍ତି ଯେମିତି ରୋଗୀଙ୍କୁ କଷ୍ଟ ନ ହେବ। 

୧୯୪୦ରେ ଡଶ. କୋଟନିସ୍‌ ଲଗାତାର ୭୨ ଘଣ୍ଟା ସର୍ଜରୀ କରୁଥିଲେ। ଏ ସମୟରେ ସେ ୮୦୦ ରୋଗୀଙ୍କ ଅସ୍ତ୍ରୋପଚାର କରୁଥିଲେ। ଏପରିକି ଲଗାତାର ୧୩ ଦିନ ନିରବଚ୍ଛିନ୍ନ ଭାବେ ଆହତ ସୈନିକମାନଙ୍କର ଚିକିତ୍ସା କରୁଥିଲେ। ଚୀନ ଲୋକମାନେ ତାଙ୍କୁ ଶ୍ରଦ୍ଧାରେ ଡା.ଥଟ୍‌ଫୁଲ୍‌ କହୁଥିଲେ। ୧୯୪୧ରେ ଡା.କୋଟନିସଙ୍କୁ ବେଥୁନ ଇଣ୍ଟରନାଶନାଲ ପିସ୍‌ ହସ୍ପିଟାଲର ନିର୍ଦ୍ଦେଶକ କରାଯାଇଥିଲା। ଏହି ହସ୍‌ପିଟାଲ୍‌ର ନାମ କାନାଡାର ଡାକ୍ତର ସର୍ଜନ ନାର୍ମନ ବେଥୁନଙ୍କ ନାମ ଅନୁସାରେ ରଖା ଯାଇଥିଲା। ଏଠାରେ କୋଟନିସି ୨୦୦୦ରୁ ଅଧିକ ଲୋକଙ୍କର ଚିକିତ୍ସା କରିଥିଲେ।

ସେଠାରେ ରହିବା ପରେ ଡା.କୋଟନିସ୍‌ ଚୀନ ଭାଷା ଶିଖି ଯାଇଥିଲେ ଏବଂ ସେହି ଭାଷାରେ ଲୋକଙ୍କୁ ଔଷଧ ସମ୍ପର୍କରେ ବୁଝାଉଥିଲେ। ସେ ଜଣେ ଚୀନ୍‌ ଯୁବତୀଙ୍କୁ ବିବାହ ମଧ୍ୟ କରିଥିଲେ। ତାଙ୍କର ଏକ ପୁତ୍ର ସନ୍ତାନ ହୋଇଥିଲା ଯାହାର ନାମ ରଖିଥିଲେ ୟିନହୁଆ ଅର୍ଥାତ୍‌ ଅଧା ଚୀନ ଏବଂ ଅଧା ଭରତୀୟ।

୧୯୪୨ ରେ ସେ ସର୍ଜରୀକୁ ନେଇ ଏକ ପୁସ୍ତକ ଲେଖୁଥିଲେ। ଏହି ସମୟରେ ସେ ଭୟଙ୍କର ରୋଗରେ ପୀଡିତ ହୋଇଥିଲେ। ମାତ୍ର ୩୨ ବର୍ଷ ବୟସରେ ତାଙ୍କର ମୃତ୍ୟୁ ହୋଇଥିଲା। ତାଙ୍କ ମୃତ୍ୟୁରେ ତତ୍କାଳୀନ ଚୀନ୍‌ ନେତା ମାଓ  ଜୋର୍ଡାଙ୍ଗ ଗଭୀର ଭାବେ ଭାଙ୍ଗି ପଡ଼ିଥିଲେ। ତାଙ୍କ ମୃତ୍ୟରେ ଚୀନ୍‌ ସେନା ଏକ ସହାୟତା ହାତ ହରାଇଲା। ଚୀନ ତା’ର ଜଣେ ବନ୍ଧୁଙ୍କୁ ହରାଇଲା।

ଡା କୋଟନିସଙ୍କୁ ଆଜି ମଧ୍ୟ ଚୀନରେ ଲୋକେ ମନେ ପକାଉଛନ୍ତି। ତାଙ୍କର ସମାଧି ସ୍ଥଳରେ ଆଜି ଚୀନର ଲୋକେ ଶ୍ରଦ୍ଧାଜ୍ଞଳି ଅର୍ପଣ କରୁଛନ୍ତି। ଉତ୍ତର ଚୀନର ମେଡିକାଲ କଲେଜ ବାହାରେ ତାଙ୍କର ଏକ ପ୍ରତିମା ଲଗାଯାଇଛି।

ଆହୁରି ପଢ଼ନ୍ତୁ

ଭାରତୀୟଙ୍କ ମସ୍ତିଷ୍କ ଚୀନ୍‌ ଲୋକଙ୍କ ମସ୍ତିଷ୍କଠାରୁ ଛୋଟ

ଆସନ୍ତାକାଲିଠାରୁ ଫଟାଫଟ୍ କ୍ରିକେଟ୍, କିଏ ମାରିବ ବାଜି?

ଗୀତ ଗାଇ ମନ ମୋହିଲେ କୋରାପୁଟ ଝିଅ ନମିତା

ନିଜ ପାଇଁ ନିଜେ: ଏକା ଏକା ୩ କିଲୋମିଟର କେନାଲ ଖୋଳିଲେ ଚାଷୀ

ଗଛରେ ମାତ୍ର ୪ଟି ପତ୍ର, ଦାମ୍ ଶୁଣିଲେ ହୋସ୍ ଉଡ଼ିଯିବ

Pranab Mukharjee Death: ପ୍ରଣବ ଦା’ ଙ୍କ ପାଞ୍ଚ ଦଶନ୍ଧିର ରାଜନୀତିରେ ପୂର୍ଣ୍ଣଛେଦ

Atal Tunnel Rohtang Explained: ସେପ୍ଟେମ୍ବରରେ ଉଦ୍‌ଘାଟନ ହେବ ବିଶ୍ୱର ସର୍ବବୃହତ ସୁଡ଼ଙ୍ଗପଥ ‘ଅଟଳ ଟନେଲ୍‌‌’

ଜାତୀୟ କ୍ରୀଡ଼ା ଦିବସରେ ‘ହକି ଯାଦୁଗର’ଙ୍କୁ ସଲାମ୍

ଚିତ୍ରକର ଆଙ୍କିଥିଲେ ଜବରଦସ୍ତ ପେଣ୍ଟିଂ; ଲୋକେ କହିଲେ ସୁଶାନ୍ତ ସିଂହ ରାଜପୁତ

ବାପାଙ୍କ ସହ ମିଶି ଅଷ୍ଟମ ଶ୍ରେଣୀର ଛାତ୍ର କଲା ନିଆରା ଉଦ୍ଭାବନ

ବଲିଉଡ୍ କୋରିଓଗ୍ରାଫର ଏବେ ଚା’ ଦୋକାନୀ

୬୨ତମ ଜନ୍ମଦିନରେ ଦୌଡ଼ିଲେ ୬୨.୪ କିଲୋମିଟର୍

You might also like